Tata Motors: ଇଟାଲୀୟ ଟ୍ରକ୍ କମ୍ପାନୀ ‘ଇଭେକୋ’କୁ କିଣିବା ପାଇଁ ଟାଟା ମୋଟର୍ସ ବୃଦ୍ଧି କଲା ଅଫର୍ ମୂଲ୍ୟ

Oct 16, 2026 - 22:11
Tata Motors: ଇଟାଲୀୟ ଟ୍ରକ୍ କମ୍ପାନୀ ‘ଇଭେକୋ’କୁ କିଣିବା ପାଇଁ ଟାଟା ମୋଟର୍ସ ବୃଦ୍ଧି କଲା ଅଫର୍ ମୂଲ୍ୟ

"ନୂଆଦିଲ୍ଲୀ: ଭାରତୀୟ ବାଣିଜ୍ୟିକ ଯାନ ନିର୍ମାତା "ଟାଟା ମୋଟର୍ସ" ଇଟାଲୀର ପ୍ରମୁଖ ଟ୍ରକ୍ ନିର୍ମାତା କମ୍ପାନୀ "ଇଭେକୋ ଗ୍ରୁପ୍" ର ଅଧିଗ୍ରହଣ ପାଇଁ ନିଜର ଅଫର୍ ମୂଲ୍ୟରେ ବୃଦ୍ଧି କରିଛି।

ଆବଶ୍ୟକୀୟ ନିୟାମକ (Regulatory) ଅନୁମୋଦନ ପାଇଁ ବିଳମ୍ବ ହେଉଥିବାରୁ କମ୍ପାନୀ ଏହି ପଦକ୍ଷେପ ନେଇଛି।

ଟାଟା ମୋଟର୍ସ ପକ୍ଷରୁ ପ୍ରତି ଶେୟାର ପିଛା ଅଫର୍ ମୂଲ୍ୟ ୦.୩୦ ୟୁରୋ ବୃଦ୍ଧି କରାଯାଇ ବର୍ତ୍ତମାନ ୧୪.୪୦ ୟୁରୋ କରାଯାଇଛି।

ପୂର୍ବରୁ କମ୍ପାନୀ ପ୍ରତି ଶେୟାର ପିଛା ୧୪.୧୦ ୟୁରୋର ପ୍ରସ୍ତାବ ଦେଇଥିଲା।Advertisment ଟାଟା ମୋଟର୍ସ ଏହାର ସବ୍‌ସିଡାରୀ କମ୍ପାନୀ "TML CV Holdings PTE LTD" ମାଧ୍ୟମରେ ଇଭେକୋର ପ୍ରତିରକ୍ଷା ବିଭାଗ ବ୍ୟତୀତ ଅନ୍ୟ ସମସ୍ତ କାରବାର ଅଧିଗ୍ରହଣ କରିବାକୁ ଯୋଜନା ରଖିଛି।

ସଂଶୋଧିତ ନୂତନ ଅଫର୍ ମୂଲ୍ୟଟି ୧୭ ଜୁଲାଇ ୨୦୨୫ର ଇଭେକୋ ଶେୟାର ମୂଲ୍ୟଠାରୁ ୩୩.୪୭ ପ୍ରତିଶତ ଅଧିକ ରହିଛି |  ଆହୁରି ପଢନ୍ତୁ: ABVP: ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଜିମାତ୍, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନଗଦ ପେମେଣ୍ଟ ଆଧାରିତ ଟେଣ୍ଡର ଅଫର ଗ୍ରହଣ କରିବାର ଅବଧି ଗତ ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ବେଳେ ଏହା ୨୬ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ଜାରି ରହିବ।

ଇଭେକୋର ବୋର୍ଡ ଅଫ୍ ଡାଇରେକ୍ଟର୍ସ ସର୍ବସମ୍ମତି କ୍ରମେ ଟାଟା ମୋଟର୍ସ ସହିତ ଏହି ଚୁକ୍ତିକୁ ସମର୍ଥନ ଜଣାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।