Sweet Corn: ଡାଇବେଟିସ୍ ରୋଗୀ ମକା ଖାଇପାରିବେ ତ ? ମକା ଖାଇଲେ ବଢ଼ିବନି ତ ସୁଗାର?
ନୂଆଦିଲ୍ଲୀ: ଶୀତୁଆ ସନ୍ଧ୍ୟା, ରାସ୍ତାକଡ଼ରେ ନିଆଁରେ ପୋଡ଼ା ହେଉଥିବା ଗରମାଗରମ ମକ୍କା ।
ତା' ଉପରେ ଲେମ୍ବୁ, ଲୁଣ ଆଉ ଲଙ୍କାର ଛୁଙ୍କ।
ଏମିତି ଦୃଶ୍ୟ ଦେଖିଲେ କାହାକୁ ବା ମକା ଖାଇବାକୁ ଇଚ୍ଛା ନହୁଏ!
ହେଲେ ଯେଉଁମାନଙ୍କର ଡାଇବେଟିସ୍ ବା ଶୁଗାର ରହିଛି, ସେମାନେ ଏହାକୁ ଖାଇବା ପୂର୍ବରୁ ଶହେ ଥର ଭାବନ୍ତି।
କାରଣ ମକାରେ ରହିଛି କାର୍ବୋହାଇଡ୍ରେଟ୍।
ଏହା ଖାଇଲେ କାଳେ ରକ୍ତରେ ଶର୍କରା ସ୍ତର ବଢ଼ିଯିବ, ସେହି ଭୟ ରହିଥାଏ।
ତେବେ ପ୍ରକୃତରେ ଶୁଗାର ରୋଗୀଙ୍କ ପାଇଁ ମକା ଖାଇବା ମନା କି?
ନା ଏହାକୁ ଖାଇବାର ବି ରହିଛି କିଛି ନିୟମ?
ଆସନ୍ତୁ ଜାଣିବା।
ଡାକ୍ତରଙ୍କ କହିବା ଅନୁସାରେ, ଡାଇବେଟିସ୍ ରୋଗୀଙ୍କ ପାଇଁ ମକା ସମ୍ପୂର୍ଣ୍ଣ ଭାବେ କ୍ଷତିକାରକ ନୁହେଁ।
ଏହା ଏକ ହୋଲ୍ ଗ୍ରେନ୍ ବା ପୂର୍ଣ୍ଣ ଶସ୍ୟ।
ଏଥିରେ ଫାଇବର୍, ଭିଟାମିନ୍ ଏବଂ ଅନେକ ଜରୁରୀ ମିନେରାଲ୍ସ ରହିଛି।
ତେବେ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟମ ଧରଣର।
ତେଣୁ ଏହାକୁ ଖାଇବା ସମୟରେ ପରିମାଣ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।
ଅଧିକ ପରିମାଣରେ ଖାଇଲେ ରକ୍ତରେ ଶର୍କରା ସ୍ତର ବଢ଼ିପାରେ।
Advertisment ଅନ୍ୟପଟେ ଏଥିରେ ଥିବା ଫାଇବର୍ ଗ୍ଲୁକୋଜ୍ ଶୋଷଣ ପ୍ରକ୍ରିୟାକୁ ଧୀର କରିବାରେ ସହାୟକ ହୁଏ।
ଫଳରେ ହଠାତ୍ ରକ୍ତ ଶର୍କରା ବଢ଼ିବାର ଆଶଙ୍କା କମ୍ ହୋଇପାରେ।
ତେବେ ୧୦୦ ଗ୍ରାମ୍ ସିଝା ମକାରେ କେତେ ପରିମାଣର ପୋଷକତତ୍ତ୍ୱ ରହିଛି ଜାଣନ୍ତୁ।
ଏଥିରେ ପ୍ରାୟ ୯୬ କ୍ୟାଲୋରି, ୨୧ ଗ୍ରାମ୍ କାର୍ବୋହାଇଡ୍ରେଟ୍, ୨.୪ ଗ୍ରାମ୍ ଫାଇବର୍ ଏବଂ ୩.୪ ଗ୍ରାମ୍ ପ୍ରୋଟିନ୍ ରହିଥାଏ।
ଏହା ବ୍ୟତୀତ ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫୋଲେଟ୍ ଭଳି ଜରୁରୀ ପୋଷକତତ୍ତ୍ୱ ମଧ୍ୟ ମିଳିଥାଏ।
