Tamil Nadu gas leak incident: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ୫ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ
କେନ୍ଦୁଝର/ତେଲକୋଇ: ପରିବାର ମୁହଁରେ ହସ ଫୁଟାଇବା ପାଇଁ ଘର ଛାଡ଼ିଥିଲେ। ଜୀବିକା ସନ୍ଧାନରେ ତାମିଲନାଡ଼ୁ ଯାଇଥିବା କେନ୍ଦୁଝର ଜିଲ୍ଲାର ୫ଜଣ ଜୁଆଙ୍ଗ ଯୁବତୀ ଆଉ ଘରକୁ ଫେରିପାରିଲେ ନାହିଁ। ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ଶ୍ରମ ବିଭାଗର ସୂଚନା ଅନୁସାରେ, ତାମିଲନାଡ଼ୁର ତିରୁଭଲୁର ଜିଲ୍ଲା ପେରିୟାପାଲୟମ୍ ଅଞ୍ଚଳରେ ଥିବା ‘ସେଣ୍ଟ ପିଟର୍ସ ପର୍ଲ ସି-ଫୁଡ୍ ଏକ୍ସପୋର୍ଟସ’ କାରଖାନାରେ କେନ୍ଦୁଝର ଜିଲ୍ଲା ବାଂଶପାଳ, ତେଲକୋଇ ଅଞ୍ଚଳର ଶତାଧିକ ଯୁବତୀ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି କାରଖାନାରୁ ବିଷାାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ୭୦ରୁ ଅଧିକ ଶ୍ରମିକ ଗୁରୁତର ହୋଇଥିବା ବେଳେ କେନ୍ଦୁଝରର ୫ଜଣ ଯୁବତୀଙ୍କ ମୃତ୍ୟୁ ଖବର ଜୁଆଙ୍ଗ ଗାଁଗୁଡ଼ିକୁ ଶୋକରେ ବୁଡ଼ାଇ ଦେଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ତେଲକୋଇ ଥାନା ଅନ୍ତର୍ଗତ ତାଳପଦା ପଞ୍ଚାୟତ ରଙ୍ଗମାଟିଆ ଗାଁର ବୀର ଜୁଆଙ୍ଗଙ୍କ ଝିଅ ଗୁମଣୀ ଜୁଆଙ୍ଗ (୧୬), ଟାଙ୍ଗିରି ଦୁବନାଳୀ ଜୁଆଙ୍ଗସାହିର ରବି ଜୁଆଙ୍ଗଙ୍କ ଝିଅ ଶିବାନୀ ଜୁଆଙ୍ଗ (୧୬), ନିତ୍ୟା ଜୁଆଙ୍ଗଙ୍କ ଝିଅ ଗୀତା ଜୁଆଙ୍ଗ (୧୯), ବାଂଶପାଳ ବ୍ଲକ୍ ତଳଚମ୍ପେଇ ଗାଁର ସୁଦର ଜୁଆଙ୍ଗଙ୍କ ଝିଅ ଚମ୍ପାବତୀ ଜୁଆଙ୍ଗ ଏବଂ କୋଡ଼ିପଶା ଗାଁର ଟଙ୍କଧର ଜୁଆଙ୍ଗଙ୍କ ଝିଅ ଫୁଲମଣି ଜୁଆଙ୍ଗ।
Shashi Tharoor: ଥରୁର୍ଙ୍କ ଜମ୍ମୁ କଶ୍ମୀର ସ୍ଥିତିରେ ଉନ୍ନତି ମନ୍ତବ୍ୟକୁ କଂଗ୍ରେସର ତୀବ୍ର ସମାଲୋଚନା
ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ତାମିଲନାଡ଼ୁ ଗଲା ସ୍ବତନ୍ତ୍ର ଟିମ୍
ତଳଚମ୍ପେଇ ଗାଁର ଚମ୍ପାବତୀ ଜୁଆଙ୍ଗଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଝିଅର ଫେରିବା ବାଟକୁ ଅପେକ୍ଷା କରିଥିବା ବାପା ସୁଦର ଓ ମା’ ତୁରଙ୍ଗୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଯେଉଁ ଝିଅ ପରିବାରର ବୋଝ ହାଲୁକା କରିବାପାଇଁ କାମ କରିବାକୁ ବାହାର ରାଜ୍ୟକୁ ଯାଇଥିଲା, ସେହି ଝିଅର ଶବକୁ ଅପେକ୍ଷା କରି ବସିଛି ପରିବାର। ସେହିପରି କୋଡ଼ିପଶା ଗାଁର ଫୁଲମଣି ଜୁଆଙ୍ଗ ମଧ୍ୟ କିଛିମାସ ତଳେ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ। ପରିବାର ଲୋକଙ୍କୁ ସେ ଟଙ୍କା ପଠାଉଥିଲେ। ଏବେ ସହାୟତା ନୁହେଁ, ଆସିଛି ତାଙ୍କର ମୃତ୍ୟୁ ଖବର। ଏହି ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ରଙ୍ଗମାଟିଆ, ଟାଙ୍ଗିରି, ତଳଚମ୍ପେଇ, ରିମୁଳିଘାଟି ଓ ହରିଚନ୍ଦନପୁର ଅଞ୍ଚଳର ଅନେକ ଯୁବକଯୁବତୀ ଆହତ ହୋଇଛନ୍ତି। ବିଦ୍ୟାଧର ଜୁଆଙ୍ଗ, ଇରା ଜୁଆଙ୍ଗ, ଆଇଲା ଜୁଆଙ୍ଗ, ଯାମିନୀ ଜୁଆଙ୍ଗ, ସୀମା ଜୁଆଙ୍ଗ, ପଦ୍ମିନୀ ଜୁଆଙ୍ଗଙ୍କ ସମେତ ଅନେକ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ ମୃତକଙ୍କ ଗାଁକୁ ଯାଇ ସେମାନଙ୍କ ପରିବାର ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ଘଟଣା ଉପରେ ନଜର ରଖିବା ସହ ଏକ ତିନିଜଣିଆ ଉଚ୍ଚସ୍ତରୀୟ ଟିମ୍କୁ ତାମିଲନାଡ଼ୁ ପଠାଇଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି।
Fire: କୋଚିଂ ସେଣ୍ଟର ଅଗ୍ନିକାଣ୍ଡରୁ ବଞ୍ଚାଇବାକୁ ବାପାଙ୍କୁ ଶେଷ ଫୋନ୍ କଲେ ସୁଖମଣି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।