Swinging to Lullabies: ଲୋରି ଶୁଣି ଝୁମୁଛନ୍ତି ୫ ଓରାଙ୍ଗଉଟାନ, ଝୁଲୁଛନ୍ତି ଦୋଳିରେ
ଲୋରି ଶୁଣି ଝୁମୁଛନ୍ତି ୫ ଓରାଙ୍ଗଉଟାନ। ଦୋଳିରେ ଝୁଲୁଛନ୍ତି, ଗଡ଼େଇ ତଡ଼େଇ ହେଉଛନ୍ତି, ପୁଣି ପରସ୍ପରକୁ ଜାବୁଡ଼ି ଧରି ଖେଳୁଛନ୍ତି। ଦିନ ହେଉ କି ରାତି କେହି କାହାକୁ ଛାଡ଼ିବାକୁ ନାରାଜ। ଏସବୁ ଭିତରେ ଆଜି ନନ୍ଦନକାନନର କ୍ୱାରେଣ୍ଟାଇନ୍ ରୁମ୍ ରେ ବାଜିଛି କ୍ଲାସିକାଲ୍ ମ୍ୟୁଜିକ୍। ଗୀତ ଶୁଣି ନନ୍ଦନକାନନରେ ସମୟ ବିତାଉଛନ୍ତି ୫ କୁନି ଓରାଙ୍ଗଉଟାନ ।
ପରସ୍ପରକୁ ଜାବୁଡ଼ି ଧରି ରହିବା ସହ ଖେଳରେ ବିତୁଛି ସମୟ। ମାଆକୁ ଖୋଜିବାର ଆବେଗ ସେମାନଙ୍କୁ ଭିତରୁ ବିଚଳିତ କରିପକାଉଛି। ଏଣୁ ମ୍ୟୁଜିକ ଥେରାପି ଦ୍ବାରା ଯନ୍ତ୍ରଣା କମାଇବାକୁ ପରାମର୍ଶ ଦେଇଥିଲେ ବିଶେଷଜ୍ଞ ।
ଶାସ୍ତ୍ରୀୟ ସଙ୍ଗୀତର ସୁରରେ ସେମାନଙ୍କ ମୁଡ୍ ସୁଇଂ କମାଇବାକୁ ଚେଷ୍ଟା କରାଯାଉଛି । ଷ୍ଟ୍ରେସରୁ ବାହାରିଲେ ହିଁ ସମସ୍ତଙ୍କର ଡିଏନଏ ଟେଷ୍ଟ ପାଇଁ ନମୁନା ନିଆଯିବ। ଆଉ ୧୦ ଦିନ ପରେ ରକ୍ତ ପରୀକ୍ଷା କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । OUAT ଅଧୀନରେ ଥିବା CWH ହେଲଥ୍ କମିଟି ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛି । ଏମାନଙ୍କୁ ପରସ୍ପରଠାରୁ ଅଲଗା କରାଯିବ ନାହିଁ ବୋଲି କମିଟି ପରାମର୍ଶ ଦେଇଛି।
ଦୋଳିରେ ଝୁଲୁଛନ୍ତି, ଗଡ଼େଇ ତଡ଼େଇ ହେଉଛନ୍ତି
ପରସ୍ପରକୁ ଜାବୁଡ଼ି ଧରି ଖେଳୁଛନ୍ତି ଓରାଙ୍ଗଉଟାନ
କ୍ୱାରେଣ୍ଟାଇନ୍ ରୁମ୍ ରେ ବାଜୁଛି କ୍ଲାସିକାଲ୍ ମ୍ୟୁଜିକ୍
ଗୀତ ଶୁଣି ନନ୍ଦନକାନନରେ ସମୟ ବିତାଉଛନ୍ତି
ମାଆକୁ ନପାଇ ଷ୍ଟ୍ରେସରେ ଅଛନ୍ତି ଓରାଙ୍ଗଉଟାନ୍
ମୁଡ୍ ସୁଇଂ କମାଇବାକୁ ଶୁଣାଯାଉଛି ଗୀତ
ଷ୍ଟ୍ରେସରୁ ବାହାରିଲେ ସମସ୍ତଙ୍କର ଡିଏନଏ ଟେଷ୍ଟ ହେବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।