SpaceX: ସ୍ପେସ୍‌ଏକ୍ସର ଷ୍ଟାର୍‌ସିପ୍‌ର ପ୍ରଥମ କକ୍ଷପଥ ଯାତ୍ରା

Sep 28, 2026 - 22:38
SpaceX: ସ୍ପେସ୍‌ଏକ୍ସର ଷ୍ଟାର୍‌ସିପ୍‌ର ପ୍ରଥମ କକ୍ଷପଥ ଯାତ୍ରା

"ନ୍ୟୁୟର୍କ: ଏଲନ୍‌ ମସ୍କଙ୍କ ମହାକାଶ କମ୍ପାନି ସ୍ପେସ୍‌ଏକ୍ସ ସୋମବାର ପ୍ରଥମ ଥର ପାଇଁ ଷ୍ଟାର୍‌ସିପ୍‌କୁ ପୃଥିବୀର କକ୍ଷପଥକୁ ପଠାଇବାକୁ ଉଦ୍ୟମ କରିଛି।

ଏହି ଚତୁର୍ଦ୍ଦଶ ପୂର୍ଣ୍ଣାଙ୍ଗ ପରୀକ୍ଷଣ ଉଡ଼ାଣରେ ଷ୍ଟାର୍‌ସିପ୍‌ ସହିତ ୨୬ଟି ନୂଆ ଷ୍ଟାର୍‌ଲିଙ୍କ୍‌ ଉପଗ୍ରହ ମଧ୍ୟ ପଠାଯାଇଛି।

ମିସନଟି ସଫଳ ହେଲେ ଷ୍ଟାର୍‌ସିପ୍‌ର ଭବିଷ୍ୟତ ମହାକାଶ ଅଭିଯାନ ସହିତ ନାସାର ଆର୍ଟେମିସ୍‌ ଚନ୍ଦ୍ର ଅଭିଯାନ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ।Advertisment ଆହୁରି ପଢନ୍ତୁ :landslides: ଦକ୍ଷିଣ ମ୍ୟାମାରରେ ବନ୍ୟା, ଭୂସ୍ଖଳନ: ୮ ମୃତ, ୩୦ ନିଖୋଜ ଆଶଙ୍କା ୧୨୪ ମିଟର ଉଚ୍ଚ ଷ୍ଟାର୍‌ସିପ୍‌-ସୁପର ହେଭି ରକେଟ୍‌ ଆମେରିକାର ଟେକ୍ସାସ୍‌ର ଦକ୍ଷିଣ ପ୍ରାନ୍ତରେ ଥିବା ସ୍ପେସ୍‌ଏକ୍ସର ଷ୍ଟାର୍‌ବେସ୍‌ରୁ ଉତ୍‌କ୍ଷେପଣ ହୋଇଛି।

ଏହା ଷ୍ଟାର୍‌ସିପ୍‌ର ୧୪ଶ ପରୀକ୍ଷଣ ଉଡ଼ାଣ।

ପୂର୍ବରୁ ହୋଇଥିବା ୧୩ଟି ଉଡ଼ାଣ କକ୍ଷପଥରେ ପହଞ୍ଚି ପାରିନଥିଲା।

ଏଥର ମୁଖ୍ୟ ଲକ୍ଷ୍ୟ ହେଉଛି ଷ୍ଟାର୍‌ସିପ୍‌କୁ ପ୍ରାୟ ୨୭୫ କିଲୋମିଟର ଉଚ୍ଚତାରେ କକ୍ଷପଥରେ ପ୍ରବେଶ କରାଇବା।

ମିସନଟି ପ୍ରାୟ ୧୦ ଘଣ୍ଟା ଧରି ଚାଲିବାର ଯୋଜନା ରହିଛି।

ଏହି ସମୟରେ ଷ୍ଟାର୍‌ସିପ୍‌ ପୃଥିବୀ ଚାରିପଟେ ପ୍ରାୟ ୬ ଥର ଘୂରିବ।

ଏହା ପରେ ଏହା ଡି-ଅର୍ବିଟ୍‌ ବର୍ଣ୍ଣ କରି ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିବ ଏବଂ ଚିଲି ନିକଟ ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର ଯୋଜନା ରହିଛି।

ଏହାର ପ୍ରଥମ ପର୍ଯ୍ୟାୟ ସୁପର ହେଭି ବୁଷ୍ଟର୍‌କୁ ମେକ୍ସିକୋ ଉପସାଗରରେ ନିୟନ୍ତ୍ରିତ ଭାବେ ଅବତରଣ କରାଯିବ।

