Tata Power Investment ଓଡ଼ିଶାରେ ଟାଟା ପାୱାର ୫ ବର୍ଷରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ
"ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ୍ ସେବାକୁ ନିର୍ଭରଯୋଗ୍ୟ କରିବା ପାଇଁ ଟାଟା ପାୱାର ବିତରଣ କମ୍ପାନିଗୁଡିକ ୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଓଇଆରସିରେ ଦରଖାସ୍ତ କରିଛନ୍ତି।
୨୦୨୬-୨୭ ପାଇଁ ୧୫୦୨ କୋଟି ଟଙ୍କା ଗତ ମଇ ୧୫ରେ ଓଇଆରସି ଅନୁମୋଦନ କରିଥିବାବେଳେ ଅବଶିଷ୍ଟ ପୁଞ୍ଜିନିବେଶ ଯୋଜନାକୁ ଅନୁମୋଦନ କରିବା ପାଇଁ ଆୟୋଗ ଏକ ସାର୍ବଜନୀନ ସୂଚନା ଜାରିକରି ଗତକାଲି(ଗୁରୁବାର) ସୁଦ୍ଧା ଜନସାଧାରଣଙ୍କ ମତାମତ ଆହ୍ଵାନ କରିଥିଲେ।Advertisment Electricity Bill: ହଠାତ୍ ବିଦ୍ୟୁତ୍ ମିଟର ବିଲ୍ ବଢ଼ିଯାଉଛି କି?
ପ୍ରକାଶ ଥାଉକି, ଆସନ୍ତା ୨୨ତାରିଖରେ ଓଇଆରସି କାର୍ଯ୍ୟାଳୟରେ ଜନଶୁଣାଣି ଅନୁଷ୍ଟିତ ହେବ।
ଟାଟା ଦରଖାସ୍ତରୁ ସ୍ପଷ୍ଟ ହୋଇଛି ଯେ, ଓଡ଼ିଶା ବିଦ୍ୟୁତ୍ ସେବା ଦାୟିତ୍ଵ ଗ୍ରହଣ କରିବା ପରେ ୨୦୨୦-୨୧ ରୁ ୨୦୨୬-୨୭ ମଧ୍ୟରେ ଓଇଆରସି ୮୯୬୭କୋଟି ଟଙ୍କା ଅନୁମୋଦନ କରିଥିବା ବେଳେ ସେଥିରୁ ଟାଟା ପାୱାର ୬୫୪୮ କୋଟି ଟଙ୍କା ପୁଞ୍ଜିନିବେଶ କରିଛି।
ସେଥିରେ ୫୬୯୮ କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାକି ୮୫୦ କୋଟିଟଙ୍କା କାମ ନିର୍ମାଣଧୀନ ରହିଛି।
ଓଡ଼ିଶା ବିଦ୍ୟୁତ୍ ସେବା ଭାର ଟାଟା ଗ୍ରହଣ କଲାପରେ ପୁଞ୍ଜିନିବେଶ ବାବଦକୁ କେତେ ପରିମାଣର ସରକାରୀ ଅନୁଦାନ ପାଇଛନ୍ତି ଓ ସେଥିରୁ କେତେ ନିବେଶ କରିଛନ୍ତି?
ତାହାର ତଥ୍ୟ ଦରଖାସ୍ତରେ ନାହିଁ।
Electricity: ବର୍ଷା ପରେ କଟିଲା ବିଜୁଳି, ସପ୍ତାହେ ପହଞ୍ଚିଲା, ନାହିଁ ସମାଧାନ: ଅଫିସ୍ ଆଗରେ ଧାରଣା ଚଳିତ ବର୍ଷ ପାଇଁ ଗତ ମାର୍ଚ୍ଚ ୨୪ତାରିଖରେ ଓଇଆରସି ଜାରି କରିଥିବା ଟାରିଫ୍ ଆଦେଶରୁ ଜଣାପଡିଛି ଯେ, ସରକାରୀ ପୁଞ୍ଜିନିବେଶ ପରିମାଣକୁ ୧୫,୨୮୯ କୋଟି ଟଙ୍କାରେ ଅନୁମୋଦନ କରିବା ପାଇଁ ଟାଟା ପ୍ରସ୍ତାବ ଦେଇଥିଲା।
ସେଥିରୁ ଆୟୋଗ ୧୧,୭୮୩ କୋଟି ଟଙ୍କା ଅନୁମୋଦନ କରି ଚଳିତ ବର୍ଷର ଟାରିଫ୍ ନିର୍ଣ୍ଣୟ କରିଥିଲେ।
ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ୨୦୨୦-୨୧ ରୁ ୨୦୨୫-୨୬ ମଧ୍ୟରେ ଟାଟାର ପୁଞ୍ଜିନିବେଶ ପରିମାଣକୁ ଓଇଆରସି ୧୨,୭୮୬ କୋଟି ଟଙ୍କା ଅନୁମୋଦନ କରି ଟାରିଫ୍ ନିର୍ଣ୍ଣୟ କରିଥିବାବେଳେ ଟାଟା ଦରଖାସ୍ତରେ ମାତ୍ର ୫୬୯୮ କୋଟି ଟଙ୍କା ଦର୍ଶାଯାଇଛି।
