Subarnarekha Water Level Rising: ବାଲେଶ୍ବରରେ ବଢିବ ବନ୍ୟା, ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

Aug 19, 2026 - 16:09
Subarnarekha Water Level Rising: ବାଲେଶ୍ବରରେ ବଢିବ ବନ୍ୟା, ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ବାଲେଶ୍ବରରେ ବଢିବ ବନ୍ୟା, ସୁବର୍ଣ୍ଣପୁରରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଓ ଅନ୍ୟ ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏହାସହିତ ଗତ ୨୪ଘଣ୍ଟାରେ ରାଜ୍ୟରେ ବୃଷ୍ଟିପାତ କମିଥିବାରୁ ଆଶ୍ବସ୍ତି ମିଳିଛି। ଝାଡଖଣ୍ଡ କ୍ୟାଚମେଣ୍ଟରୁ ପାଣି ରିଲିଜ ହେଉଥିବାରୁ ବାଲେଶ୍ବର ଜିଲ୍ଲାକୁ ସତର୍କ କରାଯାଇଛି। ଆଜି ସନ୍ଧ୍ୟାରେ ବାଲେଶ୍ବରରେ ପାଣି ବଢି ମଧ୍ୟରାତିରେ ଆହୁରି ଅଧିକ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ତତ୍ପର କରାଯାଇଛି।

ମୟୂରଭଞ୍ଜ, ଭଦ୍ରକ, ଯାଜପୁରକୁ ବି ସତର୍କ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେପଟେ ସୁବର୍ଣ୍ଣରେଖା ନଦୀର ଅନେକ ସ୍ଥାନରେ ଜଳ ପତ୍ତନ ବଢିବ। ରାଜଘାଟରେ ପାଣି ବଢି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗରେ ପାଣି କମୁଛି। ୬ ଜିଲ୍ଲାର ୬୮ ବ୍ଲକରେ ବନ୍ୟା ପ୍ରଭାବ ରହିଛି।... 

ବାଲେଶ୍ବରରେ ବଢିବ ବନ୍ୟା
ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ଅନ୍ୟ ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି
ଗତ ୨୪ଘଣ୍ଟାରେ କମିଛି ବୃଷ୍ଟିପାତ 
ଝାଡଖଣ୍ଡରୁ ଆସୁଛି ଅଧିକ ପରିମାଣର ପାଣି 
ଏଥିପାଇଁ ବାଲେଶ୍ବରରେ ବଢିବ ପାଣି
ଆଜି ମଧ୍ୟରାତ୍ରିରେ ଆହୁରି ଅଧିକ ହେବ ପାଣି
ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି
ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁରକୁ ବି ସତର୍କ କରାଯାଇଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।