Take Oath: ଶପଥ ନେଲେ ଛାତ୍ର ସଂସଦର କର୍ମକର୍ତ୍ତା: ରାଜ୍ୟରେ ମତଦାନହାର ୫୬%
"ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନରେ ବିଜୟ ପ୍ରାର୍ଥୀଙ୍କ ଶପଥଗ୍ରହଣ ଉତ୍ସବ ଆଜି ରାଜଧାନୀର ବିଭିନ୍ନ କ୍ୟାମ୍ପସରେ ଅନୁଷ୍ଠିତ ହୋଇଛି।
ପୂର୍ବାହ୍ନରେ କ୍ୟାମ୍ପସରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀଙ୍କ ସମେତ ଶିକ୍ଷାନୁଷ୍ଠାନ ମୁଖ୍ୟ ଉପସ୍ଥିତ ରହି ଶପଥ ପାଠ କରାଇଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର ନବନିର୍ବାଚିତ ଛାତ୍ର ସଂସଦ ଓ ଆଥଲେଟିକ୍ କ୍ଲବ୍ର ପ୍ରତିନିଧିମାନେ ବିଶ୍ୱବିଦ୍ୟାଳୟର କନଭୋକେସନ୍ ହଲ୍ରେ ଶପଥ ଗ୍ରହଣ କରିଛନ୍ତି।
ବିଶ୍ବବିଦ୍ୟାଳୟ କୁଳସଚିବ ସ୍ୱାତୀ ମିଶ୍ର, ଛାତ୍ର କଲ୍ୟାଣ ନିର୍ଦ୍ଦେଶିକା ପ୍ରଫେସର ଭାସ୍ୱତୀ ପଟ୍ଟନାୟକ ନବନିର୍ବାଚିତ ପ୍ରତିନିଧିଙ୍କୁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ।
ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ ସେମାନଙ୍କୁ ଶପଥ ପାଠ କରାଇଥିଲେ।Advertisment College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା ପିଜି କାଉନସିଲ୍ ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ପ୍ରଫେସର ଜଜ୍ଞେଶ୍ୱର ଦଣ୍ଡପାଟ ନବନିର୍ବାଚିତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ରୁଦ୍ର ନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।
ଅନୁରୂପ ଭାବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, କମଳା ନେହରୁ ମହିଳା ମହାବିଦ୍ୟାଳୟ, ମହର୍ଷି କଲେଜ ଅଫ୍ ନାଚୁରାଲ ଲ", ରାଜଧାନୀ ମହାବିଦ୍ୟାଳୟର ବିଜୟୀ ପ୍ରାର୍ଥୀମାନେ ଶପଥ ନେଇଛନ୍ତି।
କେତେକ କ୍ୟାମ୍ପସରେ ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରାରେ ଆସି ଶପଥ ଗ୍ରହଣ ସ୍ଥଳରେ ପହଞ୍ଚିବା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ରାଜ୍ୟରେ ମତଦାନହାର ୫୬%ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ରାଜ୍ୟର ୩୩୭ଟି ଉଚ୍ଚଶିକ୍ଷାନୁଷ୍ଠାନରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।
ଯେଉଁଥିରେ ୩୨୫ଟି ମହାବିଦ୍ୟାଳୟ ଓ ୧୨ଟି ବିଶ୍ବବିଦ୍ୟାଳୟରେ ମୋଟ୍ ୫୬% ମତଦାନ ହୋଇଛି।
ମହାବିଦ୍ୟାଳୟ ପାଇଁ ୩,୪୫୩ ଓ ବିଶ୍ବବିଦ୍ୟାଳୟରେ ୧୫୭ ଜଣ ବିଜୟ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୩,୬୧୦ଜଣ ବିଜୟ ହୋଇଛନ୍ତି।
ମହାବିଦ୍ୟାଳୟରେ ବିଜୟ ହୋଇଥିବା ୩,୪୫୩ ପ୍ରାର୍ଥୀଙ୍କ ମଧ୍ୟରୁ ୧,୯୬୪ଜଣ ପ୍ରତିଦ୍ବନ୍ଦ୍ବିତା ଓ ୧୪୮୯ଜଣ ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟ ହୋଇଛନ୍ତି।
ବିଶ୍ବବିଦ୍ୟାଳୟରେ ୧୫୭ଜଣ ବିଜୟ ହୋଇଛନ୍ତି।
