Supreme Court Rejects Alternative Execution Plea: ଫାଶୀ ରହିବ ନା ବଦଳିବ ? ସୁପ୍ରିମକୋର୍ଟଙ୍କ ବଡ଼ ସଙ୍କେତ

Aug 18, 2026 - 16:33
Supreme Court Rejects Alternative Execution Plea: ଫାଶୀ ରହିବ ନା ବଦଳିବ ? ସୁପ୍ରିମକୋର୍ଟଙ୍କ ବଡ଼ ସଙ୍କେତ

ଫାଶୀ ଦଣ୍ଡର ବର୍ତ୍ତମାନ ପ୍ରକ୍ରିୟା ବଦଳାଇ ଲେଥାଲ ଇଞ୍ଜେକ୍ସନ୍ ଭଳି ବିକଳ୍ପ ଉପାୟ ଲାଗୁ କରିବାକୁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ରାୟ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ଫାଶୀ ପ୍ରଣାଳୀର ବ୍ୟାପକ ସମୀକ୍ଷା କରିବାରୁ ରୋକିବ ନାହିଁ। ଏକ ବିଶେଷଜ୍ଞ କମିଟି ମାଧ୍ୟମରେ କମ୍ ଯନ୍ତ୍ରଣା ଓ ଦଣ୍ଡିତ ବ୍ୟକ୍ତିଙ୍କ ମର୍ଯ୍ୟାଦା ରକ୍ଷା କରିପାରୁଥିବା ବିକଳ୍ପ ପ୍ରଣାଳୀ ଉପରେ ବିଚାର କରାଯାଇପାରିବ। 

୨୦୧୭ରେ ଏହି ଆବେଦନ ଦାଖଲ ହୋଇଥିଲା। ଫାଶୀ ବଦଳରେ ଲେଥାଲ ଇଞ୍ଜେକ୍ସନ୍, ଗୁଳି କିମ୍ବା ଅନ୍ୟ ବିକଳ୍ପ ପ୍ରଣାଳୀ ନେଇ ଆବେଦନରେ ଦାବି କରାଯାଇଥିଲା। ତେବେ ଏବେ ଆବେଦନ ଖାରଜ ହୋଇଥିଲେ ମଧ୍ୟ, ଫାଶୀ ପ୍ରଣାଳୀର ଭବିଷ୍ୟତ ନେଇ କେନ୍ଦ୍ରର ବ୍ୟାପକ ସମୀକ୍ଷା ପାଇଁ ଦ୍ୱାର ଖୋଲା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।