Tapu Nayak Death Case: ଶିଶୁପାଳଗଡ଼ ତପୁ ନାୟକ ହତ୍ୟା ମାମଲାର ଫିଟିଲା ଗୁମର

Nov 05, 2026 - 18:10
Tapu Nayak Death Case: ଶିଶୁପାଳଗଡ଼ ତପୁ ନାୟକ ହତ୍ୟା ମାମଲାର ଫିଟିଲା ଗୁମର

ନୂଆ ବନ୍ଧୁକ କିଣି କରୁଥିଲେ ପାର୍ଟି, ମଦ ନିଶାରେ ଦବାଇଦେଲେ ଟ୍ରିଗର ଧଉଳି(ନିରଞ୍ଜନ ସେନାପତି) : ଧଉଳି ଥାନା ଅଧୀନ ଶିଶୁପାଳ ଗଡ଼ ( ବଡ଼ଟାଙ୍ଗି) ଅଞ୍ଚଳରେ ଘର ତିଆରି ସାମଗ୍ରୀ ଚାଲାଣ କରୁଥିବା ଏକ ଠିକା ସଂସ୍ଥା କାର୍ଯ୍ୟାଳୟ ନିକଟରେ ଭରତପୁର ସୀତାରାମ ବସ୍ତିର ଜେସିବି ଚାଳକ ତପୁ ନାୟକଙ୍କ ମୃତଦେହ ମିଳିଥିଲା।

ତପୁ(୨୫)ଙ୍କ ଛାତିକୁ ଗୁଳି ବାଜିଥିଲା।

ଅନୁସନ୍ଧାନରେ ପ୍ରଥମ ଚରଣରେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅନୁମାନ କରାଯାଉଥିଲା।

ଏହି ହତ୍ୟାକାଣ୍ଡ ଉପରେ ପରଦା ଉଠିଛି।

ନୂଆ ପିସ୍ତଲ କିଣିବାକୁ ନେଇ ପାର୍ଟି ହୋଇଥିଲା।

ମଦ ନିଶାରେ ସେଲ୍‌ଫି ନେଇଥିଲେ।

ଏତିକିରେ ନିଶାରେ ବନ୍ଧୁକର ଗୁଳି ଫୁଟି ସିଧା ତପୁଙ୍କ ଛାତିରେ ବାଜି ମୃତ୍ୟୁ ଘଟିଥିବା ବୋଲି ଜଣାଯାଇଛି।

ଏହି ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିବା ସହ ଉକ୍ତ ପିସ୍ତଲ ଓ ଏକ ଅଫୁଟା ଗୁଳିକୁ ଜବତ କରିଛି।

Advertisment Murder: ଜେସିବି ଡ୍ରାଇଭରଙ୍କୁ ଗୁଳି ମାରି ହତ୍ୟା, ରାଜଧାନୀ ଉପକଣ୍ଠ ଶିଶୁପାଳଗଡରେ ଚାଞ୍ଚଲ୍ୟ ଅନୁସନ୍ଧାନରୁ ଜଣାଯାଇଛି, କିଣାଯାଇଥିବା ଏକ ପିସ୍ତଲ ପ୍ୟାକିଂ ଖୋଲିବା ନିମନ୍ତେ ତପୁଙ୍କ ସହ ୫ଜଣ ବନ୍ଧୁ ବଡ଼ଟାଙ୍ଗି (ଶିଶୁପାଳଗଡ଼)ର ଏକ କନ୍‌ଷ୍ଟ୍ରକ୍‌ସନ କାର୍ଯ୍ୟାଳୟ ନିକଟରେ ଏକ ପାର୍ଟି କରିଥିଲେ।

ଭୋଜିରେ ମାଂସ ରନ୍ଧାଯାଇଥିଲା।

ବନ୍ଧୁମାନ ପ୍ରବଳ ମଦ ପିଇଥିଲେ।

ଏହାପରେ ବନ୍ଧୁକକୁ ଖୋଲାଯାଇଥିଲା।

ବନ୍ଧୁକରେ ଗୁଳି ପୂରାଇ ସମସ୍ତେ ଜଣେ ଆରଜଣକୁ ଦେଖାଇ ସେଲ୍‌ଫି ନେଇଥିଲେ।

ଏହି ସମୟରେ ଜଣେ ବନ୍ଧୁଙ୍କ ହାତରେ ଟ୍ରିଗର ଦବିଯାଇଥିଲା।

ଗୁଳିଟି ସିଧା ତପୁଙ୍କ ବେକତଳ ଛାତିରେ ପଶିଯାଇଥିଲା।

ସେଠାରେ ସେ ଟଳିପଡ଼ିଥିଲେ।

ଏଥିରେ ବନ୍ଧୁମାନଙ୍କ ନିଶା ଓହ୍ଲାଇଯାଇଥିଲା।

ତପୁଙ୍କୁ ନେଇ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ନେଇଥିଲେ।

ସେଠାରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଏକ ଘରୋଇ ହସ୍‌ପିଟାଲ୍‌କୁ ନେଇଥିଲେ।

