Pakistan: ପାକିସ୍ତାନ ଅଧିନାୟିକା ଫତିମାଙ୍କୁ ଜରିମାନା

Sep 07, 2026 - 19:14
Pakistan: ପାକିସ୍ତାନ ଅଧିନାୟିକା ଫତିମାଙ୍କୁ ଜରିମାନା

"ଦୁବାଇ: ଭାରତ ବିପକ୍ଷ ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବେଳେ ଖରାପ ଆଚରଣ ଲାଗି ପାକିସ୍ତାନ ଅଧିନାୟିକା ଫତିମା ସାନାଙ୍କୁ ଜରିମାନା ‌ହୋଇଛି।

ଭାରତୀୟ ଓପନର୍‌ ଶେଫାଳି ବର୍ମାଙ୍କୁ ଆଉଟ୍‌ କରିବା ପରେ ଫତିମା ତାଙ୍କୁ ଆଙ୍ଗୁଠି ଦେଖାଇ ପ୍ୟାଭିଲିୟନ୍‌କୁ ଫେରିଯିବାକୁ ଇଶାରା ଦେଇଥିଲେ।

ଏଥିପାଇଁ ଆଇସିସି ଆଚରଣବିଧି ଲେବଲ୍‌-୧ ଉଲ୍ଲଂଘନ ଯୋଗୁଁ ତାଙ୍କ ମ୍ୟାଚ୍‌ ପାଉଣାର ୧୦ ପ୍ରତିଶତ କଟାଯିବା ସହ ଗୋଟିଏ ଡିମେରିଟି ପଏଣ୍ଟ୍‌ ମିଳିଛି।

ଫଳରେ ଗତ ୨୪ ମାସ ମଧ୍ୟରେ ତାଙ୍କ ଡିମେରିଟ୍‌ ପଏଣ୍ଟ୍‌ ସଂଖ୍ୟା ୨ରେ ପହଞ୍ଚିଛି।

ପଡ଼ିଆ ଅମ୍ପାୟାର ନିମାଳି ପେରେରା, ଶଥିରା ଜାକିର ଜେସି ଓ ତୃତୀୟ ଅମ୍ପାୟାର ରୋକେୟା ସୁଲତାନ ଓ ଚତୁର୍ଥ ଅମ୍ପାୟାର ରବାବ ଏହସାନଙ୍କ ଅଭିଯୋଗ ପରେ ରେଫରି ସୁପ୍ରିୟା ରାଣୀ ଦାସ ଏହି ଦଣ୍ଡ ଶୁଣାଇଛନ୍ତି।Advertisment ଆହୁରି ପଢ଼ନ୍ତୁ: Odisha Vigilance ଲାଞ୍ଚୁଆ ଉଠା ଜଳସେଚନ ଜେଇଙ୍କ ଠାରେ ୧୨୩% ପ୍ରତିଶତ ଅଧିକ ସମ୍ପତ୍ତି ସେ ନିଜ ଦୋଷ ଓ ଦଣ୍ଡ ସ୍ବୀକାର କରି ନେଇଥିବାରୁ ପରବର୍ତ୍ତୀ ଶୁଣାଣୀର ଆବଶ୍ୟକତା ରହିନି। ""ଖେଳାଳି ଓ ଖେଳାଳିଙ୍କ ସମ୍ପୃକ୍ତ ଅଧିକାରୀଙ୍କ ପାଇଁ ଥିବା ଆଇସିସି ଆଚରଣ ବିଧିର ଧାରା ୨.୫ (ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ଆଉଟ୍‌ କରିବା ପରେ ବ୍ୟାଟର୍‌ଙ୍କୁ ଖରାପ ଭାଷା, ବ୍ୟବହାର କରିବା କିମ୍ବା ଆକ୍ରମଣାତ୍ମକ କାର୍ଯ୍ୟ କରିବା)କୁ ଫତିମା ଉଲ୍ଲଂଘନ କରିଛନ୍ତି।

ତେଣୁ ଦଣ୍ଡ ଭାବେ ଗୋଟିଏ ଡିମେରିଟ୍‌ ପଏଣ୍ଟ୍‌ ଫତିମାଙ୍କ ଶୃଙ୍ଖଳାଗତ ଖାତାରେ ଯୋଡ଼ା ଯିବା ସହ ମ୍ୟାଚ୍‌ ପାଉଣାର ୧୦ ପ୍ରତିଶତ କାଟି ଦିଆଯାଇଛି।

୨୪ ମାସ ମଧ୍ୟରେ ଏହା ତାଙ୍କର ଦ୍ବିତୀୟ ଦୋଷ ହୋଇଥିବାରୁ ଡିମେରିଟ୍‌ ପଏଣ୍ଟ୍‌ ୨ରେ ପହଞ୍ଚିଛି"" ବୋଲି ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଗତବର୍ଷ ଅଗଷ୍ଟ ୬ ତାରିଖରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖରାପ ଆଚରଣ ପାଇଁ ଫତିମାଙ୍କୁ ‌ଗୋଟିଏ ଡିମେରିଟ୍‌ ପଏଣ୍ଟ୍‌ ମିଳିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।