Two consecutive releases: ଲଗାତାର ଦୁଇଟି ରିଲିଜ୍
"ଭିନ୍ନ ଧରଣର ଚରିତ୍ର ଓ କାହାଣୀ ପାଇଁ ପରିଚିତ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ଦୁଇଟି ନୂଆ ଚଳଚ୍ଚିତ୍ର ସହ ପରଦାକୁ ଫେରୁଛନ୍ତି।
ଏ ଦୁଇ ଚଳଚ୍ଚିତ୍ରର କାହାଣୀ ଓ ଚରିତ୍ର ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ଗୋଟିଏ ହେଉଛି ହାସ୍ୟରସାତ୍ମକ ସ୍ପାଇ କାହାଣୀ "ଉଡ଼ତା ତୀର" ଏବଂ ଅନ୍ୟଟି ପାରିବାରିକ ପ୍ରେମକାହାଣୀ "ୟେ ପ୍ରେମ୍ ମୋଲ୍ ଲିୟା"।
ଆକାଶ କୌଶିକଙ୍କ ଦ୍ବାରା ନିର୍ଦ୍ଦେଶିତ "ଉଡ଼ତା ତୀର"ରେ ଆୟୁଷ୍ମାନଙ୍କ ସହ ସାରା ଅଲୀ ଖାଁ ଅଭିନୟ କରିଛନ୍ତି।
ଅକ୍ଟୋବର ୯ରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଜଣେ ପାକିସ୍ତାନୀ ଗୁପ୍ତଚର ଭୂମିକାରେ ଅଛନ୍ତି।
ଏକ ବିସ୍ଫୋରଣ ପରେ ସ୍ମୃତିଶକ୍ତି ହରାଇ ସେ ନିଜକୁ ଭାରତୀୟ ଅଧିକାରୀ ଭାବିବାକୁ ଲାଗନ୍ତି।
ଏହାକୁ ନେଇ ଗୁପ୍ତଚର ମିସନ୍ରେ ସୃଷ୍ଟି ହେଉଥିବା ଗୋଳମାଳିଆ ପରିସ୍ଥିତି ହିଁ ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ।Advertisment Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର ଅନ୍ୟପକ୍ଷରେ ସୂରଜ ଆର୍.
ବଡ଼ଜାତ୍ୟାଙ୍କ "ୟେ ପ୍ରେମ୍ ମୋଲ୍ ଲିୟା"ରେ ଆୟୁଷ୍ମାନଙ୍କ ବିପକ୍ଷରେ ଅଛନ୍ତି ଶର୍ବରୀ।
ନଭେମ୍ବର ୨୭ରେ ଆସିବାକୁ ଥିବା ଏହି ଚଳଚ୍ଚିତ୍ରରେ ଏକ ପାରିବାରିକ ମନୋରଂଜନଧର୍ମୀ କାହାଣୀ ରହିଛି।
ଏଥିରେ ଆୟୁଷ୍ମାନ "ପ୍ରେମ୍" ଚରିତ୍ରରେ ନଜର ଆସିବେ।
ରାଜଶ୍ରୀ ପ୍ରଡକ୍ସନ୍ସର ପ୍ରସିଦ୍ଧ "ପ୍ରେମ୍" ଚରିତ୍ରକୁ ସେ କିପରି ନିଜ ଅଭିନୟରେ ନୂଆ ରୂପ ଦେଉଛନ୍ତି, ସେ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଛି।
Neglect: ସର୍ବୋଚ୍ଚ ଶିଖରରେ ଥିବା ୩ ଜୁଆଙ୍ଗ ଗାଁରେ ଜଳ ପ୍ରଳୟ; ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।