Suspicious Death of Odisha Labourer Sparks Anger: ଶ୍ରମିକଙ୍କ ମୃତ୍ୟୁକୁ ନେଇ ରହସ୍ୟ, ଆମ୍ବୁଲାନ୍ସ ଅଟକାଇଲେ ଗ୍ରାମବାସୀ

Oct 04, 2026 - 15:25
Suspicious Death of Odisha Labourer Sparks Anger: ଶ୍ରମିକଙ୍କ ମୃତ୍ୟୁକୁ ନେଇ ରହସ୍ୟ, ଆମ୍ବୁଲାନ୍ସ ଅଟକାଇଲେ ଗ୍ରାମବାସୀ

ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ। ମୃତକ କୋରାପୁଟ ଜିଲ୍ଲା ଫାମ୍ପୁଣି ପଞ୍ଚାୟତ ବାର୍ଲାହାଣ୍ଡି ଗାଁର ପ୍ରେମରାଜ ବିଶୋଇ। ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସକୁ ଅଟକ ରଖିଲେ ଗ୍ରାମବାସୀ। ପ୍ରେମରାଜ ଆନ୍ଧ୍ରପ୍ରଦେଶର ଅନକାପାଳିରେ ସିଭିଲ୍ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେ ଏକ ରୁମରେ ଘାଟବାଘ୍ର ଗାଁର ନବୀନ ମାଳି ଏବଂ ଝାଡ଼ଖଣ୍ଡର ଆଉ ଜଣେ ଯୁବକଙ୍କ ସହ ରହୁଥିଲେ।

ଗତକାଲି ରାତିରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଡାକ୍ତରଖାନା ନନେଇ ଆମ୍ବୁଲାନ୍ସ ଯୋଗେ ତାଙ୍କର ମରଶରୀରକୁ ଗାଁକୁ ପଠାଇ ଦିଆଯାଇଥିଲା। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଆମ୍ବୁଲାନ୍ସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ। ଘଟଣାର ତଦନ୍ତ କରିବା ସହ ସହାୟତା ଦାବି କରିଛନ୍ତି ପରିବାର ଲୋକେ। 

ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଆନ୍ଧ୍ର ପ୍ରଦେଶ ସିରାସପାଲ୍ଲୀରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ମୃତକ ଫାମ୍ପୁଣି ପଞ୍ଚାୟତ ବାର୍ଲାହାଣ୍ଡି ଗାଁର
ମୃତ୍ୟୁର କାରଣ ଅସ୍ପଷ୍ଟ
ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସ ଅଟକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।