Mining area: ତେଲେନଡିହିକୁ ଭରାନଈ ଯନ୍ତ୍ରଣା: ଖଣି ଅଧିକୃତ ଅଞ୍ଚଳ ଆଳରେ ହାତ ଟେକିଦେଇଛି ପ୍ରଶାସନ
"ସୁନ୍ଦରଗଡ଼: ଚତୁର୍ଧାରା ନଦୀରେ ପାଣି ଭରିଗଲେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଏ ତେଲେନଡିହି।
ଅଭିଭାବକମାନେ ସ୍କୁଲ ପିଲାଙ୍କୁ କାନ୍ଧରେ ବସାଇ ଭରାନଈ ପାର ହୁଅନ୍ତି, ଆଉ ଗୁରୁତର ରୋଗୀ, ଗର୍ଭବତୀଙ୍କ ପାଇଁ ଭରସା ଖଟ।
ବର୍ଷା ଦିନେ ଏଭଳି ଜଳଯନ୍ତ୍ରଣା ଭୋଗୁଥିବା ଏହି ଗାଁଟି ରହିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଗୋପାଳପୁର ପଞ୍ଚାୟତର ଏମ୍ସିଏଲ୍ ଅଧିକୃତ ଅଞ୍ଚଳରେ।
ଏମ୍ସିଏଲ୍ ଅଧିକୃତ (ଲିଜ୍) ଅଞ୍ଚଳର ମୋହର ଲାଗିବା ହିଁ ଗାଁ ପାଇଁ ସାଜିଛି ବିଡ଼ମ୍ବନା।
ଏହାକୁ ଆଳ କରି ଏଠି ବିକାଶର ନାଁ ଧରୁନି ପ୍ରଶାସନ।
ଚତୁର୍ଧାରା ନଦୀରେ ସେତୁ ତିଆରି କରିବାକୁ ହଁ, ନାହିଁରେ ଦିନ ଗଡ଼ାଇ ନେଉଛି।Advertisment Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ଖଣି ଅଧିକୃତ ଅଞ୍ଚଳ ଆଳରେ ହାତ ଟେକିଦେଇଛି ପ୍ରଶାସନକାନ୍ଧରେ ସ୍କୁଲ ପିଲା, ଖଟରେ ପାର ହେଉଛନ୍ତି ରୋଗୀ, ଗର୍ଭବତୀ ଗୋପାଳପୁର ପଞ୍ଚାୟତ ନକଟିଦେଉଳ ଓ ତେଲେନଡିହି ଗାଁ ମଝିରେ ରହିଛି ଚତୁର୍ଧାରା ନଈ।
ସେତୁ ନଥିବାରୁ ଲୋକେ ନଦୀରେ ପଶି ଯାତାୟାତ କରିଥାନ୍ତି।
ଖରା ଓ ଶୀତ ଦିନେ ନଦୀ ଶୁଖିଲା ଥିବା ବା ଅଳ୍ପ ପାଣି ଥିବାରୁ ଯାତାୟାତରେ ବିଶେଷ ବାଧା ହୋଇ ନଥାଏ।
କିନ୍ତୁ ବର୍ଷା ଋତୁ ଆସିଲେ ଗାଁଟି ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଏ।
ବର୍ଷା ସମୟରେ ନଦୀରେ ପାଣି ଭରିଗଲେ ପ୍ରାୟ ଦିନ ପିଲାମାନେ କାନ୍ଧରେ ହିଁ ପାର ହୋଇ ସ୍କୁଲ ଯାଇଥାନ୍ତି।
ଅଣ୍ଟାଏ, ଛାତିଏ ପାଣିରେ ପଶି ଲୋକେ ଗୋପାଳପୁର ପଞ୍ଚାୟତକୁ ଯାଇଥାନ୍ତି।
ନଦୀ ଉପରେ ସେତୁ ପାଇଁ ବିଡିଓଙ୍କଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରୁଛନ୍ତି ଗ୍ରାମବାସୀ, କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜିଛି।
ସ୍ଥାନୀୟ ଅଞ୍ଚଳର ଯୁବନେତା ରାଜେନ୍ଦ୍ର ନାଏକଙ୍କ ଅଭିଯୋଗ ମୁତାବକ ଖଣି ଲିଜ୍ ଅଞ୍ଚଳ ଦର୍ଶାଇ ପ୍ରଶାସନ କୌଣସି ବିକାଶ କାମ କରିବାକୁ ଚାହୁନାହିଁ।
ହେମଗିର ବିଡିଓ ଖଣି ଲିଜ୍ ଅଞ୍ଚଳ କଟକଣା କଥା କହୁଛନ୍ତି।
Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଅଗଷ୍ଟ ୨୧ ତାରିଖରେ ଗୋପାଳପୁର ସରପଞ୍ଚ ପୂରବୀ ନାଏକ ଓ ଯୁବନେତା ଶ୍ରୀ ନାଏକ ଜିଲ୍ଲାପାଳଙ୍କୁ ଭେଟି ତେଲେନଡିହିର ଦୁର୍ଦ୍ଦଶା କଥା କହିଥିଲେ।
ସ୍ଥାୟୀ ନହେଲେ, ଅସ୍ଥାୟୀ ଲୁହା ପୋଲଟେ ତିଆରି କରିବାକୁ ଅନୁରୋଧ କରିଥିଲେ।
ଲୁହାରେ ଅଧିକ ଖର୍ଚ୍ଚ ହେବ, ପକ୍କା ସେତୁ ନିର୍ମାଣ ପାଇଁ ଚିନ୍ତା କରିବା ବୋଲି କହିଥିଲେ ଜିଲ୍ଲାପାଳ।
କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ଯେଉଁ ଅଞ୍ଚଳରୁ ସରକାରଙ୍କ ତହବିଲକୁ ହଜାର ହଜାର କୋଟିର ରାଜସ୍ବ ଯାଉଛି, ଯାହାର ବିକାଶ ପାଇଁ ରହିଛି ହଜାର କୋଟିର ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ସେଇଠି ଖଣି ଅଧିକୃତ ଅଞ୍ଚଳ ଆଳରେ ସାମାନ୍ୟ ପୋଲଟିଏ ନିର୍ମାଣ କରିବାକୁ ପ୍ରଶାସନ ପଛଘୁଞ୍ଚା ଦେବା ଦୁର୍ଭାଗ୍ୟଜନକ ବୋଲି କ୍ଷୋଭକ୍ତି ପ୍ରକାଶ କରିଛନ୍ତି ରାଜେନ୍ଦ୍ର।
ଭରାନଈରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଥିବା ତେଲେନଡିହିର ଯନ୍ତ୍ରଣା ଯାତ୍ରା କେବେ ଶେଷ ହେବ ତାହା ଦେଖିବାକୁ ବାକି ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।