Tension Grips SCB Campus: କଟକ ବଡ଼ ମେଡିକାଲରେ ଅଘଟଣ, ପାଣି ଟାଙ୍କିରୁ ଡେଇଁଲେ ଯୁବକ
କଟକ ବଡ଼ ମେଡିକାଲରେ କ୍ୟାମ୍ପସରେ ଅଘଟଣ। ପାଣି ଟାଙ୍କି ଉପରୁ ତଳକୁ ଡେଇଁ ଯୁବକ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କାଜୁଆଲିଟିରେ ଭର୍ତ୍ତି କରାଯାଇଛି। ଦୀର୍ଘ ସମୟ ଧରି ପାଣି ଟାଙ୍କି ଉପରେ ଯୁବକଙ୍କ ହାଇଡ୍ରାମା ଚାଲିଥିଲା। ତାଙ୍କୁ ତଳକୁ ଆଣିବାକୁ ଉଦ୍ଧାର କରାଯିବା ପୂର୍ବରୁ ଯୁବକ ଜଣକ ତଳକୁ ଡେଇଁ ପଡ଼ିଥିଲେ।
ସୂଚନା ଅନୁସାରେ, ଯୁବକ ଜଣକ ମାନସିକ ଅସୁସ୍ଥତାରେ ପୀଡ଼ିତ । ତାଙ୍କ ନାଁ ରାଜେଶ ପରିଡ଼ା ଏବଂ ଘର ଯାଜପୁର ଟାଉନ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଘଟଣା ପରେ ମେଡିକାଲ ପରିସରରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା।
SCBରେ ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ
SCB ମେଡିକାଲ୍ କ୍ୟାମ୍ପସରେ ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ
ପାଣି ଟାଙ୍କି ଉପରୁ ତଳକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ
ଦୀର୍ଘ ସମୟ ହାଇଡ୍ରାମା କରିବା ପରେ ଡେଇଁଲେ ଯୁବକ
ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର, କାଜୁଆଲିଟିରେ ଭର୍ତ୍ତି
ଗୁରୁତର ଯୁବକ ମାନସିକ ରୋଗୀ ହୋଇଥିବା ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।