Tamil Nadu politics: ପଛରୁ ଛୁରା ମାରିଥିବା କଂଗ୍ରେସ ସହିତ କାମ କରିବ ନାହିଁ: ଡିଏମ୍‌କେ

Oct 17, 2026 - 21:11
Tamil Nadu politics: ପଛରୁ ଛୁରା ମାରିଥିବା କଂଗ୍ରେସ ସହିତ କାମ କରିବ ନାହିଁ: ଡିଏମ୍‌କେ

"ଚେନ୍ନାଇ: ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ରଦ୍ଦ ଓ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ କକ୍ରୋଚ ଜନତା ପାର୍ଟି (ସିଜେପି) କରୁଥିବା ଆନ୍ଦୋଳନକୁ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ସମର୍ଥନ କରିଛନ୍ତି।

କିନ୍ତୁ ନିର୍ବାଚନ କମିସନଙ୍କ ବିରୋଧରେ ଆନ୍ଦୋଳନରେ ନେତୃତ୍ବ ନେଉଥିବା କଂଗ୍ରେସଠାରୁ ଏହା ନିଜକୁ ଦୂରେଇ ରଖିବ ବୋଲି କହିଛି।Advertisment ଶନିବାର ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଏମ୍‌କେ ସାଂସଦମାନଙ୍କ ବୈଠକରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି।

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା, ଏସ୍‌ଆଇଆର୍‌କୁ ବାତିଲ କରିବା ଓ ବାଲାଟ ପେପର ମତଦାନ କରାଯିବାକୁ ଦାବି ପାଇଁ ବୈଠକରେ ନିଷ୍ପତ୍ତି ନେଇଛି।

ଡିଏମ୍‌କେ ସିଜେପି ଓ ଅନ୍ୟ ଛାତ୍ର ସଙ୍ଗଠନ ଆନ୍ଦୋଳନକୁ ସମର୍ଥନ କରିବ ବୋଲି କାନିମୋଝି କହିଛନ୍ତି।

କିନ୍ତୁ ପଛରୁ ଛୁରାଘାତ କରିଥିବା କଂଗ୍ରେସ ସହିତ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବନାହିଁ ବୋଲି ଡିଏମ୍‌କେ ସ୍ପଷ୍ଟ କରିଛି।

ଆନ୍ଦୋଳନକାରୀଙ୍କ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଯୁବକମାନଙ୍କୁ ଅଧିକ ଦୃଢ଼ କରିବ ବୋଲି ଷ୍ଟାଲିନ କହିଛନ୍ତି।

ସିଜେପିର ସଂଘର୍ଷରେ ଡିଏମ୍‌କେ ଆଇନଗତ ସହାୟତା ଯୋଗାଇ ଦେବ ବୋଲି ମଧ୍ୟ ଷ୍ଟାଲିନ କହିଛନ୍ତି।

Supreme Court : ଏସ୍‌ଆଇଆର୍‌ ବିରୋଧରେ ରାହୁଲଙ୍କ ଆବେଦନ: ନିର୍ବାଚନ କମିସନ ଓ ୩ ଆୟୁକ୍ତଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।