ଏଥିରେ ଲ୍ୟୁଟିନ୍ ଏବଂ ଜିଆଜାନ୍ଥିନ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଆଖିର ସ୍ୱାସ୍ଥ୍ୟ ପାଇଁ ଉପକାରୀ।
ଏହାର ଫାଇବର୍ ଯୋଗୁଁ ପେଟ ଅଧିକ ସମୟ ପର୍ଯ୍ୟନ୍ତ ଭରି ରହିଥାଏ।
ତେଣୁ ଏହା କେବଳ ସ୍ୱାଦିଷ୍ଟ ନୁହେଁ, ପୋଷକତତ୍ତ୍ୱରେ ମଧ୍ୟ ଭରପୂର।
ଏବେ ଜାଣନ୍ତୁ ଡାଇବେଟିସ୍ ରୋଗୀ କେଉଁ ପ୍ରକାରର ମକା ଖାଇବା ଉଚିତ୍।
Lipstick: ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ପ୍ରାକୃତିକ 'ବିଟ୍ ଲିପ୍ଷ୍ଟିକ୍', ହଜାର ହଜାର ଟଙ୍କା ଖର୍ଚ୍ଚରୁ ମିଳିବ ମୁକ୍ତି ଡାକ୍ତରଙ୍କ ମତରେ, ପ୍ରୋସେସ୍ଡ କର୍ଣ୍ଣ ପ୍ରଡକ୍ଟସ୍ ବଦଳରେ ସିଝା ମକା ବା ତାଜା ହୋଲ୍ କର୍ଣ୍ଣ ଖାଇବା ଭଲ ବିକଳ୍ପ।
ବେବି କର୍ଣ୍ଣରେ କ୍ୟାଲୋରି ଓ କାର୍ବୋହାଇଡ୍ରେଟ୍ କମ୍ ଥିବାରୁ ଏହାକୁ ମଧ୍ୟ ଖାଇପାରିବେ।
ସେହିପରି ସୁଇଟ୍ କର୍ଣ୍ଣକୁ ସୀମିତ ପରିମାଣରେ ସ୍ନାକ୍ସ ଭାବେ ଖାଇହେବ।
କିନ୍ତୁ କର୍ଣ୍ଣ ସିରପ୍, କର୍ଣ୍ଣଫ୍ଲେକ୍ସ, ରିଫାଇନ୍ଡ କର୍ଣ୍ଣ ଫ୍ଲୋର୍ ଏବଂ ଅଧିକ ବଟର୍ କିମ୍ବା କ୍ୟାରାମେଲ୍ ମିଶା ପପ୍କର୍ଣ୍ଣଠାରୁ ଦୂରେଇ ରହିବା ଭଲ।
ତେବେ ମନଇଚ୍ଛା ମକା ଖାଇବା ଆଦୌ ଠିକ୍ ନୁହେଁ।
ନିଜର ରକ୍ତ ଶର୍କରା ସ୍ତର, ଦୈନିକ ଖାଦ୍ୟ ଯୋଜନା ଏବଂ ଶାରୀରିକ ସ୍ଥିତି ଅନୁସାରେ ଏହାର ପରିମାଣ ସ୍ଥିର କରିବା ଆବଶ୍ୟକ।
ଭୁଟ୍ଟା ଖାଇବା ସହ ଅନ୍ୟ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟର ପରିମାଣ ମଧ୍ୟ ଧ୍ୟାନରେ ରଖିବା ଉଚିତ୍।
ଏଥିପାଇଁ ଡାଏଟିସିଆନ୍ ବା ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ତେଣୁ ଶୁଗାର ହୋଇଛି ବୋଲି ଭୁଟ୍ଟାକୁ ପୂରାପୂରି ଛାଡ଼ିବା ଆବଶ୍ୟକ ନାହିଁ, ବରଂ ସଠିକ୍ ପରିମାଣ ଓ ସଠିକ୍ ଉପାୟରେ ଖାଇବା ହିଁ ମୁଖ୍ୟ କଥା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।