Suna Besha: ସୁନାବେଶ ପାଇଁ ନୂଆ ଗହଣା ତିଆରି ପ୍ରସଙ୍ଗ: ୩୦ ପ୍ରକାର ଅଳଙ୍କାର ପାଇଁ ୨୦୮ କେଜି ସୁନା

Sep 28, 2026 - 07:34
Suna Besha: ସୁନାବେଶ ପାଇଁ ନୂଆ ଗହଣା ତିଆରି ପ୍ରସଙ୍ଗ: ୩୦ ପ୍ରକାର ଅଳଙ୍କାର ପାଇଁ ୨୦୮ କେଜି ସୁନା

"ପୁରୀ: ସୁନାବେଶରେ ବ୍ୟବହୃତ ହେଉଥିବା ଅଳଙ୍କାରର ଆଉ ଏକ ସେଟ୍‌ ପ୍ରସ୍ତୁତ ହେବ।

ଗତକାଲି ବସିଥିବା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହେବା ପରେ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ପୂର୍ବରୁ ଏକାଧିକ ଅଳଙ୍କାର ଫାଟି ଯାଇଛି।

ବିଶେଷ କରି କିରିଟ ଓ ଶ୍ରୀପୟରେ ଫାଟ ରହିଥିବା ଦେଖାଯାଇଥିଲା।

ଠାକୁର ଭଙ୍ଗା ଅଳଙ୍କାର ପିନ୍ଧୁଥିଲେ।

ଏବେ ଶ୍ରୀମନ୍ଦିରର ପ୍ରଶାସନ ନିଜସ୍ବ ପାଣ୍ଠି ଖର୍ଚ୍ଚ କରି ଅଳଙ୍କାର ତିଆରି କରିବ।

ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

କମିଟି ଗଠନ ହେବା ପରେ ଅଭିଜ୍ଞ ତଥା ଯୋଗ୍ୟ ଲୋକ ଚୟନ କରାଯାଇ ଅଳଙ୍କାର ପ୍ରସ୍ତୁତ ହେବ।

ଆସନ୍ତା ବର୍ଷ ସୁନାବେଶ ବେଳକୁ ଠାକୁର ନୂଆ ଅଳଙ୍କାରରେ ଝଲସିବେ ବୋଲି ଆଶା କରାଯାଉଛି।Advertisment "ଲକର୍‌ରୁ ଆଣି ରତ୍ନଭଣ୍ଡାରରେ ରଖ" Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର ଦୈନନ୍ଦିନର ହିସାବ ମୁତାବକ ପୁରୀ ଶ୍ରୀମନ୍ଦିରର ହୁଣ୍ଡି (ଦାନ ବାକ୍ସ) ଓ ଭକ୍ତଙ୍କ ଦାନ ଜରିଆରେ ବର୍ଷକୁ ପ୍ରାୟ ୩ରୁ ୪ କେଜି ସୁନା ଏବଂ ପ୍ରାୟ ୩୩ କେଜି ରୁପା ଦାନ ଆକାରରେ ମିଳୁଛି।

ଗତ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ହୁଣ୍ଡିରୁ ପ୍ରାୟ ୩ କେଜି ୪୪୧ ଗ୍ରାମ୍ ମିଶ୍ରିତ ସୁନା ଓ ୩୩ କେଜି ୬୪୮ ଗ୍ରାମ୍ ରୁପା ଅଳଙ୍କାର ମିଳିଥିଲା।

ଏହା ସହିତ ନଗଦ ୧୮ କୋଟି ୫୯ ଲକ୍ଷ ଟଙ୍କା ମଧ୍ୟ ପ୍ରାପ୍ତ ହୋଇଛି।

ଯଦି ୧୯୮୧ ମସିହାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୪୩ ବର୍ଷର ଦାନ ଜରିଆରେ ମିଳିଥିବା ସୁନା ପରିମାଣକୁ ହିସାବକୁ ନିଆଯାଏ ତେବେ ଶ୍ରୀମନ୍ଦିର ହୁଣ୍ଡିରୁ ୫୮ କେଜି ୩୧୭ ଗ୍ରାମ ସୁନା ଓ ୧୫୮କେଜି ୮୩୬ ଗ୍ରାମ ରୁପା ମିଳିଛି।

୨୦୨୧ରେ ଜଣେ ଭକ୍ତ ମହାପ୍ରଭୁଙ୍କ ପାଇଁ ୪.୮୫ କିଲୋଗ୍ରାମ ସୁନା ଓ ୩.୮୭ କିଲୋଗ୍ରାମ ରୁପାର ସ୍ୱତନ୍ତ୍ର ଅଳଙ୍କାର ଦାନ କରିଛନ୍ତି।

