Summer heat in the rain: ବର୍ଷାରେ ଗ୍ରୀଷ୍ମ ତାତି: ୩୫ଂ ଉପରେ ୧୨ ସହର, ପାରଳାଖେମୁଣ୍ଡିରେ ୩୭.୬ଂ
"ଭୁବନେଶ୍ବର: ଦୁର୍ବଳ ମୌସୁମୀ ପ୍ରବାହ ହେତୁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆକାଶ ବାଦଲ ଶୂନ୍ୟ ରହୁଛି।
ପରିଣାମ ସ୍ବରୂପ ତିନି ଦିନ ହେଲା ରାଜ୍ୟରେ ତାପମାତ୍ରା ଉପରମୁହାଁ ହୋଇଛି।
ଏଥିସହ ଉଚ୍ଚ ଆର୍ଦ୍ରତାର ଉପସ୍ଥିତି ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।
ବର୍ଷର ଅଧିକାଂଶ ସମୟ ଥଣ୍ଡା ରହୁଥିବା ପୁରୀ ସହର ଦିନକୁ ଦିନ ଉତ୍ତପ୍ତ ହେଉଛି।
ବଣ ଜଙ୍ଗଲ ଘେରା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଲଗାତାର ଭାବେ ରାଜ୍ୟର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହେଉଛି।
ଚାନ୍ଦବାଲି, ପାରାଦୀପ ପରି ଉପକୂଳବର୍ତ୍ତୀ ସହରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜୁଛି।
ଦୁଇ ମାସ ଧରି ବର୍ଷାରେ ଭିଜୁଥିବା ଓଡ଼ିଶାରେ ହଠାତ୍ ତାତି ସାଙ୍ଗକୁ ଗୁଳୁଗୁଳି ବଢ଼ିବା ଜନଜୀବନକୁ ବହୁ ପରିମାଣରେ ପ୍ରଭାବିତ କରୁଛି।
ଆଜିର ଦିନରେ ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା।
ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପୁରୀରେ ୩୬.୨, ଭୁବନେଶ୍ବର ଓ ନୟାଗଡ଼ରେ ୩୬ ଡିଗ୍ରି ଲେଖାଏଁ, ପାରାଦୀପରେ ୩୫.୮ ଡିଗ୍ରି, ଚାନ୍ଦବାଲିରେ ୩୫.୭, ଭଦ୍ରକରେ ୩୫.୫, ଢେଙ୍କାନାଳରେ ୩୫.୪, କଟକରେ ୩୫.୨, ଝାରସୁଗୁଡ଼ା, ଯାଜପୁର ଓ ତାଳଚେରରେ ୩୫ ଡିଗ୍ରି ରହିଥିଲା।Advertisment Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ...
୩୫ଂ ଉପରେ ୧୨ ସହର, ପାରଳାଖେମୁଣ୍ଡିରେ ୩୭.୬ଂମୌସୁମୀ ଦୁର୍ବଳ, ଉପକୂଳରେ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳିପଛକୁ ପଛ ଦୁଇଟି ଲଘୁଚାପ ସମ୍ଭାବନା ତାତିରେ ଆଉଟୁପାଉଟୁ ହେଉଥିବା ରାଜ୍ୟବାସୀଙ୍କୁ କିଛିଟା ଆଶ୍ବସ୍ତି ମିଳିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ କାଳବୈଶାଖୀ ପ୍ରଭାବରେ ଉପକୂଳ ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।
ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ।
୧୨ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ।
Village: ସୀମାନ୍ତ ଗାଁର ବିକାଶ ପାଇଁ ୧୧,୬୩୯ କୋଟି; ୨,୬୧୬ ଗାଁ ପାଇଁ ବିକାଶ ନକ୍ସା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ବିଶ୍ୱସ୍ତରୀୟ ପାଣିପାଗ ମଡେଲର ପୂର୍ବାନୁମାନ ଅନୁସାରେ ୯ କିମ୍ବା ୧୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୦ କିମ୍ବା ୧୧ ବେଳକୁ ଲଘୁଚାପରେ ପରିଣତ ହେବ।
ଏହା ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି।
ଏହା ସୁଦୃଶ୍ୟ ଲଘୁଚାପ ରୂପ ନେଇପାରେ ଏବଂ ଅବପାତ ହେବାର ସମ୍ଭାବନା କମ୍ ରହିଛି।
ସିଷ୍ଟମ୍ଟି ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟ ଭାରତ ଆଡ଼କୁ ଗତି କରିବ।
ପ୍ରଭାବରେ ୯ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବ।
ସେପ୍ଟେମ୍ବର ୧୦ ଓ ୧୧ରେ ପ୍ରମୁଖ ବର୍ଷା ହୋଇପାରେ।
ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ସମେତ ଆଖପାଖ ଉତ୍ତର ଓ ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷା ଅଧିକ ହୋଇପାରେ।
ପରେ ସିଷ୍ଟମ୍ ନିକଟକୁ ଆସିବା ସହ ଉପକୂଳ, ମଧ୍ୟ ଓଡ଼ିଶା ଏବଂ ପରେ ଦକ୍ଷିଣ ଓ ଭିତର ଓଡ଼ିଶାରେ ବର୍ଷା ବଢ଼ିପାରେ।
ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ।
ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପ୍ରାଥମିକ ସଙ୍କେତ ମିଳୁଛି।
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହେଲେ ୧୯ରୁ ୨୧ ବେଳକୁ ଓଡ଼ିଶାରେ ପୁଣି ବର୍ଷା ବଢ଼ିପାରେ।
ତେବେ ଏବେଠାରୁ ଏହାର ସୃଷ୍ଟି ସମୟ, ଶକ୍ତି, ଗତିପଥ କିମ୍ବା ବର୍ଷାର ପରିମାଣ ଆକଳନ କରାଯାଇପାରି ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।