Teacher Aspirants Vow Hunger Strike: ଆମରଣ ଅନଶନରେ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ, ଦାବି ପୂରଣ ନହେବା ଯାଏଁ ଚାଲିବ ଆନ୍ଦୋଳନ

Aug 22, 2026 - 14:24
Teacher Aspirants Vow Hunger Strike: ଆମରଣ ଅନଶନରେ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ, ଦାବି ପୂରଣ ନହେବା ଯାଏଁ ଚାଲିବ ଆନ୍ଦୋଳନ

ଦାବି ପୂରଣ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ। ଭୁବନେଶ୍ୱରର ଲୋୟର ପିଏମଜିରେ ଗତ ୧୭ ତାରିଖରୁ ଧାରଣାରେ ବସିଥିବା ଆଶାୟୀ ଶିକ୍ଷକମାନେ ଏବେ ହଙ୍ଗର ଷ୍ଟ୍ରାଇକ୍ ଆରମ୍ଭ କରିଛନ୍ତି।

ସରକାରଙ୍କ ସହ ଦାବି ନେଇ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନେଇଛି ସଂଘ। ଗତକାଲି ଆଶାୟୀ ଶିକ୍ଷକମାନେ ଗଣଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନାରୁ କୌଣସି ସମାଧାନର ବାଟ ନବାହାରିବାରୁ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରଖିବା ସହ ହଙ୍ଗର ଷ୍ଟ୍ରାଇକ୍ କରିବାକୁ ଘୋଷଣା କରାଯାଇଛି।

ଆଶାୟୀ ଶିକ୍ଷକମାନଙ୍କ କହିବା ଅନୁଯାୟୀ, ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ। ଦାବି ପୂରଣ ହେଲେ ହିଁ ହଙ୍ଗର ଷ୍ଟ୍ରାଇକରୁ ଉଠିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏହି ଆନ୍ଦୋଳନ ଫଳରେ ଲୋୟର ପିଏମଜିରେ ଆଶାୟୀ ଶିକ୍ଷକଙ୍କ ଧାରଣା ଆହୁରି ଜୋରଦାର ହୋଇଛି। ସରକାରଙ୍କ ସହ ପରବର୍ତ୍ତୀ ଆଲୋଚନା ଏବଂ ଏହାର ସମାଧାନ କେବେ ବାହାରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।