Tamil Nadu: ଅନ୍ନଦାନମ୍ ଯୋଜନାର ପରିସର ବଢ଼ାଇଲେ ବିଜୟ ସରକାର, ଉପକୃତ ହେବେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

Oct 14, 2026 - 15:57
Tamil Nadu: ଅନ୍ନଦାନମ୍ ଯୋଜନାର ପରିସର ବଢ଼ାଇଲେ ବିଜୟ ସରକାର, ଉପକୃତ ହେବେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

"ଚେନ୍ନାଇ: ତାମିଲନାଡୁର ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ବଡ଼ ଖୁସି ଖବର।

ରାଜ୍ୟରେ ମାଗଣା ଭୋଜନ ଯୋଗାଇଦେବା ପାଇଁ ଚାଲୁଥିବା "ଅନ୍ନଦାନମ୍" ଯୋଜନାର ପରିସରକୁ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ଥଲପତି ବିଜୟଙ୍କ ସରକାର।

ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୦ଟି ପ୍ରମୁଖ ମନ୍ଦିରରେ ଦୈନିକ ମାଗଣା ଭୋଜନ ପାଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରାଯାଇଛି।

ଏହାଦ୍ୱାରା ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏହି ଯୋଜନାରୁ ଉପକୃତ ହେବେ।Advertisment ଏହି ବର୍ଦ୍ଧିତ ଯୋଜନାର ଶୁଭାରମ୍ଭ କାଞ୍ଚିପୁରମ୍ ଜିଲ୍ଲାର କୁନ୍ଦ୍ରଥୁରସ୍ଥିତ ଅରୁଲମିଗୁ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ କରାଯାଇଛି।

ହିନ୍ଦୁ ଧାର୍ମିକ ଓ ଦାତବ୍ୟ ଅନୁଷ୍ଠାନ ବିଭାଗର ମନ୍ତ୍ରୀ ସି.

ରମେଶ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଥିଲେ।

୨୦୨୬-୨୭ ବିଧାନସଭା ଅଧିବେଶନରେ ଅନୁଦାନ ସମ୍ପର୍କିତ ଘୋଷଣା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। "ଅନ୍ନଦାନମ୍" ଯୋଜନାଯୋଜନାରେ କୋଏମ୍ବାଟୁରର ପେରୁର ପଟ୍ଟୀଶ୍ୱରର ମନ୍ଦିର, ତିରୁପ୍ପୁରର ଶିବନମଲାଇ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର, କାଞ୍ଚିପୁରମର ଦେବରାଜସ୍ୱାମୀ ଓ ଏକାମ୍ବରନାଥର ମନ୍ଦିର ସମେତ ଚେନ୍ନାଇର କେତେକ ପ୍ରମୁଖ ମନ୍ଦିର ସାମିଲ ରହିଛି।

ଅଧିକାଂଶ ମନ୍ଦିରରେ ଦୈନିକ ମାଗଣା ଭୋଜନ ପାଉଥିବା ଲୋକଙ୍କ ସଂଖ୍ୟା ୧୦୦ରୁ ବଢ଼ାଇ ୨୦୦ କରାଯାଇଛି।

ଶ୍ରଦ୍ଧାଳୁ ପାଇବେ ମାଗଣା ଭୋଜନଏହି ସମ୍ପ୍ରସାରଣ ଦ୍ୱାରା ପ୍ରତିବର୍ଷ ଅତିରିକ୍ତ ୨ ଲକ୍ଷ ୨୫ ହଜାର ୪୭୫ ଜଣ ଶ୍ରଦ୍ଧାଳୁ ମାଗଣା ଭୋଜନ ପାଇପାରିବେ।

ଫଳରେ ଏହି ୧୦ଟି ମନ୍ଦିରରେ ବାର୍ଷିକ ଉପକୃତ ହେଉଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୩୫୦ରେ ପହଞ୍ଚିବ।

ଯୋଜନାର ଶୁଭାରମ୍ଭ ପରେ ମନ୍ତ୍ରୀ ରମେଶ ମଧ୍ୟ ଶ୍ରଦ୍ଧାଳୁଙ୍କ ସହ ବସି ଭୋଜନ କରିଥିଲେ।

ଉଲ୍ଲେଖଯୋଗ୍ୟ, ତାମିଲନାଡୁରେ ଏହି ଅନ୍ନଦାନମ୍ ଯୋଜନା ୨୦୦୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେ.

ଜୟଲଳିତାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।

ପ୍ରଥମେ ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ଯୋଗାଇବା ଏହାର ଲକ୍ଷ୍ୟ ଥିଲା।

ପରବର୍ତ୍ତୀ ସମୟରେ ଯୋଜନାର ପରିସର ବଢ଼ାଯାଇ ଚୟନିତ ମନ୍ଦିରଗୁଡ଼ିକରେ ଦିନସାରା ମାଗଣା ଭୋଜନ ବ୍ୟବସ୍ଥା କରାଯାଇଥିଲା।

ଅଧିକ ଶ୍ରଦ୍ଧାଳୁଙ୍କୁ ଏହି ସେବାରେ ସାମିଲ କରିବା ସହ ଦୟା, ସମାନତା ଓ ମାନବସେବାର ଭାବନାକୁ ମଜବୁତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।