Supreme Court: ରାହୁଲ ଗାନ୍ଧୀଙ୍କ ଆଚରଣକୁ ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ: ଜବାବ ଦେବାକୁ ନିର୍ଦ୍ଦେଶ

Oct 15, 2026 - 20:41
Supreme Court: ରାହୁଲ ଗାନ୍ଧୀଙ୍କ ଆଚରଣକୁ ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ: ଜବାବ ଦେବାକୁ ନିର୍ଦ୍ଦେଶ

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୧୨ରେ ହୋଇଥିବା ପ୍ରତିବାଦ ଶୋଭାଯାତ୍ରା ଓ ସୁପ୍ରିମ୍‌କୋର୍ଟ ପରିସରରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ଅଦାଲତ।

ଗୁରୁବାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ରାହୁଲଙ୍କୁ ତାଙ୍କ ଆଚରଣ ଓ ଶୋଭାଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଜବାବ ଦେବାକୁ ପଡ଼ିବ।

Advertisment ରାଜନୈତିକ ଚାପ ପ୍ରୟୋଗ କରି ନ୍ୟାୟପାଳିକାକୁ ପ୍ରଭାବିତ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହି ପ୍ରସଙ୍ଗରେ ଚାରିଜଣ ଓକିଲ କରିଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ କଂଗ୍ରେସ, ରାହୁଲ ଓ ଅନ୍ୟ ଇଣ୍ଡି ମେଣ୍ଟ ନେତାଙ୍କୁ ନୋଟିସ ଜାରି କରିଛନ୍ତି।

ବରିଷ୍ଠ ଓକିଲ କପିଲ ସିବଲ ରାହୁଲଙ୍କ ପକ୍ଷରୁ ଅଦାଲତରେ ଉପସ୍ଥିତ ଥିଲେ।

ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ ଶୁଣାଣି ସମୟରେ ପ୍ରଧାନ ବିଚାରପତି ତାଙ୍କୁ କହିଥିଲେ ଯେ ପରବର୍ତ୍ତୀ ଶୁଣାଣିରେ ଆବେଦନକାରୀଙ୍କ ମଧ୍ୟରୁ ଜଣଙ୍କୁ ଅକ୍ଟୋବର ୧୨ର ଘଟଣା ସମ୍ପର୍କରେ ଜବାବ ଦେବାକୁ ହେବ।

ବରିଷ୍ଠ ଓକିଲ ଗୌରବ ଭାଟିଆ ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଶୋଭାଯାତ୍ରା ପ୍ରସଙ୍ଗ ଉଠାଇଥିଲେ।

ଅକ୍ଟୋବର ୧୨ରେ ରାହୁଲଙ୍କ ସମେତ ଇଣ୍ଡି ମେଣ୍ଟର ନେତାମାନେ ନିର୍ବାଚନ କମିସନଙ୍କ ବିରୋଧରେ ପ୍ରତିବାଦ କରି ସୁପ୍ରିମ୍‌କୋର୍ଟ ଅଭିମୁଖେ ଯାଇଥିଲେ।

ପରେ ରାହୁଲ ନିଜେ ଅଦାଲତରେ ଆବେଦନ ଦାଖଲ କରିବାକୁ ଯାଇଥିଲେ।

ତେବେ ରେଜିଷ୍ଟ୍ରିରେ ଆବେଦନ ଗ୍ରହଣ ସମୟ ଶେଷ ହେବାକୁ ଯାଉଥିବାରୁ ଓ ରାହୁଲଙ୍କ ପହଞ୍ଚିବାରେ ବିଳମ୍ବ ହେବାରୁ ଶେଷରେ ଓକିଲଙ୍କ ମାଧ୍ୟମରେ ଏହା ଦାଖଲ ହୋଇଥିଲା।

ଏହି ସମୟରେ ଅଦାଲତ ପରିସରରେ ବହୁ ସଂଖ୍ୟାରେ ଲୋକ ଜମା ହେବା ସହ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

ସେପଟେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଇଣ୍ଡି ମେଣ୍ଟ ଓ ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ ଓୱେସିଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି କରିଛନ୍ତି।

କନସର୍ଟରୁ ହେବାକୁଥିବା ଆୟ କରିପାରିବ ସାହାଯ୍ୟ ଏହି ପ୍ରକ୍ରିୟାରେ ପ୍ରାୟ ୧୩ କୋଟି ଭୋଟର ବାଦ୍‌ ପଡ଼ିଥିବା ଆବେଦନରେ ଦାବି କରାଯାଇଛି।

ଅନ୍ୟପକ୍ଷରେ, ଦିଲ୍ଲୀର ଯନ୍ତରମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍‌ ଦେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ହୋଇଥିବା ଆବେଦନ ଉପରେ ମଧ୍ୟ ଅଦାଲତ କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ଜବାବ ମାଗିଛନ୍ତି।

ଅନ୍ୟପକ୍ଷରେ ଅକ୍ଟୋବର ୧୦ ତାରିଖରେ ସିଜେପି ବିକ୍ଷୋଭ ସମୟରେ କେନ୍ଦ୍ରୀୟ ଦିଲ୍ଲୀରେ ଲଗାଯାଇଥିବା ପ୍ରତିବନ୍ଧକକୁ ନେଇ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଅବମାନନା ମାମଲାରେ ଦିଲ୍ଲୀ ପୁଲିସ କମିସନର ଅନୁରାଗ କୁମାର ସୁପ୍ରିମ୍‌କୋର୍ଟଙ୍କୁ କ୍ଷମା ମାଗିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।