ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ
ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ ମଧ୍ୟ ବ୍ୟାଙ୍କ ଖୋଲା ରହିଛି। ଅନ୍ୟପଟେ ବ୍ୟାଙ୍କ କର୍ମଚାରୀମାନେ କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଇ ପ୍ରତିବାଦ ଜଣାଇଛନ୍ତି।
ଏହି ପରିପ୍ରେକ୍ଷୀରେ ଛତ୍ରପୁରସ୍ଥିତ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଖୋଲାଯାଇଥିବାରୁ ଗ୍ରାହକମାନେ ଆସି ନିଜନିଜ ବିଭିନ୍ନ କାର୍ଯ୍ୟ କରୁଛନ୍ତି। ଏହା ସହିତ ବ୍ୟାଙ୍କ ଆଜି ଖୋଲିଥିବାରୁ ସେମାନେ ଖୁସି ଜାହିର କରିଛନ୍ତି। ଅନ୍ୟ ପଟେ ଅସମ୍ଭିଧାନିକ ଭାବେ ଆଜି ବ୍ୟାଙ୍କ ଖୋଲାଯାଇଛି। ତଥାପି ଗ୍ରାହକମାନଙ୍କ ହିତ ନିମନ୍ତେ ଆମେ ନିଜ ଦାୟିତ୍ୱ ତୁଲାଉଛୁ ବୋଲି ମଧ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ନେତା ଜିତେନ୍ଦ୍ର ପଲାଇ କହିଛନ୍ତି l
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ତେବେ ଧର୍ମଘଟ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଆଲୋଚନା ମାଧ୍ୟମରେ ଦାବିଗୁଡ଼ିକର ସମାଧାନ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକୁ ଅନୁରୋଧ କରାଯାଇଛି। ଏହା ସତ୍ତ୍ୱେ ୨୮ରୁ ୩୦ ତାରିଖ ଧର୍ମଘଟ କାର୍ଯ୍ୟକ୍ରମ ଘୋଷଣା ଅନୁସାରେ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।