20 SEPTEMBER 2026

Welcome!

Unlock your personalized experience.
Sign Up

Supreme Power: ମହାଶକ୍ତିଙ୍କ ଆଇନ ଉଲ୍ଲଂଘନ: ଅଚଳ ହେଲାଣି ଜାତିସଂଘ ସୁରକ୍ଷା ପରିଷଦ

Sep 18, 2026 - 04:45
Supreme Power: ମହାଶକ୍ତିଙ୍କ ଆଇନ ଉଲ୍ଲଂଘନ: ଅଚଳ ହେଲାଣି ଜାତିସଂଘ ସୁରକ୍ଷା ପରିଷଦ

ଜାତିସଂଘ:  ବାରମ୍ବାର ଅନ୍ତର୍ଜାତୀୟ ଆଇନ ଭଙ୍ଗ କରୁଥିବା ବିଶ୍ୱର ପ୍ରମୁଖ ମହାଶକ୍ତିମାନେ ଜାତିସଂଘ ନିରାପତ୍ତା ପରିଷଦରେ ବସିଛନ୍ତି ଏବଂ ସେମାନେ ଏହି ସଂସ୍ଥାକୁ ଅଚଳ କରିଦେଲେଣି। ତେଣୁ ୧୫ଟି ଦେଶ ରହିଥିବା  ନିରାପତ୍ତା ପରିଷଦର ସଂସ୍କାର ଏବଂ କ୍ଷମତାର ପୁନଃବଣ୍ଟନ ହେବା ଆବଶ୍ୟକ ବୋଲି ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି। ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନର ଉଚ୍ଚସ୍ତରୀୟ ସପ୍ତାହ ଆରମ୍ଭ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।

Education: 'ଇଗ୍ନୋ' ରେ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ପଂଜୀକରଣ ଅବଧି ବୃଦ୍ଧି

ଅଚଳ ହେଲାଣି ଜାତିସଂଘ ସୁରକ୍ଷା ପରିଷଦ
ସଂସ୍କାର ଦାବି କଲେ ମହାସଚିବ

ସାଂପ୍ରତିକ ନିରାପତ୍ତା ପରିଷଦ ଏବେ ଅଗ୍ରହଣୀୟ  ବୋଲି ‌ଗୁଟେରେସ୍‌ କଠୋର ମନ୍ତବ୍ୟ ରଖିଛନ୍ତି। ମହାସଚିବ କହିଛନ୍ତି ଯେ ବଡ଼ ଶକ୍ତିମାନଙ୍କର ଖରାପ ଉଦାହରଣ ଏବଂ ଆଇନ ଉଲ୍ଲଂଘନ ଯୋଗୁଁ ଅନେକ ରାଷ୍ଟ୍ର ଅନ୍ତର୍ଜାତୀୟ ଆଇନ ଓ ମାନବାଧିକାର ନିୟମ ଭଙ୍ଗ କରି ମନମୁଖୀ କାର୍ଯ୍ୟ କରୁଛନ୍ତି। ଆଜିର ସମୟରେ ବିଶ୍ୱ ଅର୍ଥନୀତିରେ ବିକଶିତ ଦେଶଗୁଡ଼ିକର ଭାଗିଦାରୀ କମୁଥିବା ବେଳେ ଉଦୀୟମାନ ଅର୍ଥବ୍ୟବସ୍ଥାର ପ୍ରଭାବ ବୃଦ୍ଧି ପାଉଛି। କ୍ଷମତାର ଏହି ପୁନଃବଣ୍ଟନ ପାଇଁ ବହୁପାକ୍ଷିକ ଅନୁଷ୍ଠାନ, ବିଶେଷ କରି ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଅତ୍ୟନ୍ତ ଜରୁରି ବୋଲି ସେ କହିଛନ୍ତି।

Climate Change: ଜଳବାୟୁ ପରିବର୍ତ୍ତନ ପ୍ରଭାବ : ୨୦୨୬ରେ ୧୧.୭ କୋଟି ଭାରତୀୟ ସାଂଘାତିକ ଗ୍ରୀଷ୍ମପ୍ରବାହର ଶିକାର

ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଜାତିସଂଘର ଏହି ବାର୍ଷିକ ସାଧାରଣ ସଭାରେ ବିଶ୍ବର ଅନେକ ପ୍ରମୁଖ ନେତା ଯୋଗ ଦେବେ। ଆଗାମୀ ଡିସେମ୍ବରରେ ଗୁଟେରସ୍‌ଙ୍କ ଦ୍ୱିତୀୟ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ନିଜର ୧୦ ବର୍ଷର ଅନୁଭୂତିରୁ ସେ କହିଛନ୍ତି ଯେ ବିଶ୍ୱ ବହୁଧ୍ରୁବୀୟ ହେଉଥିବାରୁ ଶାନ୍ତି, ବିକାଶ ଓ ମାନବାଧିକାର ରକ୍ଷା ପାଇଁ ଏହି ଅନୁଷ୍ଠାନଗୁଡ଼ିକର ସଂସ୍କାର ଅପରିହାର୍ଯ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।