Supreme Court: ଜ୍ଞାନେଶ କୁମାରଙ୍କ ବିରୋଧରେ ଆଉ ଏକ ଅଭିଯୋଗ, ଭୋଟର ତାଲିକାରେ ଯୁବ ଭୋଟରଙ୍କୁ ସାମିଲ କରାଯାଉ ନାହିଁ

Sep 25, 2026 - 17:07
Supreme Court: ଜ୍ଞାନେଶ କୁମାରଙ୍କ ବିରୋଧରେ ଆଉ ଏକ ଅଭିଯୋଗ, ଭୋଟର ତାଲିକାରେ ଯୁବ ଭୋଟରଙ୍କୁ ସାମିଲ କରାଯାଉ ନାହିଁ

"ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଆଉ ଏକ ମୋର୍ଚ୍ଚା ଖୋଲିଛନ୍ତି।

ସଦ୍ୟତମ ପ୍ରସଙ୍ଗଟି ନିର୍ବାଚନ କମିଶନଙ୍କ ଭୋଟର ତାଲିକାରେ ଯୁବ ଭୋଟରଙ୍କୁ ଯୋଡ଼ିବା ନିଷ୍ପତ୍ତି ସହିତ ଜଡିତ।

ଅଭିଯୋଗ ହେଉଛି ଯେ, ଗତ କିଛି ବର୍ଷ ଧରି, ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ବନ୍ଦ କରାଯାଇଛି।

ଏକ ସମ୍ପର୍କିତ ରିପୋର୍ଟକୁ ଉଦ୍ଧୃତ କରି, କଂଗ୍ରେସ ଦଳ ଏବେ ନିର୍ବାଚନ କମିଶନ ଓ ବିଜେପି ଉପରେ ତୀବ୍ର ଆକ୍ରମଣ ଆରମ୍ଭ କରିଛି।Advertisment ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ, ବାର୍ଷିକ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସ୍ବତନ୍ତ୍ର ସାରାଂଶ ସଂଶୋଧନ (ଏସ୍‌ଏସ୍‌ଆର୍‌) ୨୦୨୪ ପରେ ଆରମ୍ଭ ହୋଇନାହିଁ।

ଏହି ପ୍ରକ୍ରିୟା ପ୍ରତିବର୍ଷ ୧୮ ବର୍ଷ ବୟସର ନୂତନ ଭୋଟରଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ପାଇଁ ବ୍ୟବହୃତ ହୁଏ।

କଂଗ୍ରେସ ଅଭିଯୋଗ କରିଛି ଯେ, ଯୁବପିଢ଼ିଙ୍କୁ ଭୋଟର ତାଲିକାରୁ ଦୂରେଇ ରଖିବା ପାଇଁ ଏହା ଏକ ଷଡ଼ଯନ୍ତ୍ର।

ଜନପ୍ରତିନିଧିତ୍ବ ଆଇନ, ୧୯୫୦ ଧାରା ୨୧ ଅନୁଯାୟୀ ଏସ୍‌ଏସ୍‌ଆର୍‌ ଭୋଟର ତାଲିକା ଅପଡେଟ୍‌ କରିବାର ନିୟମିତ ବାର୍ଷିକ ପ୍ରକ୍ରିୟା।

୧୮ ବର୍ଷ ବୟସ ପରେ ଏସ୍‌ଏସ୍‌ଆର୍‌ ଅନ୍ତର୍ଗତ ଯୁବ ଭୋଟରଙ୍କୁ ବର୍ଷର ଚାରି ଥର ୧ ଜାନୁଆରି, ୧ ଏପ୍ରିଲ, ୧ ଜୁଲାଇ ଓ ୧ ଅକ୍ଟୋବରରେ ଭୋଟର ତାଲିକାରେ ନାଁ ଯୋଡ଼ା ଯାଇଥାଏ।

କମିଶନର ୱେବସାଇଟ୍ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ, ଶେଷଥର ପାଇଁ ଏସ୍‌ଏସ୍ଆର୍‌ ୨୦୨୪ ମସିହାରେ କରାଯାଇଥିଲା।

