05 SEPTEMBER 2026

Welcome!

Unlock your personalized experience.
Sign Up

Tamilnadu: ତାମିଲନାଡ଼ୁରେ ପତ୍ନୀ ଅନ୍ୟ ଲୋକ ସହିତ ଫେରାର୍‌: ଦୁଇ ପିଲାଙ୍କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

Jul 12, 2026 - 22:48
Tamilnadu: ତାମିଲନାଡ଼ୁରେ ପତ୍ନୀ ଅନ୍ୟ ଲୋକ ସହିତ ଫେରାର୍‌: ଦୁଇ ପିଲାଙ୍କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

ଟୁଟିକୋରିନ୍‌: ତାମିଲନାଡ଼ୁର ଟୁଟିକୋରିନ୍‌ରୁ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜର ଦୁଇ ସନ୍ତାନଙ୍କୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ପୁଲିସ କହିଛି ଯେ, ବ୍ୟକ୍ତି ଜଣଙ୍କ ପତ୍ନୀ ଅନ୍ୟ ଜଣେ ଲୋକ ସହିତ ଫେରାର ହୋଇଯିବା ପରେ ସେ ଅବସାଦଗ୍ରସ୍ତ ଥିଲା। ମୃତକମାନେ ହେଲେ ମ୍ୟାରୀ ମାଇକେଲ, ତାଙ୍କ ୧୪ ବର୍ଷର ଝିଅ ମ୍ୟାରୀ ନିରୋଶା ଓ ୧୨ ବର୍ଷର ପୁଅ ମ୍ୟାରୀ କେନିଷ୍ଟନ୍‌ ବୋଲି ଜଣାପଡ଼ିଛି। ଝିଅ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ପୁଅ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ମାଇକେଲ ଜଣେ ଟ୍ରକ୍‌ ଡ୍ରାଇଭର।

ଆହୁରି ପଢନ୍ତୁ: Covid19: ଭାରତକୁ ପୁଣି ଫେରିଲା କୋଭିଡ୍‌-୧୯? ଆନ୍ଧ୍ରପ୍ରଦେଶରେ ୨ ମୃତ୍ୟୁ ପରେ ବଢ଼ିଲା ସତର୍କତା

ପୁଲିସ ସୂଚନା ଅନୁଯାୟୀ, ମାଇକେଲଙ୍କ ପତ୍ନୀ ଛଅ ମାସ ତଳେ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଦେଇ ଅନ୍ୟ ଜଣେ ଲୋକ ସହିତ ରହୁଛି। ପତ୍ନୀଙ୍କ ଯିବା ପରେ ମାଇକେଲ ଦୁଃଖିତ ଥିଲେ। ସେ ଟ୍ରକ୍‌ ଚଲାଇବାକୁ ନିୟମିତ ଭାବେ ଯାଉନଥିଲେ। ମଝି‌ରେ ମଝିରେ ରଙ୍ଗ ଦେବା କାମ କରୁଥିଲେ। ଶୁକ୍ରବାର ମାଇକେଲ ପିଲାଙ୍କ ପାଇଁ ଖାଇବାକୁ ଆଣିବା ପରେ ସେମାନଙ୍କୁ ଶୋଇବାକୁ ଯିବାକୁ କହିଥିଲେ। ପୁଲିସ କହିଛି, ପରେ ସେ ପିଲାମାନଙ୍କୁ ବିଦ୍ୟୁତ ତାରରେ ବାନ୍ଧି ଦେଇ ବିଦ୍ୟୁତ ସଂଯୋଗ କରିଦେଇଥିଲେ ଓ ପରେ ସେହି ବିଦ୍ୟୁତ ତାର ନିଜ ସହିତ ଯୋଡ଼ି ଆତ୍ମହତ୍ୟା କରିଥିଲେ।

ଆହୁରି ପଢନ୍ତୁ: Pregnant Woman Removed ଆସନ୍ନ ପ୍ରସବାଙ୍କୁ ଅସ୍ତ୍ରୋପଚାର ଗୃହରୁ ହଟାଇଦେଲେ ଡାକ୍ତର!

ସେମାନଙ୍କ ସହିତ ରହୁଥିବା ମାଇକେଲଙ୍କ ୭୫ ବର୍ଷୀୟ ବାପା ଆନ୍ଥୋନୀ ମୁଥୁ ସେମାନଙ୍କ କକ୍ଷ ବାହାରେ ଶୋଇଥିଲେ। କିନ୍ତୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ସେମାନଙ୍କ କକ୍ଷର କବାଟ ନଖୋଲିବାରୁ ସେ ପଡୋଶୀ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ସେମାନଙ୍କୁ ମୃତାବସ୍ଥାରେ ଉଦ୍ଧାର କରିଥିଲା। ପୁଲିସ ମୃତଦେହ ଜବତ କରି ଟୁଟିକୋରିନ୍‌ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ବ୍ୟବଚ୍ଛେଦ କରିବାକୁ ପଠାଇଛନ୍ତି। ପୁଡୁକୋଟ୍ଟାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।