Attack on temple: ଓହାୟୋରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

Oct 03, 2026 - 23:27
Attack on temple: ଓହାୟୋରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

"କ୍ଲିଭଲ୍ୟାଣ୍ଡ: ଆମେରିକାର ଓହାୟୋ ରାଜ୍ୟସ୍ଥିତ ଗ୍ରେଟର କ୍ଲିଭଲ୍ୟାଣ୍ଡ ଅଞ୍ଚଳରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଶୁକ୍ରବାର ଅପରାହ୍ଣରେ ଦୁର୍ବୃତ୍ତମାନେ ଇଟା ପଥର ମାଡ଼ କରିଛନ୍ତି। "ହିନ୍ଦୁ ଆମେରିକାନ୍ ଫାଉଣ୍ଡେସନ୍" (ଏଚ୍‌ଏଏଫ୍‌) ଏବଂ "କୋଆଲିସନ୍ ଅଫ୍ ହିନ୍ଦୁଜ୍ ଅଫ୍ ନର୍ଥ ଆମେରିକା" (ସିଓଏଚ୍‌ଏନ୍‌ଏ)ର ସୂଚନା ଅନୁଯାୟୀ, ରିଚମଣ୍ଡ ହାଇଟ୍ସରେ ଅବସ୍ଥିତ "ଶ୍ରୀ ସ୍ୱାମୀନାରାୟଣ ଧାମ ହିନ୍ଦୁ ମନ୍ଦିର"କୁ ଲକ୍ଷ୍ୟ କରି ପ୍ରାୟ ଅପରାହ୍ଣ ୧:୩୦ ସମୟରେ ଏହି ଆକ୍ରମଣ ହୋଇଥିଲା।

ଆକ୍ରମଣ ସମୟରେ ମନ୍ଦିର ଭିତରେ ପୂଜକ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ।

ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ମନ୍ଦିରର ସମସ୍ତ କାଚ ଝରକା ଭାଙ୍ଗିଯାଇଛି ଏବଂ ମୁଖ୍ୟ ଭବନ କ୍ଷତିଗ୍ରସ୍ତ ହୋଇଛି।Advertisment ଘଟଣା ସମୟର ସିସିଟିଭି ସୁରକ୍ଷା ଫୁଟେଜ୍ ସ୍ଥାନୀୟ ପ୍ରଶାସନ ପାଖରେ ଉପଲବ୍ଧ ରହିଛି ଏବଂ ସୁରକ୍ଷା କର୍ମୀମାନେ ଏହାର ଯାଞ୍ଚ କରୁଛନ୍ତି।

ହିନ୍ଦୁ ଆମେରିକାନ୍ ଫାଉଣ୍ଡେସନ୍ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବା ସହ ଏଫ୍‌ବିଆଇ ଏବଂ ନାଗରିକ ଅଧିକାର ପ୍ରାଧିକରଣକୁ ଏ ବିଷୟରେ ଅବଗତ କରାଇଛି।

ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ନଥିବା ବେଳେ ଏହା ଏକ ଘୃଣା ହିଂସା ବୋଲି କୁହାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।