ଶପଥ ଗ୍ରହଣ ଉତ୍ସବରେ କ୍ୟାମ୍ପସ ସଫେଇପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ଓ ବିସିଜେଡିର ପ୍ରାର୍ଥୀମାନେ ବିଭିନ୍ନ ପଦବିରେ ନିର୍ବାଚନ ହୋଇଛନ୍ତି।
ଚୟନ ପ୍ରକ୍ରିୟା ମାଧ୍ୟମରେ ଅନୁଷ୍ଠିତ ନିର୍ବାଚନରେ ସଭାପତି ଏବିଭିପିର ପ୍ରାର୍ଥୀ ଚନ୍ଦ୍ରକାନ୍ତ ସାହୁ, ସାଧାରଣ ସମ୍ପାଦକ ଭାବେ ପ୍ରାର୍ଥୀ ରୁଦ୍ର ପ୍ରତାପ ରାଉତ, ଉପସଭାପତି ଭାବେ ଏବିଭିପିର ସ୍ବାତୀ ସ୍ବାଗତିକା ଜେନା ଓ ସହସମ୍ପାଦକ ଭାବେ ଉତ୍ପଳା ବିଭୂସ୍ମିତା ପାଇକରାୟ ବିଜୟୀ ହୋଇଛନ୍ତି।
ଗତକାଲି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବା ପରେ ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବ ପରେ ବିଜୟୀ ପ୍ରାର୍ଥୀମାନେ ସ୍ବାମୀ ବିବିକୋନନ୍ଦଙ୍କ ପ୍ରତିମୂର୍ତ୍ତୀଙ୍କ ମାଲ୍ୟର୍ପଣ କରିଥିଲେ।
ଛାତ୍ରଛାତ୍ରୀଙ୍କ ସହ କ୍ୟାମ୍ପସରେ ସଫେଇ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।
ଦେବରାୟରେ ଶପଥ ଗ୍ରହଣ ସମାରୋହଭୁବନେଶ୍ବର: ନୂଆପଲ୍ଲୀସ୍ଥିତ ଦେବରାୟ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ପ୍ରାର୍ଥୀମାନେ ସମସ୍ତ ପଦବିରେ ବିଜୟ ଲାଭ କରିଛନ୍ତି।
ସଭାପତି ଭାବେ ପୃଥ୍ବୀରାଜ ସାମଲ, ସାଧାରଣ ସମ୍ପାଦକ ଭାବେ ଶୁଭ୍ରାଂଶୁ ସାହୁ, ସହ ସାଧାରଣ ସଂପାଦକ ଭାବେ ଜ୍ୟୋତିକ୍ରିଷ୍ଣା ପ୍ରଧାନ, କ୍ରୀଡ଼ା ସଂପାଦକ ଭାବେ ଶ୍ରାବଣୀ ରାଉତ, ସହ କ୍ରୀଡ଼ା ସଂପାଦକ ଭାବେ ପ୍ରିୟା ରାଉତ, ଡିଏସ୍ଏ ସଂପାଦକ ଭାବେ ଅରଶିଷ କୁମାର ମହାନ୍ତି ବିଜୟୀ ହୋଇଛନ୍ତି।
ଏବିଭିପି ସମର୍ଥିତ ଉପସଭାପତି ପ୍ରାର୍ଥୀ ଲୋପାମୁଦ୍ରା ମଲ୍ଲିକ ଓ ଆସିଷ୍ଟାଣ୍ଟ ଡିଏସ୍ଏ ପ୍ରାର୍ଥୀ ଶୁଭଶ୍ରୀ ବେହେରା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।
ଗତକାଲି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବା ପରେ ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାମଂଜରୀ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।
Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍କୋର୍ଟ ନବୀନଙ୍କୁ ଭେଟିଲେ ବିଜୟୀ ପ୍ରାର୍ଥୀଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଜୟୀ ବିଜୁ ଛାତ୍ର ଜନତା ଦଳ(ବିସିଜେଡି)ର ପ୍ରାର୍ଥୀମାନେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। "ଏକ୍ସ" ମାଧ୍ୟମରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ବିଜୟ ଓଡ଼ିଶାର ଜେନ୍-ଜି, ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଛି।
ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ସାଧୁବାଦ ଜଣାଉଛି।
କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।