ଏହାକୁ ଯଦି ହିସାବକୁ ନିଆଯା‌ଏ ତେବେ ସୁନାର ପରିମାଣ ୬୬କେଜି ହେଉଛି।

ଅନ୍ୟପଟେ ରଥ ଉପରେ ହେଉଥିବା ସୁନାବେଶର ଅଳଙ୍କାରର ଓଜନ ପ୍ରାୟ ୨୦୮କେଜି।

ଏଥିରେ ସମ୍ପୂର୍ଣ୍ଣ ଶୁଦ୍ଧ ସୁନା ବ୍ୟବହାର କରାଯାଏ।

ମହାପ୍ରଭୁଙ୍କ ଶ୍ରୀହସ୍ତ, ଶ୍ରୀପୟର, ଶ୍ରୀମୁକୁଟ (ରତ୍ନଖଚିତ ସୁନା ମୁକୁଟ), ଚକ୍ର, ହଳ, ମୂଷଳ ଓ ବିଭିନ୍ନ ପ୍ରକାରର ପଦକ, ମାଳି ଭଳି ପ୍ରାୟ ୩୦ରୁ ଅଧିକ ପ୍ରକାରର ପାରମ୍ପରିକ ସୁନା ଅଳଙ୍କାର ପ୍ରସ୍ତୁତ ହେବ।

ଏହି ନୂଆ ସେଟ୍‌ ଅଳଙ୍କାର ପାଇଁ ୨୦୮କେଜି ସୁନା ଦରକାର।

ଅର୍ଥାତ୍‌ ଆଉ ୧୪୦ କେଜି ଶୁଦ୍ଧ ସୁନାର ଆବଶ୍ୟକ ରହିଛି।

ଏହି ସୁନା ଦାନ କରିବା ପାଇଁ ବଦାନ୍ୟ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିବ।

Neglect: ସ‌ର୍ବୋଚ୍ଚ ଶିଖରରେ ଥିବା ୩ ଜୁଆଙ୍ଗ ଗାଁରେ ଜଳ ପ୍ରଳୟ;  ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ ଅନ୍ୟପଟେ ବ୍ୟାଙ୍କ୍‌ ଲକର୍‌ରେ ରହିଥିବା ସୁନା ରତ୍ନଭଣ୍ଡାରକୁ ଫେରାଇ ଆଣିବାକୁ ଦାବି ହୋଇଛି।

ତା" ସହିତ ପୂର୍ବରୁ ଅଧିକାରୀମାନେ ମନଇଚ୍ଛା ଖର୍ଚ୍ଚ କରିଥିବା ସୁନାର ତଦନ୍ତ ଦାବି କରିଛନ୍ତି ଆଇନଜୀବୀ ଦିଲୀପ ବରାଳ।

ତାଙ୍କର କହିବା କଥା, ଶ୍ରୀଜଗନ୍ନାଥ ମନ୍ଦିର ରୁଲ୍‌ ୧୯୬୦ ଅନୁଯାୟୀ, ଶ୍ରୀମନ୍ଦିରର ଦାନ ସୁନା ଓ ରୁପା ସବୁ ରତ୍ନଭଣ୍ଡାରରେ ରଖାଯିବ।

କିନ୍ତୁ ‌ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଏହାକୁ ରତ୍ନଭଣ୍ଡାରରେ ନରଖି ଲକର ଓ ନିଜ କାର୍ଯ୍ୟାଳୟରେ ରଖି ଖର୍ଚ୍ଚ କରୁଛନ୍ତି।

ପ୍ରାୟ ୫କୋଟି ଟଙ୍କାର ସୁନା, ରୁପା ମନଇଚ୍ଛା ଖର୍ଚ୍ଚ କରିଥିବା ଜିଲ୍ଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ରରେ ସେ ଉଲ୍ଲେଖ କରିଛନ୍ତି।

ଶ୍ରୀମନ୍ଦିର‌ ପରିଚାଳନା କମିଟିର ବିନା ଅନୁମୋଦନରେ ପ୍ରଶାସନ ଖର୍ଚ୍ଚ କରିଥିବା ୨କେଜି ୫୮୩ ଗ୍ରାମ୍‌ ୯୧୪ ମିଲିଗ୍ରାମ୍‌ ସୁନାର ତଦନ୍ତ ହେବା ଜରୁରି ବୋଲି ସେ ଲେଖିଛନ୍ତି।

୨୦୨୧ରୁ ୨୦୨୪ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ୧୨କେଜି ୨୮୪ ଗ୍ରାମ୍‌ ୪୨୪ ମିଲିଗ୍ରାମ୍‌ ସୁନା ଦାନସୂତ୍ରରେ ପାଇଥିଲା।

ଏଥିରୁ ୨କେଜି ୫୮୩ ଗ୍ରାମ୍‌ ୯୧୪ ମିଲିଗ୍ରାମ୍‌ ସୁନା ଖର୍ଚ୍ଚ କରିଛି।

ରତ୍ନଭଣ୍ଡାରରେ ରହିଲେ ଅଧିକାରୀମାନେ ମନଇଚ୍ଛା ଖର୍ଚ୍ଚ କରିପାରିବେନି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।