ଟାଟାର ପୁଞ୍ଜିନିବେଶ ଯୋଜନା ଦରଖାସ୍ତ ଉପରେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ୩୧ ପୃଷ୍ଠାର ଏକ ସର୍ବସାଧାରଣ ମତାମତ ସତ୍ୟପାଠ ଜରିଆରେ ଓଇଆରସିରେ ଦାଖଲ କରି କହିଛନ୍ତିଯେ ଚାରୋଟି ଟାଟା ବିତରଣ କମ୍ପାନି ଦାଖଲ କରିଥିବା ପୁଞ୍ଜିନିବେଶ ଯୋଜନାରେ ତାଳମେଳ ନାହିଁ।
Tata Power office: ଟାଟା ପାୱାର୍ ଅଫିସ ଆଗରେ ବିଜେଡିର ବିକ୍ଷୋଭ; ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ: ଟାଟା ପାୱାର ଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନିଗୁଡିକୁ ୨୦୨୦-୨୧ରେ ଟାଟାକୁ ହସ୍ତାନ୍ତର ହେବାପରେ ଉଭୟ ଘରୋଇ ଓ ସରକାରୀ ପୁଞ୍ଜିନିବେଶ ପ୍ରାୟ ୨୦ ହଜାର କୋଟି ଟଙ୍କା ହୋଇଥିବା ବେଳେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ମିଟରିଂ ନହେବା, ବିଦ୍ୟୁତ୍ ବିଭ୍ରାଟ ଓ ଦୁର୍ଘଟଣାରେ ଆଖିଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ନହେବା, ଖୋଲା ତାର ଓ ଟ୍ରାନସ୍ଫର୍ମର୍ ବିପଦଶଙ୍କୁଳ ଅବସ୍ଥା ରହିଥିବା ନେଇ ପୁଞ୍ଜିନିବେଶ ଅନୁମୋଦନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶା ବିତରଣ କମ୍ପାନି ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମିଟରିଂ କରିବା ପାଇଁ ଯୋଜନା କରିଥିବାବେଳେ ଦକ୍ଷିଣ ଓ ଉତ୍ତର ଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନି ସେଥିପାଇଁ କୌଣସି ପ୍ରସ୍ତାବ ଦେଇନାହାଁନ୍ତି।
ପୁଞ୍ଜିନିବେଶ ଯୋଜନାକୁ ଅନୁମୋଦନ କରିବା ପାଇଁ ଆୟୋଗ ପ୍ରଣିତ କରିଥିବା ନିୟମ ଅନୁସାରେ ଟାଟା ବିତରଣ କମ୍ପାନିଗୁଡିକ ଆବଶ୍ୟକୀୟ ତଥ୍ୟ ଦାଖଲ କରିନାହାଁନ୍ତି।
ରାସ୍ତାକଡରେ ଯାଇଥିବା ଏଲଟି ଖୋଲା ବିଦ୍ୟୁତ୍ ତାରକୁ ଏବି କେବୁଲ୍ରେ ପରିଣତ କରିବା ପାଇଁ ଦକ୍ଷିଣ ଓ ଉତ୍ତର ଓଡ଼ିଶା ବିଦ୍ୟୁତ୍ କମ୍ପାନି କିଲୋମିଟର ପିଛା ୭ ରୁ ୮ ଲକ୍ଷ ଟଙ୍କା ଖର୍ଚ ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶା ବିତରଣ କମ୍ପାନି ୧୧ ରୁ ୧୨ ଲକ୍ଷ ଟଙ୍କା ଖର୍ଚ ପ୍ରସ୍ତାବ ଉପରେ ଶ୍ରୀ ମହାପାତ୍ର ଆପତ୍ତି ଉଠାଇଛନ୍ତି।
ସେହିପରି ଟାଟାର ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ତାହାର ବାର୍ଷିକ ବୋଝ ତଥା ଉପଭୋକ୍ତାର ଖୁଚୁରା ବିଦ୍ୟୁତ୍ ମୂଲ୍ୟ କେତେ ପ୍ରଭାବିତ ହେବ?
ଟାଟା ପାୱାର ଦାଖଲ କରିନଥିବା ଆବଶ୍ୟକୀୟ ତଥ୍ୟକୁ ଅବିଳମ୍ବେ ଦାଖଲ କରିବା ପାଇଁ ଆୟୋଗଙ୍କୁ ଏକ ନିର୍ଦ୍ଦେଶ ଜାରି କରିବା ପାଇଁ ଶ୍ରୀ ମହାପାତ୍ର ଦୃଷ୍ଟି ଆକର୍ଷଣ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।