Love Marriage Tragedy: ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର

Sep 02, 2026 - 15:00
Love Marriage Tragedy: ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର

ପ୍ରେମ ବିବାହର ଦେଢ଼ ବର୍ଷ ପରେ ଘଟିଛି ଦୁଃଖଦ ଘଟଣା। ୨୭ ବର୍ଷୀୟ ଶିବାନୀ ଓରଫ ସୁଧାଙ୍କ ମୃତଦେହ ତାଙ୍କ ଘରୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣା ପରେ ତାଙ୍କ ସ୍ୱାମୀ ୟଶ ଠାକୁର ଫେରାର ଥିବା ଜଣାପଡ଼ିଛି। ଏପରି ଘଟଣା ଉତ୍ତରପ୍ରଦେଶର ଝାନ୍ସୀର ସୀପ୍ରି ବଜାର ଥାନା ଅଞ୍ଚଳରେ ଘଟିଛି। 

ରାତିରେ ହୋଇଥିଲା ଝଗଡ଼ା

ପରିବାର ଲୋକଙ୍କ ଅନୁସାରେ, ରବିବାର ରାତି ପ୍ରାୟ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଶିବାନୀ ଓ ତାଙ୍କ ସ୍ୱାମୀ ୟଶ ଠାକୁରଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ପରେ ରାତି ପ୍ରାୟ ୨ଟା ମଧ୍ୟରେ ୟଶ ଶିବାନୀଙ୍କ ସାନ ଭଉଣୀ ମୁସ୍କାନଙ୍କ ଠାରୁ ନିଜ ବ୍ୟାଗ୍ ନେବା ପରେ ୟଶ ଘରର କବାଟକୁ ବାହାରୁ ବନ୍ଦ କରି ସେଠାରୁ ଚାଲିଯାଇଥିବା ପରିବାର ପକ୍ଷରୁ କୁହାଯାଇଛି।

ସକାଳ ପ୍ରାୟ ୫ଟାରେ ମୁସ୍କାନ ବାଥରୁମ୍ ଯିବା ପାଇଁ କବାଟ ଖୋଲିବାରୁ କବାଟ ବାହାରୁ ବନ୍ଦ ଥିଲା। ସେ ଅନେକ ଥର ଡାକିଥିଲେ ମଧ୍ୟ ଭିତରୁ କୌଣସି ଉତ୍ତର ମିଳିନଥିଲା।

ପରେ ସକାଳ ପ୍ରାୟ ୯ଟାରେ ଶିବାନୀଙ୍କ ଭାଇ ଅନିକେତ ଘରେ ପହଞ୍ଚିଥିଲେ। ସେ କବାଟ ଖୋଲିବା ପରେ ଶିବାନୀଙ୍କୁ ବିଛଣା ଉପରେ ପଡ଼ିଥିବା ଦେଖିଥିଲେ ଏବଂ ଶିବାନୀଙ୍କ ମୁହଁରୁ ରକ୍ତ ବାହାରୁଥିଲା।

ଘଟଣା ପରେ ପରିବାର ଲୋକେ ତୁରନ୍ତ ଶିବାନୀଙ୍କୁ ମେଡିକାଲ୍ କଲେଜକୁ ନେଇଯାଇଥିଲେ। କିନ୍ତୁ ପରୀକ୍ଷା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୋସିଆଲ୍ ମିଡିଆରୁ ପ୍ରେମ, ପରେ ବିବାହ

ଶିବାନୀ ଓ ଯଶଙ୍କ ପରିଚୟ ପ୍ରାୟ ଦେଢ଼ରୁ ଦୁଇ ବର୍ଷ ପୂର୍ବେ ସୋସିଆଲ୍ ମିଡିଆ ମାଧ୍ୟମରେ ହୋଇଥିଲା। ପରେ ଉଭୟ ପ୍ରେମ ବିବାହ କରିଥିଲେ। ତେବେ ଏହି ଦମ୍ପତିଙ୍କର କୌଣସି ସନ୍ତାନ ନଥିଲା।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବିବାହ ପରଠାରୁ ଶିବାନୀ ଓ ଯଶଙ୍କ ମଧ୍ୟରେ ବାରମ୍ବାର ବିବାଦ ହେଉଥିଲା। ଯଶ ଶିବାନୀଙ୍କୁ ମାଡ଼ ମାରୁଥିବାର ମଧ୍ୟ ଅଭିଯୋଗ ରହିଛି।

ଫେରାର ସ୍ୱାମୀଙ୍କୁ ଖୋଜୁଛି ପୁଲିସ

ସୂଚନା ପାଇ ସୀପ୍ରି ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରି ସ୍ୱାମୀଙ୍କ ବିରୋଧରେ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇ ଆଇନଗତ ପଦକ୍ଷେପ ନିଆଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।