Suspend: ଡ୍ୟୁଟିରେ ନଥିଲେ ଫାଣ୍ଡି ଅଧିକାରୀ; ନିଲମ୍ବନ କଲେ ଏସ୍ପି
"ସାହାରପଡ଼ା: କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ଶନିବାର ସାହାରପଡ଼ା ଫାଣ୍ଡି ପରିଦର୍ଶନରେ ଯାଇଥିଲେ।
ଏହି ସମୟରେ ଫାଣ୍ଡି ଅଧିକାରୀ ପାର୍ଥ ଓରାମ ଉପସ୍ଥିତ ନଥିଲେ।
ଶ୍ରୀ ଓରାମ ଡ୍ୟୁଟିରେ ଥିଲେ ମଧ୍ୟ ଥାନାରେ ଉପସ୍ଥିତ ନଥିବା ନେଇ ଆରକ୍ଷୀ ନିତିନ କୁଶଲକର ଜାଣିବାକୁ ପାଇଥିଲେ।
Advertisment ତେବେ ପାଟଣା ଅଂଚଳରେ ଚୋରି, ଡକାୟତି ଭଳି ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ କୌଣସି ଚୋର ଧରା ପଡ଼ିନାହାନ୍ତି l ଗତ ପାଞ୍ଚ ଦିନ ତଳେ ହନୁମାନ ଛକ ଠାରେ ବିଳମ୍ବିତ ରାତ୍ରିରେ ତ୍ରିଲୋଚନ ମହାନ୍ତଙ୍କୁ ଭୁଜାଲି ଓ ଗୁଳି କରି ହତ୍ୟା କରିଥିବା ଘଟଣା ପୁଲିସର ନିଦ ହଜାଇ ଦେଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।