Tata Communications: ଟାଟା ବିଛାଇବ ଏଆଇ ଫାଇବର୍ ନେଟ୍ୱର୍କ
ମୁମ୍ବାଇ: ଟାଟା କମ୍ୟୁନିକେସନ୍ସ ଦେଶରେ ଏଆଇ ଫାଇବର୍ ନେଟ୍ୱର୍କ ବିକାଶ କରିବାରେ ୪୫୦ ନିୟୁତ ଡଲାର ନିବେଶ କରିବ।
ଏହି ହାଇସ୍ପିଡ୍ ନେଟ୍ୱର୍କ ଦେଶର ପ୍ରମୁଖ ଏଆଇ ଡାଟା ସେଣ୍ଟର କରିଡର୍ଗୁଡ଼ିକୁ ଯୋଡ଼ିବ।
କମ୍ପାନି ୧୦,୦୦୦ କିଲୋମିଟରର ନୂଆ ଫାଇବର୍ ବିଛାଇବ।
ଏହାକୁ ଏଆଇ ସୁପର୍ ହାଇୱେ କୁହାଯାଇଛି।
କମ୍ପାନିର କାର୍ଯ୍ୟନିର୍ବାହୀ ଉପସଭାପତି ରୁପେଶ ଚୋକ୍ସି କହିଛନ୍ତି, ଆସନ୍ତା ୩-୫ ବର୍ଷ ମଧ୍ୟରେ ଏହାକୁ ନିର୍ମାଣ କରାଯିବ।
Advertisment ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ-ପୁନେ-ହାଇଦ୍ରାବାଦ-ଚେନ୍ନାଇ ରୁଟ୍କୁ ପ୍ରାଥମିକତା ଦିଆଯିବ।
ଏଥି ଅଞ୍ଚଳରେ ଥିବା ପ୍ରମୁଖ ଡାଟା ସେଣ୍ଟର କ୍ଲଷ୍ଟର୍ ଓ ସମୁଦ୍ର ତଳ ଲ୍ୟାଣ୍ଡିଂ ହବ୍ଗୁଡ଼ିକ ସହ ଏହି ନେଟ୍ୱର୍କ ଯୋଡ଼ିହେବ।
ଦ୍ବିତୀୟ ପର୍ଯ୍ୟାୟରେ ତାହା ଚେନ୍ନାଇ, ବିଶାଖାପାଟଣା ଓ ହାଇଦ୍ରାବାଦ ଭଳି ଅଞ୍ଚଳରେ ପହଞ୍ଚିବ।
ପରବର୍ତ୍ତୀ ସମୟରେ ସେହି ନେଟ୍ୱର୍କ ପୂର୍ବ ଭାରତରେ ଭୁବନେଶ୍ବରଠାରୁ ପଶ୍ଚିମରେ ଗୁଜରାଟ ପର୍ଯ୍ୟନ୍ତ ବ୍ୟାପିବ।
ଟାଟାର ନୂଆ ଏଆଇ ଫାଇବର୍ ନେଟ୍ୱର୍କ ପାରମ୍ପରିକ ଟେଲିକମ୍ କମ୍ପାନିଗୁଡ଼ିକର ନେଟ୍ୱର୍କଠାରୁ ଭିନ୍ନ ହେବ।
ଏହା ଏଜେଣ୍ଟିକ୍ ଏଆଇ ଜନିତ କାର୍ଯ୍ୟଚାପକୁ ସହ୍ୟ କରିବା ଭଳି କ୍ଷମତା ରଖିବ।
ଏହା ଡାଟା ସେଣ୍ଟର୍ରୁ ଡାଟା ସେଣ୍ଟର ପର୍ଯ୍ୟନ୍ତ ଫାଇବର୍ ନେଟ୍ୱର୍କ ଯୋଗାଇବ।
ପୂର୍ବରୁ ଟାଟା କମ୍ୟୁନିକେସନ୍ସର ଥିବା ୫,୦୦,୦୦୦ କିମିର ସମୁଦ୍ରତଳ ଫାଇବର୍ ଓ ୨,୦୦,୦୦୦ କିମିର ଭୂମିଗତ ଫାଇବର୍ ନେଟ୍ୱର୍କ ସହ ଏହି ନେଟ୍ୱର୍କ ଯୋଡ଼ିହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।