Synthetic Paneer Sold Openly in Odisha: ଓଡ଼ିଶା ବଜାରରେ ଖୁଲମଖୁଲା ସିନ୍ଥେଟିକ୍ ପନିର, ଜାଣନ୍ତୁ ଚିହ୍ନିବାର ଉପାୟ
ଆପଣ ଖାଉଥିବା ପନିର। କେବେ ଭାବିଛନ୍ତି, କେବେ ପାଟିରେ ନେଲା ବେଳେ ଚିନ୍ତା କରିଛନ୍ତି...ନରମ ଲାଗୁଥିବା ଏଇ ପନିର ଶରୀର ଭିତରକୁ ଗଲେ କେତେ ଯେ କ୍ଷତି ପହଞ୍ଚାଇପାରେ। କଟକରେ ତଲାସୀ, ଯାଞ୍ଚ ଚାଲିଛି ଅପମିଶ୍ରିତ ଖାଦ୍ୟର..ପୁଳା ପୁଳା ଛେନା, ଦହି ଆଉ କିଲୋ କିଲୋ ପନିର। ପାଟିରେ ମାରି ହେଉନି ଆଉ ଯଦି ଟିକିଏ ବି ପାଟିକୁ ଗଲା ତାହେଲେ ଅବସ୍ଥା ବିଗିଡ଼ି ଯାଇପାରେ।
ଭଦ୍ରକରେ ପୁଳା ପୁଳା ପକେଟରେ ରଖି ବିକ୍ରି ହେଉଛି। ଯିଏ ଯେମିତି ପାରିଲା ସେମିତି ବିକିଲା। ନା ଅଛି କୌଣସି ଯାଞ୍ଚ ନା ଶୁଦ୍ଧତାର ଗ୍ୟାରେଣ୍ଟି। ରାଜ୍ୟର ପ୍ରାୟ ପ୍ରତିଟି ସହରରେ ଏବେ ପନିରକୁ ଏମିତି ହିଁ ବିକ୍ରି କରାଯାଉଛି। କ୍ଷୀରରେ ପନିର ହେବା କଥା କ’ଣ ସତରେ କ୍ଷୀରରେ ପ୍ରସ୍ତୁତ ହେଉଛି ଏସବୁ।
ଦେଶର ୪ ରାଜ୍ୟରେ ଏବେ ପନିରକୁ ନେଇ ଆରମ୍ଭ ହୋଇଛି ଯାଞ୍ଚ। ୪ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଆନାଲଗ୍ ପନିର ବା ସିନ୍ଥେଟିକ୍ ପନିର ବ୍ୟାନ୍ ହୋଇଛି। ଆଉ ଏହାପରେ ଏବେ ଓଡ଼ିଶାରେ ଛନକା। ଖାଦ୍ୟ ନିରପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସହରରେ ରେଡ୍ କରାଯାଉଛି। ହେଲେ କ’ଣ ତାହା ଯଥେଷ୍ଟ ? ରାଜ୍ୟ ସାରା ସକାଳୁ ସଂଧ୍ୟା ଯାଏଁ ରାସ୍ତାକଡ଼ ଦୋକାନରୁ ବଡ଼ ବଡ଼ ଷ୍ଟୋର୍ ଯାଏଁ ସବୁଠି ଖୁଲମ୍ ଖୁଲା ପନୀର୍ ବିକ୍ରି ହେଉଛି। ନା ମାନ ଯାଞ୍ଚ ପାଇଁ କିଛି ବ୍ୟବସ୍ଥା ନା ଏହାକୁ ଅଟକାଇବାକୁ କିଛି ବନ୍ଦୋବସ୍ତ।
ହେଲେ ଏଇ ଆନାଲଗ୍ ପନିର କ’ଣ? କାହିଁକି ଏହାକୁ ନେଇ ଏତେ ଆପତ୍ତି। କ୍ଷୀରରୁ ପନିର ହେବା କଥା କିନ୍ତୁ ଏବେ ରାସାୟନିକ ସାମଗ୍ରୀରୁ ପନିର ପ୍ରସ୍ତୁତ ହେଉଛି। ଆନାଲଗ୍ ପନିର ପାମ୍ ଅଏଲ, ମିଲ୍କ ପାଉଡର, ଷ୍ଟାର୍ଚରୁ ପ୍ରସ୍ତୁତ ହୁଏ ତା ପୁଣି କମ୍ ସମୟ ଓ କମ୍ ଖର୍ଚ୍ଚରେ। ଦେଖିବାକୁ ଧୋବ ଫର ଫର, ସ୍ବାଦ ବି ସମାନ। କିନ୍ତୁ ପେଟକୁ ଗଲେ ୟେ ପ୍ରୋଟିନ୍ ନୁହେଁ ଆପଣଙ୍କୁ ବେମାର କରିପାରେ।...ହେଲେ ଅସଲ ପନିରକୁ ଚିହ୍ନିବେ କେମିତି? ସାଧାରଣତଃ ଆର୍ଟିଫିସିଆଲ୍ ଅର୍ଥାତ ନକଲି ପନିର ଟିକିଏ ଅଧିକ ନରମ ଥିବ। ଗରମ କରିବା ପରେ ଆକାର ବଦଳିବନି। କିନ୍ତୁ ଅସଲି ପନିର ଟିକିଏ ଆକାର ବଦଳାଇ ଦେଇଥାଏ। ଆଉ ଏସବୁ ଜଣାପଡ଼ିବା ପରେ ଏବେ ପନିର ପ୍ରସଙ୍ଗ ଯାଇ ମାନବାଧିକାର କମିଶନ ପାଖରେ ପହଞ୍ଚିଲାଣି। କାହିଁକି ୪ ରାଜ୍ୟରେ ବ୍ୟାନ୍ ହେବା ପରେ ବି ଅନ୍ୟ ରାଜ୍ୟରେ ଏହା ବିକ୍ରି କରାଯାଉଛି FSSAIକୁ କୈଫିୟତ ମାଗିଛି NHRC।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।