Supreme Court Orders Immediate Action Against Politicians: ଡାକ୍ତରଙ୍କୁ ମାଡ଼; ରାଜନେତାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ରାଜନୈତିକ ନେତାମାନେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା ବଢ଼ିଚାଲିଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏପରି ଘଟଣାରେ ଜଡ଼ିତ ରାଜନେତାମାନଙ୍କୁ ତୁରନ୍ତ ହେପାଜତକୁ ନେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିବସେନାର କିଛି ପଦାଧିକାରୀ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହେବାର ଦିନକ ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଦେଶ ଦେଇଛନ୍ତି।
ଖବର ଅନୁଯାୟୀ, ରବିବାର ସକାଳୁ ରିଲିଫ୍ ହସ୍ପିଟାଲର କରିଡୋରରେ ହୋହଲ୍ଲା ହୋଇଥିଲା। ଦହି ହାଣ୍ଡି ଉତ୍ସବ ସମୟରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଛାଡ଼ିବାକୁ ନେଇ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିଲା।
ପାଲଘର ପୋଲିସ ଏହି ଘଟଣାରେ ଅତି କମରେ ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର କିଛି ସଦସ୍ୟ ମଧ୍ୟ ଅଛନ୍ତି।
ସିସିଟିଭି ଫୁଟେଜ୍ ଅନୁଯାୟୀ, ସେମାନଙ୍କ ମଧ୍ୟରୁ ଜଣେ ରିସେପ୍ସନିଷ୍ଟଙ୍କୁ ଚାପୁଡ଼ା ମାରିଥିଲେ। ଏହାସହ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିବା ଜଣେ ମହିଳା କର୍ମଚାରୀଙ୍କୁ ଧମକ ମଧ୍ୟ ଦିଆଯାଇଥିଲା।
ହସ୍ପିଟାଲର ଜଣେ କର୍ମଚାରୀଙ୍କ ଦ୍ୱାରା ରୁଜୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଶିବସେନାର ଜିଲ୍ଲା ମୁଖ୍ୟ କୁନ୍ଦନ ସାଙ୍ଖେ, ସହର ମୁଖ୍ୟ ରାହୁଲ ଘରାଟ ଏବଂ ଅନ୍ୟମାନେ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ପ୍ରବେଶ କରି ଡାକ୍ତରଙ୍କ ସହ ଯୁକ୍ତିତର୍କ କରିଥିଲେ।
ଏହି ସମୟରେ ଜଣେ ରିସେପ୍ସନିଷ୍ଟ ଘଟଣାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ। ସିସିଟିଭି ଫୁଟେଜରେ ତାଙ୍କୁ ଚାପୁଡ଼ା ମରାଯାଇଥିବା ଦେଖାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।