Tamil Nadu Chief Minister : ବିବାହ ବିଚ୍ଛେଦ ଆବେଦନ ପ୍ରତ୍ୟାହାର କଲେ ବିଜୟଙ୍କ ପତ୍ନୀ ସଙ୍ଗୀତା

Aug 07, 2026 - 17:53
Tamil Nadu Chief Minister : ବିବାହ ବିଚ୍ଛେଦ ଆବେଦନ ପ୍ରତ୍ୟାହାର କଲେ ବିଜୟଙ୍କ ପତ୍ନୀ ସଙ୍ଗୀତା

"ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି.

ଜୋସେଫ୍ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ଶୁକ୍ରବାର ଚେନ୍ନାଇ ନିକଟସ୍ଥ ଚେଙ୍ଗଲପଟ୍ଟୁ ପାରିବାରିକ ଅଦାଲତରେ ଦାୟର କରିଥିବା ନିଜର ବିବାହ ବିଚ୍ଛେଦ ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି।

ମାମଲାର ଶୁଣାଣି ସମୟରେ ସଙ୍ଗୀତା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇ ଏହି ମାମଲାକୁ ଆଗକୁ ବଢ଼ାଇବାକୁ ଚାହୁଁ ନଥିବା କୋର୍ଟଙ୍କୁ ଜଣାଇଥିଲେ।

ଏହାପରେ ଅଦାଲତ ଆବେଦନଟିକୁ ପ୍ରତ୍ୟାହାର ଗ୍ରହଣ କରି ମାମଲାକୁ ଖାରଜ କରିଛନ୍ତି।Advertisment ତୁର୍କୀ, ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ସଙ୍ଗୀତା ଏହି ବିବାହ ବିଚ୍ଛେଦ ଆବେଦନ ଦାଖଲ କରିଥିଲେ।

ସେଥିରେ ସେ ବିଜୟଙ୍କ ବିରୋଧରେ ଜଣେ ଅଭିନେତ୍ରୀଙ୍କ ସହ ପରକୀୟା ପ୍ରୀତିରେ ଲିପ୍ତ ରହିବା, ସାମାଜିକ ଓ ବ୍ୟବସାୟିକ ଜୀବନରୁ ତାଙ୍କୁ ଦୂରେଇ ରଖିବା ଏବଂ ମାନସିକ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ।

ଏହିସବୁ ଘଟଣା ଯୋଗୁଁ ସେ ଓ ତାଙ୍କର ଦୁଇ ସନ୍ତାନ ଜେସନ୍ ସଞ୍ଜୟ ଓ ଦିବ୍ୟା ସାଶା ବାରମ୍ବାର ଅପମାନିତ ହୋଇଥିଲେ ଏବଂ ତାଙ୍କର ବୈବାହିକ ସମ୍ପର୍କ କେବଳ କାଗଜପତ୍ରରେ ସୀମିତ ରହିଯାଇଥିଲା ବୋଲି ସେ ଦର୍ଶାଇଥିଲେ।

ତେବେ ଶୁକ୍ରବାର ଆବେଦନ ପ୍ରତ୍ୟାହାର ହେବା ପରେ ଏହି ଚର୍ଚ୍ଚିତ ବିବାଦରେ ବର୍ତ୍ତମାନ ପୂର୍ଣ୍ଣଚ୍ଛେଦ ପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।