Suspicious Package: ଜାତିସଂଘ ମୁଖ୍ୟାଳୟ ନିକଟରେ ସନ୍ଦେହଜନକ ପ୍ୟାକେଟ୍: ଆର୍ଲଟ ମୋଡ୍‌ରେ ସୁରକ୍ଷା ଏଜେନ୍ସି

Sep 23, 2026 - 12:08
Suspicious Package: ଜାତିସଂଘ ମୁଖ୍ୟାଳୟ ନିକଟରେ ସନ୍ଦେହଜନକ ପ୍ୟାକେଟ୍: ଆର୍ଲଟ ମୋଡ୍‌ରେ ସୁରକ୍ଷା ଏଜେନ୍ସି

"ନ୍ୟୁୟର୍କ: ଜାତିସଂଘ ମୁଖ୍ୟାଳୟ ନିକଟରେ ନ୍ୟୁୟର୍କର ୪୩ତମ ଷ୍ଟ୍ରିଟ୍ ଏବଂ ତୃତୀୟ ଆଭେନ୍ୟୁ ନିକଟରେ ମଙ୍ଗଳବାର ଏକ ସନ୍ଦିଗ୍ଧ ପ୍ୟାକେଟ୍ଜ୍ ଚିହ୍ନଟ ହୋଇଥିଲା।

ଏନେଇ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଥିଲା।

ଅନେକ ରାସ୍ତା ବନ୍ଦ କରାଯାଇଥିଲା ଏବଂ ଲୋକଙ୍କୁ ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଥିଲା।

Advertisment ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲା ସୁରକ୍ଷା ଏଜେନ୍ସି ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ସନ୍ଦିଗ୍ଧ ପ୍ୟାକେଟ୍ ମିଳିବା ପରେ ସତର୍କତା ସ୍ୱରୂପ, ପୁଲିସ ୪୨ତମ ଷ୍ଟ୍ରିଟ୍‌ରୁ ୪୪ତମ ଷ୍ଟ୍ରିଟ୍ ଏବଂ ଦ୍ୱିତୀୟ ଆଭେନ୍ୟୁରୁ ଲେକ୍ସିଂଟନ୍ ଆଭେନ୍ୟୁ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍ କରିଦେଇଥିଲା।

ନ୍ୟୁୟର୍କ ପୁଲିସ ବିଭାଗ କହିଛି ଯେ, ପ୍ୟାକେଟ୍‌କୁ ଯାଞ୍ଚ୍ କରାଯାଇଥିଲା।

ଏଥିରୁ କୌଣସି ସନ୍ଦେହଜନକ ଜିନିଷ ମିଳି ନଥିଲା।

ଆମେରିକା ସିକ୍ରେଟ ସର୍ଭିସ୍‌ର ମୁଖପାତ୍ରଙ୍କ ଅନୁଯାୟୀ, ସୁରକ୍ଷା ଏଜେନ୍ସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲା।

ତଦନ୍ତରୁ ଜଣାପଡ଼ିଥିଲା ଯେ, ପ୍ୟାକେଟ୍ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ପାଇଁ କୌଣସି ବିପଦ ଆଶଙ୍କା ନାହିଁ।

ପରବର୍ତ୍ତୀ ସମୟରେ ଏହି ଅଞ୍ଚଳକୁ ପୁଣି ଖୋଲାଯାଇଥିଲା।

Agreement: ଗ୍ରିନଲ୍ୟାଣ୍ଡରେ ନିର୍ମାଣ ହେବ ଆମେରିକାର ସାମରିକ ଘାଟି: ପ୍ରତିରକ୍ଷା ଚୁକ୍ତିନାମାରେ ସ୍ୱାକ୍ଷର କଲେ ଟ୍ରମ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।