Supreme Court To Hear Plea Against 0.4% MDR: ୟୁପିଆଇ ଚାର୍ଜ ଉପରେ କୋର୍ଟରେ ମାମଲା, ସୋମବାର ସୁପ୍ରିମକୋର୍ଟରେ ଶୁଣାଣି
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି। ୨ ହଜାର ଟଙ୍କାରୁ ଅଧିକ କିଛି ୟୁପିଆଇ ବ୍ୟବସାୟିକ ପେମେଣ୍ଟରେ ୦.୪ ପ୍ରତିଶତ ଏମଡିଆର ଲାଗୁ କରିବାକୁ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଦାଖଲ ଆବେଦନରେ ସୋମବାର ଶୁଣାଣି ହେବ। ସୁପ୍ରିମକୋର୍ଟର ୨୮ ସେପ୍ଟେମ୍ବର କଜ୍ ଲିଷ୍ଟରେ ମାମଲାଟି ରହିଛି।
ନୂଆ ନିୟମ ଅକ୍ଟୋବର ୧୫ରୁ ଲାଗୁ ହେବ। ଏଥିରେ ୨ ହଜାର ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ପର୍ସନ୍-ଟୁ-ମର୍ଚ୍ଚାଣ୍ଟ୍ ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ ଏମଡିଆର ଲାଗିବ। ୭୫ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ପେମେଣ୍ଟରେ ଏମଡିଆର ସର୍ବାଧିକ ୩୦୦ ଟଙ୍କା ରହିବ।
ତେବେ ପର୍ସନ୍-ଟୁ-ପର୍ସନ୍ ୟୁପିଆଇ ଟ୍ରାନ୍ସଫରରେ କୌଣସି ଏମଡିଆର ଲାଗିବ ନାହିଁ। ୨ ହଜାର ଟଙ୍କା ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ୍ ପେମେଣ୍ଟ ମଧ୍ୟ ମାଗଣା ରହିବ। ରେଳ, ଟେଲିକମ୍, ଇନ୍ସ୍ୟୁରାନ୍ସ, ଇନ୍ଧନ ଓ କୃଷି ଇନ୍ପୁଟ୍ ଭଳି କିଛି କ୍ଷେତ୍ରରେ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ପାଇଁ ୫ ଟଙ୍କାର ଫ୍ଲାଟ୍ ଏମଡିଆର ରହିବ।
ଏହି ନିୟମକୁ ଚ୍ୟାଲେଞ୍ଜ କରି ଆବେଦନ କରିଛନ୍ତି କିଛି ଆଇନଜୀବୀ। ଆବେଦନରେ ନୂଆ ଏମଡିଆର ବ୍ୟବସ୍ଥାର ଆଇନଗତ ଆଧାର, ୟୁପିଆଇ ଓ RuPay ଡେବିଟ୍ କାର୍ଡ ପାଇଁ ଭିନ୍ନ ନିୟମ ଏବଂ ଛୋଟ ବ୍ୟବସାୟୀଙ୍କ ଉପରେ ପଡ଼ିପାରୁଥିବା ପ୍ରଭାବ ନେଇ ପ୍ରଶ୍ନ ଉଠାଯାଇଛି।
ସେପଟେ କେନ୍ଦ୍ର ସରକାର କହିଛନ୍ତି, ପ୍ରାୟ ୯୬ ପ୍ରତିଶତ ୟୁପିଆଇ ମର୍ଚ୍ଚାଣ୍ଟ୍ ଟ୍ରାନ୍ସାକ୍ସନ୍ ଏହି ପରିବର୍ତ୍ତନରେ ପ୍ରଭାବିତ ହେବ ନାହିଁ। ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟର ଆସନ୍ତା ଶୁଣାଣି ଉପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।