Tamil Nadu Madras HC: କୋଲାଥୁରରେ ଟିଭିକେ ବିଧାୟକଙ୍କ ବିଜୟ ରଦ୍ଦ ଦାବି ଖାରଜ କଲେ ମାଡ୍ରାସ୍ ହାଇକୋର୍ଟ
"ଚେନ୍ନାଇ: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଲାଥୁର ଆସନରୁ ଟିଭିକେ ବିଧାୟକ ଭି.ଏସ୍.
ବାବୁଙ୍କ ବିଜୟକୁ ରଦ୍ଦ କରିବା ପାଇଁ ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ କରିଥିବା ଆବେଦନକୁ ଗୁରୁବାର ମାଡ୍ରାସ୍ ହାଇକୋର୍ଟ ଖାରଜ କରିଛନ୍ତି।
ମୁଖ୍ୟ ବିଚାରପତି ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଓ ବିଚାରପତି ଜି.
ଅରୁଲ୍ ମୁରୁଗାନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।Advertisment ଷ୍ଟାଲିନ୍ ତାଙ୍କ ଆବେଦନରେ ଇଭିଏମ୍ରେ ତ୍ରୁଟି, ମେଳ ନ ହେବା ଓ ବିଭିନ୍ନ ଅସଙ୍ଗତି ଥିବା ଅଭିଯୋଗ କରିଥିଲେ।
ଏଥିସହ କୋଲାଥୁର ନିର୍ବାଚନମଣ୍ଡଳୀରେ ବ୍ୟବହୃତ ସମସ୍ତ ୨୮୬ଟି ଇଭିଏମ୍ର ଯାଞ୍ଚ ଓ ଭିଭିପାଟ୍ର ୧୦୦ ପ୍ରତିଶତ ଗଣନା କରିବାକୁ ମଧ୍ୟ ସେ ଦାବି କରିଥିଲେ।
ଶୁଣାଣି ସମୟରେ ଷ୍ଟାଲିନ୍ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଯୁକ୍ତି ରଖିଥିଲେ।
ସେ କହିଥିଲେ, ଷ୍ଟାଲିନ୍ ମେ ୭ରେ ଇଭିଏମ୍ର ଭୋଟ୍ ଗଣନା ପରବର୍ତ୍ତୀ ଯାଞ୍ଚ ପାଇଁ ଆବେଦନ କରିଥିଲେ।
କିନ୍ତୁ ନିର୍ବାଚନ କମିସନ୍ ଜୁଲାଇ ୨୯ରୁ ଏହି ଯାଞ୍ଚ ଆରମ୍ଭ କରିଥିଲେ, ଅର୍ଥାତ୍ ୪୫ ଦିନ ବିଳମ୍ବରେ ଯାଞ୍ଚ ହୋଇଥିଲା।
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟିଏ ନିର୍ବାଚନମଣ୍ଡଳୀର ୫ ପ୍ରତିଶତ ଇଭିଏମ୍ର ଏଭଳି ଯାଞ୍ଚ କରାଯିବା କଥା ବୋଲି ସେ ଯୁକ୍ତି ଦେଇଥିଲେ।
୧୪ଟି ଇଭିଏମ୍ ଯାଞ୍ଚ କରାଯିବାର ଥିଲା।
ପ୍ରଥମେ ଚୟନ ହୋଇଥିବା ୪ଟି ମେସିନ୍ ମଧ୍ୟରୁ ୩ଟି କାମ କରିନଥିଲା।
ପରେ ଆଉ ୪ଟି ମେସିନ୍ ଚୟନ କରାଯାଇଥିଲା ଏବଂ ସେଥିରୁ ଗୋଟିଏ କାମ କରିନଥିଲା ବୋଲି ସିବଲ୍ କହିଥିଲେ।
୨୦୮ ନମ୍ବର ମତଦାନ କେନ୍ଦ୍ରରେ ବାଲଟ୍ ୟୁନିଟ୍ ଚିହ୍ନଟ ହୋଇ ନ ଥିବାରୁ କଣ୍ଟ୍ରୋଲ୍ ୟୁନିଟ୍ରେ ଷ୍ଟାଲିନ୍ଙ୍କ ନାମ ଦେଖାଯାଇ ନ ଥିଲା ବୋଲି ସେ ଦାବି କରିଥିଲେ।
ଏହି ତ୍ରୁଟିର ତଦନ୍ତ ପାଇଁ ନିର୍ବାଚନ କମିସନ୍କୁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ।
ଅନ୍ୟପକ୍ଷରେ, ନିର୍ବାଚନ କମିସନ୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜି.
ରାଜଗୋପାଳନ୍ ଓ ଦାମା ଶେଷାଦ୍ରି ନାଇଡୁ ଯୁକ୍ତି ରଖିଥିଲେ।
ସେମାନେ କହିଥିଲେ, ଏଭଳି ମାମଲାର ସମାଧାନ ପାଇଁ ରିଟ୍ ଆବେଦନ ନୁହେଁ, ଲୋକପ୍ରତିନିଧି ଆଇନର ଧାରା ୮୦ ଅନୁସାରେ ନିର୍ବାଚନୀ ମାମଲା ଦାଏର କରିବାକୁ ପଡ଼ିବ।
ସମ୍ବିଧାନର ଅନୁଚ୍ଛେଦ ୩୨୯(ବି) ଅନୁସାରେ ଏଭଳି ରିଟ୍ ଆବେଦନରେ ପ୍ରତିବନ୍ଧକ ରହିଛି ବୋଲି ସେମାନେ କହିଥିଲେ।
ଆବେଦନକୁ ଅନୁମତି ମିଳିଲେ ଏହା ଭବିଷ୍ୟତରେ ଏଭଳି ଅନେକ ମାମଲା ପାଇଁ ଦ୍ୱାର ଖୋଲିଦେବ ବୋଲି ମଧ୍ୟ ସେମାନେ ସତର୍କ କରାଇଥିଲେ।
ସେପ୍ଟେମ୍ବର ୨୨ରୁ ବିଧାନସଭାର ୯ଦିନିଆ ୭ମ ଅଧିବେଶନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।