Students Lock Up ADEO and BEO: ADEO ଓ BEOଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ, ଶିକ୍ଷକ ନିଯୁକ୍ତି ଦାବି

Aug 24, 2026 - 16:36
Students Lock Up ADEO and BEO: ADEO ଓ BEOଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ, ଶିକ୍ଷକ ନିଯୁକ୍ତି ଦାବି

ଭଦ୍ରକ ତଳାଙ୍ଗରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଲେ ଛାତ୍ରଛାତ୍ରୀ। ଭଦ୍ରକ ବ୍ଲକ ଅନ୍ତର୍ଗତ ତଳାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି। ଯାହା ଫଳରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହାକୁ ନେଇ ଆଜି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମିଶି ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ।

ଖବର ପାଇ ବୁଝାଇବା ପାଇଁ ଭଦ୍ରକ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଏବଂ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ସ୍କୁଲକୁ ଯାଇଥିଲେ। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଥିବା ବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ ହଠାତ୍ ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ। ଫଳରେ ଉଭୟ ଅଧିକାରୀ ସ୍କୁଲ ପରିସର ଭିତରେ ଫସି ରହିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।  ତେବେ ଏନେଇ ସ୍କୁଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନହିଁ । .... 

ଭଦ୍ରକରେ ADEO ଓ BEOଙ୍କୁ ତାଲା
ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ଶିକ୍ଷକ ଅଭାବରୁ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ତଳାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ଦୋଳନ
ବୁଝାଇବାକୁ ଆସିଥିବା ବେଳେ ADEO ଓ BEOଙ୍କୁ ତାଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।