Suspend: ଗୋମାଫିଆଙ୍କୁ ସାହାଯ୍ୟ: ପୁଲିସ ଏଏସ୍ଆଇ-କନଷ୍ଟେବଳ ନିଲମ୍ବିତ
ବାରିପଦା (ବଟକୃଷ୍ଣ ବିହାରୀ): ପୁଲିସର ଅପରେସନ ହ୍ବାଇଟ ହର୍ଷ ଫେଲ ମାରିଥିଲା।, ଖସି ଯାଇଥିଲା ଗୋ ତସ୍କରିର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ। ଘରଢିଙ୍ଗି କୁମ୍ଭୀର ଭଳି ମାଫିଆକୁ ପୁଲିସ ସହଯୋଗ ଯୋଗୁ ଖସି ଯାଇଥିଲା ମାଫିଆ। ଏହି ଘଟଣାରେ ମୟୂରଭଂଜ ଜିଲ୍ଲା ଝରପୋଖରିଆ ଥାନାର ଜଣେ ଏଏସ୍ଆଇ ଓ ଜଣେ କନଷ୍ଟେବଳଙ୍କୁ ଏସପି ବରୁଣ ଗୁଣ୍ଡିପଲ୍ଲ ନିଲମ୍ୱିତ କରିଛନ୍ତି।
ଏସ୍ଆଇ ରଣଜିତ ନାଏକ, କନେଷ୍ଟବଳ ଆଶିଷ ନାଏକଙ୍କୁ ନିଳମ୍ବନ କରାଯାଇଥିବା ବେଳେ ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ କାହିଁକି ଚାକିରିରୁ ବହିଷ୍କୃତ କରା ନ ଯିବ ସେ ନେଇ ରିପୋର୍ଟ ମଗାଯାଇଛି। ଥାନାର ତତ୍କାଳୀନ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଏହି ଘଟଣାରେ ସଂପୃକ୍ତ ବୋଲି କୁହାଯାଉଥିବା ବେଳେ ସେ ଦୁଇ ଦିନ ତଳେ ରିଳିଭ୍ ହୋଇ ଯାଇଛନ୍ତି। ଶ୍ରୀ ଅଚର୍ଯ୍ୟଙ୍କ ଗୋ ମାଫିଆଙ୍କ ସହ ସମ୍ପର୍କ ଥିବା ଓ ସେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ତାଙ୍କର ବାଲେଶ୍ଵରକୁ ବଦଳି ହୋଇଥିବା ବେଳେ ସେ ଦୁଇ ଦିନ ତଳେ ରିଲିଭ ହୋଇଛନ୍ତି।
ଅପରେସନ ହ୍ବାଇଟ ହର୍ଷ। ଗୋ ମାଫିଆଙ୍କୁ ସାବାଡ କରିବାକୁ ପୂର୍ବାଞ୍ଚଳ ପୁଲିସ ପକ୍ଷରୁ ତିନି ଜିଲ୍ଲାରେ ଆରମ୍ଭ ହୋଇଥିଲା ଅପରେସନ ହ୍ବାଇଟ ହର୍ଷ। ୧୩ ଜୁନ ସକାଳୁ ପୁଲିସ ଚଢ଼ାଉ କରିଥିଲା ଗୋ ମାଫିଆଙ୍କ ଘରେ। ଏହି ଅଭିମୁଖେ ମୟୂରଭଞ୍ଜ ଝାରପୋଖରିଆ ଥାନା ଅନ୍ତର୍ଗତ ଗୋ ତସ୍କରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଉତ୍ତମ ଦଣ୍ଡପାଟଙ୍କ ଘରେ ଚଢ଼ାଉ ହୋଇଥିଲା ବିଶାଳକାୟ କୋଠା ଏକାଧିକ ମୁଲ୍ୟବାନ କାର ସହ ନଗଦ ଟଙ୍କା ସୁନା ଗହଣା ଜବତ୍ ହୋଇଥିଲା। ପୁଲିସର ସ୍ଵତନ୍ତ୍ର ଟିମ୍ ଏହି ଚଢାଉ ରେ ସାମିଲ୍ ହୋଇଥିଲେ। ପୁଲିସ ପକ୍ଷରୁ ଖବର ପାଇ ଚଢ଼ାଉ ପୂର୍ବରୁ ବେଡିଙ୍ଗ ଧରି ଘରୁ ପଳାଇଥିଲା ଉତ୍ତମ୍ ଦଣ୍ଡପାଟ। ଏସପି ବରୁଣ ଗୁଣ୍ଠୁପାଲିଙ୍କ କହିବା ମୁତାବକ ଗୋତସ୍କର ଉତ୍ତମ ଦଣ୍ଡପାଟ କୁ ପୁଲିସ କୁଆଡ଼େ ଖବର ଦେଇଦେଇଥିଲା।
Headmaster suspended: ନିଶାସକ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ
ଗୋ ତସ୍କର ଉତ୍ତମି ଦଣ୍ଡପାଟ ହେଉଛି ଜଣେ ହାଇ ପ୍ରୋଫାଇଲ୍ ତସ୍କର,ନେତା ମନ୍ତ୍ରୀ,ଅଫିସର ସମସ୍ତ ଙ୍କୁ ନିଜ ହାତ ମୁଠାରେ ରଖିଥିଲା। ମୟୂରଭଞ୍ଜ ଜିଲ୍ଲା ହେଉଛି ତିନି ରାଜ୍ୟର ସୀମାନ୍ତ ଜିଲ୍ଲା। ଏହି ଜିଲ୍ଲା ଦେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଗୋ ମାଫିଆମାନେ ଗୋରୁ, ଗାଈକୁ ବାରିପଦା ଦେଇ ପଶ୍ଚିମବଙ୍ଗକୁ ଚାଲାଣ କରାଯାଏ। ଏବେ ଗୋ ତସ୍କରର ଚର୍ଚ୍ଚିତ ମାଷ୍ଟର ମାଇଣ୍ଡ ଉତ୍ତମ ଦଣ୍ଡପାଟ ଏବେ ଫେରାଇ ରହିଛି। ତା ଉପରେ ତିଖ୍ନ ନଜର ରଖାଯାଇଛି ବୋଲି କହିଛନ୍ତି ଏସ୍ପି। ଆଉ ତତ୍କାଳୀନ ଆଇଆଇସି ଶ୍ରୀ ଆଚାର୍ଯ୍ୟଙ୍କ ସଂପୃକ୍ତି ନେଇ ହେଉଥିବା ଅଭିଯୋଗର ତଦନ୍ତ ହେବ। ପ୍ରମାଣ ମିଳିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।