Tennis: ଫିନେଷ୍ଟା ଓପନ୍‌ ଜାତୀୟ ଟେନିସ୍‌: ଖୁସିଙ୍କୁ ତ୍ରିମୁକୁଟ

Oct 18, 2026 - 13:48
Tennis: ଫିନେଷ୍ଟା ଓପନ୍‌ ଜାତୀୟ ଟେନିସ୍‌: ଖୁସିଙ୍କୁ ତ୍ରିମୁକୁଟ

"ନୂଆଦିଲ୍ଲୀ: ଏଠାରେ ଆୟୋଜିତ ୩୧ତମ ଫିନେଷ୍ଟା ଓପନ୍‌ ଜାତୀୟ ଟେନିସ ପ୍ରତିଯୋଗିତାରେ ହରିୟାଣାର ଖୁସି କାଡିଆନ୍‌ ତ୍ରିମୁକୁଟ ହାସଲ କରିଛନ୍ତି।

ସେ ୧୪ ଓ ୧୬ ବର୍ଷରୁ କମ୍‌ ବାଳିକା ଏକକ ସହ ଯୁଗଳରେ ବିଜେତା ହୋଇଥିଲେ।

୧୬ ବର୍ଷରୁ କମ୍‌ ଏକକ ଫାଇନାଲ୍‌ରେ ସେ ୭-୬, ୭-୫ ‌ସେଟ୍‌ରେ ରାଜସ୍ଥାନର ରଞ୍ଜନା ସଂଗ୍ରାମଙ୍କୁ ପରାସ୍ତ କରିଥିଲେ।

ସେହିପରି ୧୪ ବର୍ଷରୁ କମ୍‌ରେ ସେ ୬-୩, ୬-୨ ସେଟ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସିଦ୍ଧି ପାଣ୍ଡେଙ୍କୁ ହରାଇଥିଲେ।Advertisment ଯୁଗଳ ଟ୍ରଫି ହାସଲ ୧୬ ବର୍ଷରୁ କମ୍‌ ବାଳିକା ଯୁଗଳରେ ସେ ଓ ତାଙ୍କ ସଂମିତା ହରିଣୀ ୬-୩, ୬-୩ ସେଟ୍‌ରେ ରଞ୍ଜନା ଓ ପୂର୍ବୀ ପତୱାଙ୍କୁ ମାତ୍‌ ଦେଇଥିଲେ।

ବାଳକରେ ଚଣ୍ଡିଗଡ଼ର ରିଭବ ସରୋହା ମଧ୍ୟ ଯୁଗଳ ଟ୍ରଫି ହାସଲ କରିଛନ୍ତି।

୧୬ ବର୍ଷରୁ କମ୍‌ ଏକକରେ ସେ ୬-୨, ୬-୩ ସେଟ୍‌ରେ ୟଶ୍ବିନ ଦାହିୟାଙ୍କୁ ହରାଇଥିଲେ।

ଗତ ସପ୍ତାହରେ ସେ ୧୮ ବର୍ଷରୁ କମ୍‌ ଏକକ ଟ୍ରଫି ହାତେଇଥିଲେ।

୧୪ ବର୍ଷରୁ କମ୍‌ ବାଳକ ଏକକରେ କର୍ଣ୍ଣାଟକର ପୁନିତ ମନୋହର ୬-୩, ୬-୨ ସେଟ୍‌ରେ ଏସ୍‌ ଚିନ୍ତାଗୁଣ୍ଟାଙ୍କୁ ହରାଇ ଟ୍ରଫି କରାୟତ୍ତ କରିଥିଲେ।

Cricket: ବୈଭବଙ୍କୁ ଅପେକ୍ଷା କରିବାକୁ ପଡ଼ିବ: ଶ୍ରେୟସ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।