Supreme Court : ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ତୃତୀୟ ଭାଷାରେ ଆଶ୍ୱସ୍ତି ଦେଲେ ସୁପ୍ରିମ୍କୋର୍ଟ
"ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ନୂଆ ତିନି ଭାଷା ନୀତିକୁ ନେଇ ସୁପ୍ରିମ୍କୋର୍ଟ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଜି ବଡ଼ ଆଶ୍ୱସ୍ତି ଦେଇଛନ୍ତି।
ନୂଆ ତିନି ଭାଷା ନୀତି ଅନୁସାରେ ସପ୍ତମ, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭଳି ବର୍ତ୍ତମାନ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସମାନ ଛାଡ଼ ଦେବାକୁ ସର୍ବୋଚ୍ଚ ଅଦାଲତ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି।Advertisment ଆହୁରି ପଢନ୍ତୁ :Odisha Vigilance caught ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ରଙ୍ଗେହାତ ଧରାପଡ଼ିଗଲେ ସହକାରୀ ଯନ୍ତ୍ରୀ ଓ ଦଲାଲ ଗିରଫ ନିର୍ଦ୍ଦେଶ ଅନୁଯାୟୀ, ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ନୂଆ ନୀତି ଅନୁସାରେ ତୃତୀୟ ଭାଷା ପଢ଼ିବେ।
କିନ୍ତୁ ଯେତେବେଳେ ସେମାନେ ଦଶମ ପରୀକ୍ଷା ଦେବେ ସେତେବେଳେ ସେମାନେ ଏହାର ପରୀକ୍ଷା ଦେବେନାହିଁ।
ବର୍ତ୍ତମାନ ଏହି ସୁବିଧା ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳୁଛି।
ଏହି ବ୍ୟବସ୍ଥା ୨୦୨୭ ଏପ୍ରିଲ ୧ରୁ ଲାଗୁ କରିବାକୁ କୁହାଯାଇଛି।
ଏହାବ୍ୟତୀତ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆଉ ଏକ ସୁବିଧା ପ୍ରଦାନକରାଯାଇଛି।
ତାହା ହେଲା ଯେଉଁମାନେ ଦୁଇଟି ଅଣସ୍ଥାନୀୟ ଭାଷା ପଢ଼ୁଛନ୍ତି ସେମାନେ ସେହି ଦୁଇ ଭାଷା ସହିତ ଆଉ ଏକ ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବେ ନେଇପାରିବେ।
ନୂଆ ଭାଷା ନୀତି ଅନୁଯାୟୀ, ଦୁଇଟି ଆଞ୍ଚଳିକ ଭାଷା ରଖିବାର ବ୍ୟବସ୍ଥା ରହିଛି।
ତେଣୁ ଦୁଇଟି ଆଞ୍ଚଳିକ ଭାଷା ରଖିବା ପାଇଁ ସେମାନଙ୍କୁ ବର୍ତ୍ତମାନ ପଢ଼ୁଥିବା ଦୁଇଟି ଭାଷାକୁ ବଦଳାଇବାକୁ ପଡ଼ିବ କିମ୍ବା ବାଦ୍ ଦେବାକୁ ପଡ଼ିବ ନାହିଁ।
ଆହୁରି ପଢନ୍ତୁ :Supreme Court: ଡାକ୍ତରଙ୍କୁ ଆକ୍ରମଣ କରିବା ଚଳିବ ନାହିଁ: ସୁପ୍ରିମ୍କୋର୍ଟ ଅଭିଭାବକମାନେ ଶୁଣାଣି ସମୟରେ କହିଥିଲେ ଯେ କେତେକ ଛାତ୍ରଛାତ୍ରୀ ଚତୁର୍ଥ ଶ୍ରେଣୀରୁ ନିର୍ଦ୍ଦିଷ୍ଟ ଭାଷା ପଢ଼ୁଥିବାବେଳେ ଏବେ ହଠାତ୍ ଅନ୍ୟ ଭାଷା ନେବାକୁ କୁହାଯାଉଛି।
ଏଥିସହ ତୃତୀୟ ଭାଷାର ପାଠ୍ୟପୁସ୍ତକ ଉପଲବ୍ଧ ନ ଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଥିଲେ।
କୋର୍ଟ କହିଛନ୍ତି ଯେ, ତୃତୀୟ ଭାଷା ନୀତିର ବ୍ୟାପକ ପ୍ରସଙ୍ଗ ପରେ ବିଚାର କରାଯିବ।
ମାମଲାର ପରବର୍ତ୍ତୀ ଶୁଣାଣି ଛଅ ସପ୍ତାହ ପରେ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।