ରାସ୍ତାରେ ତପୁଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ପୁଣି ସେମାନେ ତପୁକୁ ଆଣି କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରି ଗିରଫ ଭୟରେ ଚାଲିଯାଇଥିଲେ।

Murder: ଗୁଆହାଟୀ ହୋଟେଲ୍‌ରେ ୫ ଜଣଙ୍କ ହତ୍ୟା ଅଭିଯୁକ୍ତ ପୁଲିସ ଗୁଳିରେ ନିହତ ଏହାର କିଛି ସମୟ ପରେ ରାତି ପ୍ରାୟ ୧ଟା ସମୟରେ ତପୁଙ୍କ ସହ କାମ କରୁଥିବା ତପୁ ଏବଂ ଶ୍ରୀକାନ୍ତ ମାନସୀଙ୍କୁ ଫୋନ କରି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପାଇଁ କହିଥିଲେ l ଖବର ପାଇ ମାନସୀ ତାଙ୍କର ଭାଇ ଏବଂ ଶ୍ୱଶୁରଙ୍କ ସହିତ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ତପୁଙ୍କ ମୃତ୍ୟୁ ଘଟିଥିବା ଦେଖିଥିଲେ।

Murder case: ଅପହରଣ ପରେ ହତ୍ୟା ଉଦ୍ୟମ ମାମଲା: ୯ ଜଣଙ୍କୁ ଆଜୀବନ, ପୁଲିସ ହେପାଜତରୁ ଅଭିଯୁକ୍ତ ଫେରାର ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ଭିତ୍ତିରେ ଧଉଳିଥାନା ପୁଲିସ ପ୍ରଥମେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

ପରେ ଆଜି (ଗୁରୁବାର) ପୂର୍ବାହ୍‌ଣରେ ଉକ୍ତ କନ୍‌ଷ୍ଟ୍ରକ୍‌ସନ କମ୍ପାନୀ କାର୍ଯ୍ୟାଳୟରେ ପହଞ୍ଚି ଅନ୍ୟ ୫ଜଣଙ୍କୁ ଗିରଫ କରିଥିଲା।

ଗିରଫ ସମସ୍ତ ଅଭିଯୁକ୍ତ ନିଜର ଅପରାଧ ସ୍ବୀକାର କରିଥିଲେ।

ପରେ ସେମାନେ ଫିଙ୍ଗିଦେଇଥିବା ପିସ୍ତଲଟିକୁ ଗଙ୍ଗୁଆ ନାଳରୁ ଉଦ୍ଧାର କରାଯାଇଥିଲା।

ସେଠାରୁ ଏକ ଅଫୁଟା ଗୁଳି ମଧ୍ୟ ମିଳିଥିଲା।

Murder: ୩୦ ହଜାର ଟଙ୍କାକୁ ନେଇ ୨ କୃଷି ଶ୍ରମିକଙ୍କୁ ଜାଳିଦେଲେ ଗିରଫ ଅଭିଯୁକ୍ତମାନେ ହେଲେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ନବଘନପୁର ଗ୍ରାମର ଉମେଶ କୁମାର ପଟ୍ଟନାୟକ ( ୩୦ ), ଧଉଳି ଥାନା ଅଧୀନ ଶିଶୁପାଳ ଗଡ଼ ଜେନା ସାହିର ବିଷ୍ଣୁ ପ୍ରସାଦ ସାମନ୍ତରାୟ ( ୨୩ ), ନୟାଗଡ ଜିଲ୍ଲା ଇଟାମାଟି ଥାନା କେନ୍ଦୁ ଟିପି ଗ୍ରାମର ରତ୍ନାକର ସାହୁ ଓରଫ ବବୁଲ ( ୨୩ ), ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ପଥର ଦ୍ୱାର ଗ୍ରାମର ଆଲୋକ ଜେନା (୩0), ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ମଲ୍ଲିକ ସାହିର ମାନସ ସ୍ୱାଇଁ ( ୩୯ ), ବାଲିପାଟଣା ଥାନା ଅଧୀନ ବିଶ୍ୱାଳ ପଦାର ଅକ୍ଷୟ ପ୍ରଧାନ ( ୩୬ ), କଟକ ଜିଲ୍ଲା ବଡମ୍ବା ଥାନା ଅଧୀନ ରତପାଟ ଗ୍ରାମର କଳିଙ୍ଗ କେଶରୀ ପାତ୍ର ( ୨୩ ) ଏବଂ ଧଉଳି ଥାନା ଶିଶୁପାଳ ଗଡ଼ ତଇଲା ସାହିର ଚିତ୍ରସେନ ଗଜେନ୍ଦ୍ର ( ୩୨ ) l କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତମାନଙ୍କୁ ଝାରପଡା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଧଉଳି ଥାନା ପକ୍ଷରୁ ଜଣାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।