ଏହି ପ୍ରକ୍ରିୟା ସାଧାରଣତଃ ପ୍ରତିବର୍ଷ ମେ ଶେଷ ମାସରେ ଘୋଷଣା କରାଯାଏ।

୨୦୨୬-୨୭ ପ୍ରକ୍ରିୟା ସମ୍ପର୍କରେ ଚଳିତ ବର୍ଷ କୌଣସି ଘୋଷଣା କରାଯାଇ ନାହିଁ।

ରିପୋର୍ଟ ଅନୁଯାୟୀ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ଭୋଟର ତାଲିକାରେ ଯୁବପିଢ଼ିଙ୍କୁ ଯୋଡିବା ପାଇଁ ଏସ୍‌ଏସ୍‌ଆର୍‌ ପ୍ରକ୍ରିୟା ତୁରନ୍ତ ପୁନଃଆରମ୍ଭ କରିବା ପାଇଁ ଦୃଢ଼ ସମର୍ଥନ କରିଥିଲେ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମଧ୍ୟ ଏଥିପାଇଁ ଆଇନଗତ ପରାମର୍ଶ ଲୋଡ଼ିଥିଲେ।

ତେବେ ଏହି ପ୍ରସଙ୍ଗରେ ଏବେ କଂଗ୍ରେସ ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଘେରିଛି।

ସରକାର ଜେନ୍‌ ଜିଙ୍କୁ ଭୟ କରୁଛନ୍ତି କାରଣ ଏହା ମୋଦୀଙ୍କ ବିରୋଧରେ ଠିଆ ହୋଇଛି।

ଜେନ୍‌ ଜିଙ୍କ ଭୟରେ ମୋଦୀ ଜ୍ଞାନେଶ କୁମାରଙ୍କ ସହିତ ମିଶି ଷଡ଼ଯନ୍ତ୍ର ରଚିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ ସରକାରଙ୍କୁ ତୀବ୍ର ଆକ୍ରମଣ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହା ଦୁଇଜଣ ପ୍ରଧାନମନ୍ତ୍ରୀଙ୍କ କାହାଣୀ।

ଜଣେ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ସଶକ୍ତ କରିବାକୁ ୧୯୮୮ରେ ସଂସଦର ଶୀତଅଧିବେଶନରେ ସମ୍ବିଧାନ ଧାରା ୩୨୬ରେ ସଂଶୋଧନ କରି ସାର୍ବଜନୀନ ମତଦାନ ବୟସ ୨୧ରୁ ୧୮ ବର୍ଷକୁ ହ୍ରାସ କରିଥିଲେ, ଆଉ ଜଣେ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ଭୟକରି ୨୦୨୪ରୁ ଏସ୍‌ଏସ୍‌ଆର୍ ବନ୍ଦ କରି ରଖିଛନ୍ତି ବୋଲି କହିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଉତ୍ତର ପ୍ରଦେଶରେ ଯୁବପିଢ଼ିଙ୍କୁ ସ‌ମ୍ବୋଧିତ କରିବାକୁ ଥିବା ଦୁଇଟି ଇଲେକ୍ଟୋରାଲ୍ ଲିଟେରେସି କ୍ଲବ୍ ଆଞ୍ଚଳିକ ସମ୍ମିଳନୀକୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସ୍ଥଗିତ ରଖିଛନ୍ତି।

ଶୁକ୍ରବାର ମୀରଟରେ ଅନୁଷ୍ଠିତ ହେବାକୁ ଥିବା ଗୋଟିଏ କାର୍ଯ୍ୟକ୍ରମରେ ଜ୍ଞାନେଶ କୁମାର ଯୁବ ଭୋଟରଙ୍କୁ ଭେଟିଥାନ୍ତେ।

ସେପ୍ଟେମ୍ବର ୨୮ରେ ଜେନ୍ ଜି ସମ୍ପର୍କିତ ଅନ୍ୟ କାର୍ଯ୍ୟକ୍ରମଟି ବାରାଣସୀରେ ଥିଲା।

ତେବେ ଜଣେ ଇସିଆଇ ଅଧିକାରୀ କହିଛନ୍ତି ଯେ, ଏହି ନିଷ୍ପତ୍ତି ସମ୍ପ୍ରତି ଦେଖାଦେଇଥିବା ବିବାଦ ସହିତ ଜଡ଼ିତ ନୁହେଁ, ବରଂ ଦୁଇଟି ସମ୍ମିଳନୀକୁ ସେପ୍ଟେମ୍ବର ୨୧ ତାରିଖରେ ସ୍ଥଗିତ ରଖାଯାଇଥିଲା ଓ ସେହି ଦିନ ହିଁ ନିଷ୍ପତ୍ତି ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଥିଲା।

ମନୁଷ-ଦିୟାଙ୍କୁ ଟିଟି କାଂସ୍ୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।