Taptapani Ghat Hit by Heavy Rainfall: ତପ୍ତପାଣି ଘାଟିରେ ଅର୍ଣ୍ଣବର ତାଣ୍ଡବ, NH-୩୨୬ ଉପରେ ଦୁଇ ଫୁଟର ପାଣି
ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଅର୍ଣ୍ଣବର ତାଣ୍ଡବ।
ଜାତୀୟ ରାଜପଥ ୩୨୬ରେ ପାଳୁଖୋଳା ରାସ୍ତା ଉପରେ ଯାଉଛି ୨ ଫୁଟରେ ବର୍ଷା ପାଣି।
ଉପରମୁଣ୍ଡରେ ବର୍ଷା ଯୋଗୁଁ ପାହାଡ଼ରେ ଗୋଳିଆ ପାଣି ରାସ୍ତା ଉପରଦେଇ ପ୍ରବାହ ହେଉଛି।
ଯାହାକୁ ନେଇ ରାସ୍ତାରେ ଉଭୟ ପାଶ୍ୱରେ ଅଟକି ରହିଛି ଶହ ଶହ ଗାଡି।ସାନଖେମୁଣ୍ଡି ପ୍ରଶାସନ ଏବଂ ୩୨୬ ନଂ ଜାତୀୟ ରାଜ ପଥ କର୍ତ୍ତୃପକ୍ଷ କିଭଳି ପାହାଡ଼ରେ ଗୋଳିଆ ପାଣି ନିଷ୍କାସନ ହୋଇପାରିବ ସେ ନେଇ ଚେଷ୍ଟା ଜାରି ରଖିଛନ୍ତି ।
Advertisment ଲ୍ୟାଣ୍ଡଫଲ ପରେ ଦକ୍ଷିଣ ଓଡି଼ଶାରେ ବର୍ଷା ସାଙ୍ଗକୁ ପବନ ମଧ୍ୟ ବଢିଛି।
ଲଗାଣ ବର୍ଷାରେ ଅନେକ ସ୍ଥାନରେ ଗଛ ଭାଙ୍ଗିଛି।
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ଥିବା ଏକ ବିରାଟ ଗଛ ଉପୁଡି ପଡ଼ିଛି।
ଗଛ ପଡି ପଞ୍ଚାୟତ ପାଚେରୀ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।
ଏପରିକି ରାସ୍ତା ଉପରେ ଗଛ ପଡିବା ଫଳରେ ସୋରଡା ଆସିକା ରାସ୍ତା ଅବରୋଧ ହୋଇ ଥିଲା।
ଘଟଣାସ୍ଥଳରେ ଆସିକା ଅଗ୍ନିଶମ ବାହିନୀ ଓ NDRF ଟିମ ପହଂଚି ଗଛ କାଟି ରାସ୍ତା ସଫା କରିଛି।
ସ୍ଥଳଭାଗ ଅତିକ୍ରମ ପରେ ଦ୍ରୁତଗତିରେ ଦୁର୍ବଳ ହେଉଛି ଅର୍ଣ୍ଣବ।
ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅର୍ଣ୍ଣବ।
ଆଗାମୀ ୬ଘଣ୍ଟାରେ ଦୁର୍ବଳ ହୋଇ ଏକ ବାତ୍ୟା ଏବଂ ପରବର୍ତ୍ତୀ ୬ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଅଛି।
ଆଗାମୀ ୪୮ ଘଣ୍ଟା ଯାଏଁ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗ ମୁହାଁ ହେବ ଅର୍ଣ୍ଣବ।
ଆଗାମୀ ୪୮ ଘଣ୍ଟା ଯାଏଁ ଅର୍ଣ୍ଣବ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ଥିବାରୁ ପ୍ରଚୁର ମାତ୍ରାର ଜଳୀୟବାଷ୍ପ ବଙ୍ଗୋପସାଗର ରୁ ଓଡିଶା ମୁହାଁ ସମ୍ଭାବନା ରହିଛି।
Advertisment ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବୃଷ୍ଟିପାତ ଦୃଷ୍ଟିରୁ ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ।
ଆନ୍ଧ୍ର ଓ ୟାନମ ଉପକୂଳ ଦେଇ ଅତିକ୍ରମ କରିଛି ବାତ୍ୟା ଅର୍ଣ୍ଣବ।
ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ଥିଲା ୧୨୫ରୁ ୧୩୫ କିମି।
ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଛତିଶଗଡ଼ ଯିବ ଅର୍ଣ୍ଣବ।
ମାଲକାନଗିରି ପାଖାପାଖି ଆସିବା ବେଳକୁ ଆହୁରି ଦୁର୍ବଳ ହେବ।
...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।