ଆହୁରି ପଢନ୍ତୁ :Bhagat Singh: ଭଗତ ସିଂହଙ୍କ ଜୟନ୍ତୀରେ ମୋଦୀଙ୍କ ସମେତ ବିଜେପି ନେତାଙ୍କ ଶ୍ରଦ୍ଧାଞ୍ଜଳି ଏହି ମିସନର ଆଉ ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ୨୬ଟି ଷ୍ଟାର୍‌ଲିଙ୍କ୍‌ ଭି୩ ଉପଗ୍ରହକୁ ମହାକାଶରେ ଛାଡ଼ିବା।

ଏଗୁଡ଼ିକ ପୂର୍ବ ପିଢ଼ିର ଉପଗ୍ରହ ତୁଳନାରେ ଅଧିକ ତଥ୍ୟ ପ୍ରେରଣ କ୍ଷମତା ଯୋଗାଇବା ପାଇଁ ଡିଜାଇନ୍‌ କରାଯାଇଛି।

ଉପଗ୍ରହଗୁଡ଼ିକ ଷ୍ଟାର୍‌ସିପ୍‌ରୁ ଅଲଗା ହେବା ପରେ ସୌର ପ୍ୟାନେଲ୍‌ ଓ ଆଣ୍ଟେନା ଖୋଲିବେ ଏବଂ ନିଜସ୍ବ ଇଞ୍ଜିନ୍‌ ଜରିଆରେ ଧୀରେ ଧୀରେ ନିର୍ଦ୍ଧାରିତ କକ୍ଷପଥକୁ ଯିବେ।

ଏହା ଷ୍ଟାର୍‌ସିପ୍‌ ମାଧ୍ୟମରେ ଷ୍ଟାର୍‌ଲିଙ୍କ୍‌ର କାର୍ଯ୍ୟକ୍ଷମ ଉପଗ୍ରହ ପଠାଇବାର ପ୍ରଥମ ମିସନ ବୋଲି କୁହାଯାଉଛି।

ଏହି ପରୀକ୍ଷଣରେ କକ୍ଷପଥରେ ଇଞ୍ଜିନ୍‌ ପୁନଃ ଚାଲୁ କରିବା, ଉପଗ୍ରହ ଛାଡ଼ିବା, ତାପରୋଧୀ ଆବରଣର କାର୍ଯ୍ୟକ୍ଷମତା ଓ ପୃଥିବୀକୁ ନିୟନ୍ତ୍ରିତ ଭାବେ ଫେରିବା ଭଳି ବିଭିନ୍ନ ପ୍ରଯୁକ୍ତି ପରୀକ୍ଷା କରାଯିବ।

ତିନିଟି ଷ୍ଟାର୍‌ଲିଙ୍କ୍‌ ଉପଗ୍ରହରେ ଷ୍ଟାର୍‌ସିପ୍‌ର ତାପରୋଧୀ ଆବରଣର ଚିତ୍ର ଉଠାଇବା ପାଇଁ କ୍ୟାମେରା ମଧ୍ୟ ରହିଛି।

ଆହୁରି ପଢନ୍ତୁ :Jammu and Kashmir: ବିଜେପିର ବିରୋଧ ସତ୍ତ୍ବେ ଜମ୍ମୁ-କାଶ୍ମୀର ବିଧାନସଭାରେ ରାଜ୍ୟ ମାନ୍ୟତା ପ୍ରସ୍ତାବ ପାରିତ ଷ୍ଟାର୍‌ସିପ୍‌କୁ ସମ୍ପୂର୍ଣ୍ଣ ପୁନଃବ୍ୟବହାରଯୋଗ୍ୟ ମହାକାଶଯାନ ଭାବେ ବିକଶିତ କରୁଛି ସ୍ପେସ୍‌ଏକ୍ସ।

ଭବିଷ୍ୟତରେ ମଣିଷ ଓ ସାମଗ୍ରୀକୁ ଚନ୍ଦ୍ର ଓ ମଙ୍ଗଳକୁ ପଠାଇବା ଏହାର ଲକ୍ଷ୍ୟ।

ନାସା ଆର୍ଟେମିସ୍‌ କାର୍ଯ୍ୟକ୍ରମରେ ଚନ୍ଦ୍ରରେ ମହାକାଶଚାରୀଙ୍କୁ ଅବତରଣ କରାଇବା ପାଇଁ ଷ୍ଟାର୍‌ସିପ୍‌ର ଏକ ପରିବର୍ତ୍ତିତ ସଂସ୍କରଣକୁ ଚନ୍ଦ୍ର ଅବତରଣଯାନ ଭାବେ ଚୟନ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।