Tarique Rahman: ଜାତିସଂଘରେ ବାଂଲାଦେଶର ‘୩-ଆର୍’ ପୁନରୁଦ୍ଧାର ଯୋଜନା ରଖିଲେ ତାରିକ୍ ରହମାନ
"ନ୍ୟୁୟର୍କ: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନ ଗୁରୁବାର ଜାତିସଂଘର ୮୧ତମ ସାଧାରଣ ପରିଷଦ ଅଧିବେଶନରେ ପ୍ରଥମଥର ପାଇଁ ଭାଷଣ ଦେଇ ଦେଶର ପୁନରୁଦ୍ଧାର ପାଇଁ "୩-ଆର୍" ରଣନୀତି ଘୋଷଣା କରିଛନ୍ତି।
ପୁନରୁଦ୍ଧାର, ପୁନଃସ୍ଥାପନ ଓ ପୁନର୍ନିର୍ମାଣ—ଏହି ତିନିଟି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ବାଂଲାଦେଶକୁ ପୁଣି ଗଢ଼ିବା ତାଙ୍କ ସରକାରର ଲକ୍ଷ୍ୟ ବୋଲି ସେ କହିଛନ୍ତି।Advertisment ଆହୁରି ପଢନ୍ତୁ :Literature: କବିତା ବସାଘର: କବି ସୁଶାନ୍ତ କୁମାର ନାୟକଙ୍କ କଲମରୁ ନିଃସୃତ....
ବାଂଲା ଭାଷାରେ ଦେଇଥିବା ଭାଷଣରେ ରହମାନ କହିଥିଲେ, ୨୦୨୪ରେ ବାଂଲାଦେଶରେ ଏକ ଦୀର୍ଘ ସମୟର ଶାସନ ଓ ଶୋଷଣର ଅବସାନ ଘଟିଛି।
ଏହା ପରେ ଦେଶ ପୁଣି ଗଣତନ୍ତ୍ରର ପଥରେ ଆଗକୁ ବଢୁଛି।
ତାଙ୍କ ମତରେ ଦେଶର କାର୍ଯ୍ୟକ୍ଷମ ବୟସର ଲୋକଙ୍କୁ ଦକ୍ଷ ମାନବ ସମ୍ବଳରେ ପରିଣତ କରିବା, ଯୁବବର୍ଗ ପାଇଁ ରୋଜଗାର ସୁଯୋଗ ବଢ଼ାଇବା, ମହିଳା ସଶକ୍ତୀକରଣ, ଶିକ୍ଷା, ନବସୃଜନ ଓ ସାମାଜିକ ସୁରକ୍ଷାକୁ ସରକାର ଗୁରୁତ୍ବ ଦେଉଛି।
ଚଳିତ ବର୍ଷ ଫେବ୍ରୁଆରିରେ ଅନୁଷ୍ଠିତ ଜାତୀୟ ନିର୍ବାଚନକୁ "ମୁକ୍ତ, ନିରପେକ୍ଷ ଓ ନିଷ୍ପକ୍ଷ" ବୋଲି ବର୍ଣ୍ଣନା କରି ରହମାନ କହିଥିଲେ, ଦେଶବାସୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିକୁ ଶାସନର ଦାୟିତ୍ବ ଦେଇଛନ୍ତି।
ଏଥିସହ ବିଶ୍ବରେ ଚାଲିଥିବା ବିଭିନ୍ନ ସଂଘର୍ଷର ସମାଧାନ ପାଇଁ ଆଲୋଚନା, କୂଟନୈତିକ ପ୍ରକ୍ରିୟା ଓ ସହଯୋଗ ଉପରେ ସେ ଗୁରୁତ୍ବ ଦେଇଥିଲେ।
ରାଷ୍ଟ୍ରଗୁଡ଼ିକର ସମ୍ପର୍କରେ ସମାନତା, ନ୍ୟାୟ, ପରସ୍ପର ସ୍ବାର୍ଥର ସୁରକ୍ଷା ଓ ସମ୍ମାନକୁ ଆଧାର କରିବାକୁ ସେ ଆହ୍ବାନ ଦେଇଥିଲେ।
ଆହୁରି ପଢନ୍ତୁ :Heavy rain: ଉଦ୍ଧାର ହୋଇପାରିଲେ ନି ପ୍ରସୂତି, ନଦୀର ପ୍ରଖର ସ୍ରୋତରେ ଓଲଟିଲା ଡଙ୍ଗା ରୋହିଙ୍ଗ୍ୟା ପ୍ରସଙ୍ଗ ମଧ୍ୟ ତାଙ୍କ ଭାଷଣର ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲା।
ମ୍ୟାମାରରୁ ବିସ୍ଥାପିତ ୧୨ ଲକ୍ଷରୁ ଅଧିକ ରୋହିଙ୍ଗ୍ୟାଙ୍କୁ ବାଂଲାଦେଶ ୯ ବର୍ଷରୁ ଅଧିକ ସମୟ ଧରି ଆଶ୍ରୟ ଦେଇଆସୁଛି ବୋଲି ସେ କହିଥିଲେ।
ଏହା ଦେଶର ସମ୍ବଳ, ପରିବେଶ, ସୁରକ୍ଷା ଓ ସ୍ଥାନୀୟ ସମୁଦାୟ ଉପରେ ଚାପ ବଢ଼ାଇଛି ବୋଲି ସେ ଦର୍ଶାଇଥିଲେ।
ରୋହିଙ୍ଗ୍ୟାଙ୍କ ନିଜ ଦେଶ ମ୍ୟାମାରକୁ ଶୀଘ୍ର ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ହିଁ ସମସ୍ୟାର ସମାଧାନ ବୋଲି ସେ କହିବା ସହ ଏଥିପାଇଁ ଜାତିସଂଘ ଓ ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ପାଇଁ ଅନୁରୋଧ କରିଥିଲେ।
ଜାତିସଂଘରେ ଭାଷଣ ଦେଇ ତାରିକ୍ ନିଜ ପରିବାରର ତୃତୀୟ ସଦସ୍ୟ ଭାବେ ଏହି ମଞ୍ଚରେ ବାଂଲାଦେଶର ପକ୍ଷ ରଖିଛନ୍ତି।
ତାଙ୍କ ବାପା ଜିଆଉର ରହମାନ ୧୯୮୦ରେ ଏବଂ ମା" ଖାଲେଦା ଜିଆ ୧୯୯୩ରେ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।