Teacher Aspirants Take to Streets: ଧାରଣାରେ ଆଶାୟୀ ଶିକ୍ଷକ ସଂଘ, ଖାଲି ପଦବୀ ତୁରନ୍ତ ପୂରଣ ପାଇଁ ଦାବି
ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ଅଲ୍ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ। ତିନି ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶତାଧିକ ଆଶାୟୀ ଶିକ୍ଷକ। ରାଜ୍ୟର ସରକାରୀ ହାଇସ୍କୁଲ, ପ୍ରାଥମିକ ବିଦ୍ୟାଳୟ, ସ୍ପେଶାଲ ଏଜୁକେଟର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବାକୁ ଦାବି କରିଛି ସଂଘ।
ଯୋଗ୍ୟ ଆଶାୟୀଙ୍କୁ ନିଯୁକ୍ତି ସହ ନିୟମିତ ଭାବେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଁ ମଧ୍ୟ ଦାବି ରହିଛି। ଖାଲି ପଦବୀ ପୂରଣ ନହେବାରୁ ଯୁବ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ସଂଘ କହିଛି। ସରକାର ତୁରନ୍ତ ଦାବି ଉପରେ ପଦକ୍ଷେପ ନନେଲେ, ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।...
ଧାରଣାରେ ଆଶାୟୀ ଶିକ୍ଷକ ସଂଘ
ଆଜିଠୁ ଆଶାୟୀ ଶିକ୍ଷକ ସଂଘର ଆନ୍ଦୋଳନ
ଲୋୟର ପିଏମଜିରେ ଆଶାୟୀ ଶିକ୍ଷକଙ୍କ ଧାରଣା
ତିନି ଦଫା ଦାବିରେ ଆନ୍ଦୋଳନ
ଖାଲି ପଦବୀ ତୁରନ୍ତ ପୂରଣ ପାଇଁ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।