Sundargarh Firing Incident: ସୁନ୍ଦରଗଡ଼ରେ ଆଖିବୁଜା ଗୁଳିମାଡ଼, ୨ ସଂଗଠନ ମଧ୍ୟରେ ସଂଘର୍ଷରୁ ଭୟଙ୍କର ଗୁଳିକାଣ୍ଡ
ସୁନ୍ଦରଗଡ ଭସ୍ମା ଥାନା ଦର୍ଲିପାଲିରେ ଗୁଳିମାଡ଼।
ଗୁଳିମାଡ଼ରେ ଚାଲିଯାଇଛି ଜଣଙ୍କ ଜୀବନ।
ଫ୍ଲାଏ ଆସ୍ ପରିବହନ ବିବାଦକୁ ନେଇ ୨ ସଂଗଠନ ମଧ୍ୟରେ ସଂଘର୍ଷରୁ ଘଟିଛି ଏହି ଗୁଳିକାଣ୍ଡ।
ଏଥିରେ ସିଲୁ ନେଟି ନାମକ ଜଣେ ଯୁବକ ଆଖି ବୁଜିଛନ୍ତି।
ଦର୍ଲିପାଲି ସ୍ଥିତ ତାପଜ ପ୍ରକଳ୍ପରୁ ବାହାରୁଥିବା ଫ୍ଲାଏ ଆସ ପରିବହନକୁ ନେଇ ଉପୁଜିଥିଲା ଏହି ବିବାଦର ସୁତ୍ରପାତ।
Advertisment ଗୁଳିମାଡରେ ଗୁରୁତର ଅବସ୍ଥାରେ ସିଲୁଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା।
ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସିଲୁଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା।ପୋଲିସ ଘଟଣା ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।