Students Protest After Second-Year BTech Student Dies: ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ରାତି ତମାମ ଧାରଣା ଦେଲେ ଛାତ୍ରଛାତ୍ରୀ
IIT ବମ୍ବେ ବିଟେକ୍ ଛାତ୍ର ମୃତ୍ୟୁକୁ ନେଇ ଥମୁନି ଉତ୍ତେଜନା। କ୍ୟାମ୍ପସ ପରିସରରେ ପ୍ରତିବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ। ରାତି ତମାମ ଧାରଣା ଦେଇଛନ୍ତି। IIT Bombayର ଜଣେ ଦ୍ୱିତୀୟ ବର୍ଷର ବି.ଟେକ୍ ଛାତ୍ର ପରୀକ୍ଷା ସମୟରେ ଚାଟ୍ ଜିପିଟି ବ୍ୟବହାର କରିବା ଅଭିଯୋଗ ହୋଇଥିଲା। ମିଡ୍-ସେମିଷ୍ଟର ପରୀକ୍ଷା ସମୟରେ ସାହିଲ ମୋବାଇଲ୍ ମାଧ୍ୟମରେ ପ୍ରଶ୍ନପତ୍ରକୁ ଚାଟ୍ ଜିପିଟିରେ ଅପଲୋଡ୍ କରି ଉତ୍ତର ଖୋଜୁଥିବା ଅଭିଯୋଗ ହୋଇଥିଲା।
ଛାତ୍ରଜଣକ ପାୱାଇ କ୍ୟାମ୍ପସର ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ସାହିଲ ରବୀନ୍ଦ୍ର ୱାକୋଡେ। ଶୁକ୍ରବାର ସନ୍ଧ୍ୟାରେ ହଷ୍ଟେଲ ନମ୍ବର ୪ ରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ IIT Bombay କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଛାତ୍ରଙ୍କ ବିରୋଧରେ କୌଣସି ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। କୋର୍ସ ଇନଷ୍ଟ୍ରକ୍ଟର ଏବଂ ବିଭାଗୀୟ ମୁଖ୍ୟ ତାଙ୍କୁ ବୁଝାସୁଝା କରିଥିଲେ ଏବଂ ଏହା ଦ୍ୱାରା ତାଙ୍କ କ୍ୟାରିୟର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ।
ପାୱାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ତେବେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ, କର୍ତ୍ତୃପକ୍ଷ ସତ୍ୟ ଲୁଚାଉଛନ୍ତି। ସାହିଲଙ୍କୁ ୧ ବର୍ଷ ପାଇଁ ସସପେଣ୍ଡ କରାଯିବ ବୋଲି ଧମକ ଦିଆଯାଇଥିଲା, ଯାହାକୁ ନେଇ ସେ ଚାପରେ ଥିଲେ। IIT Bombay କ୍ୟାମ୍ପସରେ ଗତ ୬ ରୁ ୭ ମାସ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।