Teacher Suspended: ଝାରସୁଗୁଡ଼ାରେ ଶିକ୍ଷକ ନିଲମ୍ବିତ, ବିଳମ୍ବରେ ସ୍କୁଲ ଆସିବା ଓ ପାଠପଢ଼ାରେ ଅବହେଳା ଅଭିଯୋଗ

Oct 14, 2026 - 08:58
Teacher Suspended: ଝାରସୁଗୁଡ଼ାରେ ଶିକ୍ଷକ ନିଲମ୍ବିତ, ବିଳମ୍ବରେ ସ୍କୁଲ ଆସିବା ଓ ପାଠପଢ଼ାରେ ଅବହେଳା ଅଭିଯୋଗ

"ଲଇକେରା: ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ଏକ ଗୁରୁଦାୟିତ୍ୱ ।

ଏହି ଦାୟିତ୍ୱ ପାଳନରେ ଅବହେଳା ଅଭିଯୋଗକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ ଅନ୍ତର୍ଗତ ଠିଠେଇମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବାବୁଲାଲ ଭାଇଁସା ନିଲମ୍ବିତ ହୋଇଛନ୍ତି।

ଲଇକେରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏହି ପଦକ୍ଷେପ କର୍ତ୍ତବ୍ୟରେ ଅବହେଳା କରୁଥିବା ଶିକ୍ଷକଙ୍କ ପାଇଁ ଏକ ସତର୍କବାର୍ତ୍ତା ବୋଲି ମନେ କରାଯାଉଛି ।

ସୂଚନା ଅନୁଯାୟୀ, ଶିକ୍ଷକ ଶ୍ରୀ ଭଇଁସାଙ୍କ ବିରୋଧରେ ନିୟମିତ ବିଳମ୍ବରେ ବିଦ୍ୟାଳୟକୁ ଆସିବା, କର୍ତ୍ତବ୍ୟରେ ଅବହେଳା କରିବା ଓ ଠିକ୍‌ ଭାବେ ପାଠପଢ଼ା ନ କରାଇବା ଭଳି ଅଭିଯୋଗ ରହିଥିଲା ।

ଏହି ଅଭିଯୋଗକୁ ନେଇ ଗତବର୍ଷ ଲଇକେରା ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗ ବିଦ୍ୟାଳୟ ପରିଦର୍ଶନ କରି ଯାଞ୍ଚ କରିଥିଲେ ।

ଏହାପରେ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ କରାଯାଇଥିବା ଜଣାପଡ଼ିଛି ।Advertisment ଏହି ଘଟଣା ପରେ ବିଇଓ ଶ୍ରୀ ବାଗଙ୍କ ନାମରେ ସମ୍ପୃକ୍ତ ଶିକ୍ଷକ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ବିଦ୍ୟାଳୟରେ ଶିକ୍ଷାଦାନର ମାନ ବଜାୟ ରଖିବା ଓ ଶିକ୍ଷକଙ୍କ ଦାୟିତ୍ୱବୋଧ ସୁନିଶ୍ଚିତ କରିବା ଦିଗରେ ଶିକ୍ଷା ବିଭାଗର ତଦାରଖ ଅତ୍ୟନ୍ତ ଜରୁରୀ ।

ଶିକ୍ଷକଙ୍କ ଉପସ୍ଥାନ, ନିୟମିତ ପାଠପଢ଼ା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଗ୍ରଗତି ଉପରେ ନିୟମିତ ନଜର ରଖିବା ସହ ଅଭିଯୋଗର ନିରପେକ୍ଷ ତଦନ୍ତ କରାଗଲେ ଶିକ୍ଷା ବ୍ୟବସ୍ଥାରେ ଶୃଙ୍ଖଳା ଆସିପାରିବ ବୋଲି ମତ ପ୍ରକାଶ ପାଇଛି ।

ଶିକ୍ଷକମାନେ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହନ୍ତୁ ଏ ସମ୍ପର୍କରେ ବିଇଓ ହିମାଂଶୁ ବାଗ କହିଛନ୍ତି, “ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଅବହେଳା ଗ୍ରହଣୀୟ ନୁହେଁ।” ଶିକ୍ଷକମାନେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ସହ ସମୟାନୁବର୍ତ୍ତିତା ଓ ଶିକ୍ଷାଦାନର ଗୁଣବତ୍ତାକୁ ପ୍ରାଥମିକତା ଦେବା ଆବଶ୍ୟକ।

ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଶ୍ରୀ ଭଇଁଶାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ₹2,100 Crore Approved: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି ଟଙ୍କା: ପ୍ରଦୀପ ପୁରୋହିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।