Xi Jinping in India After 7 Years: ୭ ବର୍ଷ ପରେ ଭାରତ ଆସିଛନ୍ତି ଜିନପିଙ୍ଗ, ସନ୍ଧ୍ୟାରେ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

Sep 12, 2026 - 13:51
Xi Jinping in India After 7 Years: ୭ ବର୍ଷ ପରେ ଭାରତ ଆସିଛନ୍ତି ଜିନପିଙ୍ଗ, ସନ୍ଧ୍ୟାରେ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ। ୭ ବର୍ଷ ପରେ ଭାରତ ଆସିଛନ୍ତି ଜିନପିଙ୍ଗ। ଜିନପିଙ୍ଗଙ୍କ ସହ ଅଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି, ଚୀନ୍ କମ୍ୟୁନିଷ୍ଟ ପାର୍ଟି ନିର୍ଦ୍ଦେଶକ କାଇ କି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସି ଜିନପିଙ୍ଗଙ୍କ ମଧ୍ୟରେ ହେବ ଦ୍ବିପାକ୍ଷିକ ଆଲୋଚନା।

ଭାରତ ମଣ୍ଡପମରେ ସନ୍ଧ୍ୟା ୫ଟା ୪୫ରେ ଉଭୟ ନେତାଙ୍କ ମଧ୍ୟ ସ୍ୱତନ୍ତ୍ର ବୈଠକ ବସିବ। ବୈଠକରେ ସୀମା ବିବାଦ, ଶାନ୍ତି ପ୍ରତିଷ୍ଠା, ବାଣିଜ୍ୟ ଏବଂ ଅର୍ଥନୀତି, ଯୋଗାଯୋଗ ଉପରେ ଆଲୋଚନା ହୋଇପାରେ। ୨୦୨୦ ଗଲୱାନ ସଂଘର୍ଷ ଏବଂ ପୂର୍ବ ଲଦାଖ ଗତିରୋଧ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିଲା। 

ଅରୁଣାଚଳ ପ୍ରଦେଶ ସୀମାନ୍ତରେ ଉତ୍ତେଜନା ହ୍ରାସ କରିବା ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ସ୍ଥିରତା ବଜାୟ ରଖିବା ଉପରେ ମୁଖ୍ୟ ଫୋକସ୍ ରହିବ। ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟିକ ନିଅଣ୍ଟ (Trade Deficit) କୁ ହ୍ରାସ କରିବା ଏବଂ ପାର୍ଶ୍ୱବର୍ତ୍ତୀ ଆର୍ଥିକ ନିବେଶକୁ ସୁଦୃଢ଼ କରିବା ନେଇ ମଧ୍ୟ ଆଲୋଚନା ହୋଇପାରେ। ୨ ନେତାଙ୍କ ଆଲୋଚନା ଉପରେ ସାରା ବିଶ୍ବର ନଜର। ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ ଜିନପିଙ୍ଗ। 

ସନ୍ଧ୍ୟାରେ ମୋଦି-ଜିନପିଙ୍ଗ ଆଲୋଚନା

ନୂଆଦିଲ୍ଲୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ
୭ ବର୍ଷ ପରେ ଭାରତ ଆସିଛନ୍ତି ଜିନପିଙ୍ଗ
ସନ୍ଧ୍ୟାରେ ମୋଦି-ଜିନପିଙ୍ଗ ଦ୍ବିପାକ୍ଷିକ ଆଲୋଚନା
ଫୋକସରେ ସୀମା ବିବାଦ, ବାଣିଜ୍ୟ ଏବଂ ଅର୍ଥନୀତି, ଯୋଗାଯୋଗ
୨ ନେତାଙ୍କ ଆଲୋଚନା ଉପରେ ସାରା ବିଶ୍ବର ନଜର
ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ ଜିନପିଙ୍ଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।