Sugar Prices Cross ₹65: ବିହାରରେ ଚିନି କିଲୋ ୬୫ ଟଙ୍କା ଟପିଲା, ମନ୍ତ୍ରୀଙ୍କ ଅଜବ ଯୁକ୍ତି

Aug 21, 2026 - 16:35
Sugar Prices Cross ₹65: ବିହାରରେ ଚିନି କିଲୋ ୬୫ ଟଙ୍କା ଟପିଲା, ମନ୍ତ୍ରୀଙ୍କ ଅଜବ ଯୁକ୍ତି

ବିହାରରେ ଚିନି ଦର ବୃଦ୍ଧିକୁ ନେଇ ମନ୍ତ୍ରୀ ଶ୍ରବଣ କୁମାରଙ୍କ ଅଜବ ଯୁକ୍ତି ଏବେ ଚର୍ଚ୍ଚାରେ। ଚିନି ଦାମ ବଢ଼ିଲେ ବି ଲୋକଙ୍କ ଉପରେ ବେଶୀ ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି। ମନ୍ତ୍ରୀଙ୍କ ଯୁକ୍ତି ହେଉଛି, ମଧୁମେହ ବଢ଼ୁଥିବାରୁ ଲୋକେ ଏବେ ଚିନି କମ୍ ଖାଉଛନ୍ତି।

ବିହାରରେ ଚିନି କିଲୋ ପିଛା ୬୫ ଟଙ୍କାରୁ ଅଧିକ ହୋଇଥିବା ବେଳେ, ପୂର୍ବରୁ ଏହା ପ୍ରାୟ ୪୮ରୁ ୫୦ ଟଙ୍କା ଥିଲା। ଅନ୍ୟପଟେ, ମନ୍ତ୍ରୀ ବିଜୟ କୁମାର ସିହ୍ନା କୃଷକଙ୍କ ଉତ୍ପାଦର ଦାମ ବଢ଼ିଲେ ଖୁସି ଲାଗେ ବୋଲି କହିବା ସହ ଚିନି ଦାମ ବୃଦ୍ଧିର କାରଣ ଯାଞ୍ଚ କରାଯିବ ବୋଲି କହିଛନ୍ତି।

ତେବେ ମନ୍ତ୍ରୀ ଶ୍ରବଣ କୁମାରଙ୍କ ମନ୍ତବ୍ୟକୁ ନେଇ ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତୀବ୍ର ସମାଲୋଚନା କରିଛନ୍ତି। ଦରଦାମ ବଢ଼ିବା ପ୍ରସଙ୍ଗରେ ‘ମଧୁମେହ’କୁ ଯୁକ୍ତି କରିବାକୁ ନେଇ ସେ ସରକାରଙ୍କୁ କଟାକ୍ଷ କରିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।