Suicide Car Bomb Blast in Pakistan: ପାକିସ୍ତାନରେ ଭୟଙ୍କର କାର ବୋମା ବିସ୍ଫୋରଣ, ୫ ପୋଲିସଙ୍କ ସମେତ ୧୬ ମୃତ
ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଭୟଙ୍କର କାର ବୋମା ବିସ୍ଫୋରଣ। ଶୁକ୍ରବାର ନମାଜ ସମୟରେ କୋହାଟ୍ର ଓଲ୍ଡ ପୋଲିସ ଲାଇନ୍ସ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ନେଇ ଜଣେ ଆତ୍ମଘାତୀ ଆକ୍ରମଣକାରୀ ପୋଲିସ ପରିସରର କାନ୍ଥରେ ଧକ୍କା ଦେଇଥିଲା। ଏଥିରେ ୫ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି।
ବିସ୍ଫୋରଣ ପରେ ଆକ୍ରମଣକାରୀଙ୍କ ସହ ଥିବା ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ଫଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ହୋଇଥିଲା। ବିସ୍ଫୋରଣରେ ମସଜିଦ୍ ଓ ନିକଟସ୍ଥ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।
ଘଟଣା ପରେ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋହାଟ୍ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି। ଏପର୍ଯ୍ୟନ୍ତ କୌଣସି ସଂଗଠନ ଆକ୍ରମଣର ଦାୟିତ୍ୱ ନେଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।