Tension in temple: କୁକୁର ବୁଲାଇବାକୁ ନେଇ ମନ୍ଦିର ପରିସରରେ ଉତ୍ତେଜନା

Jul 04, 2026 - 05:03
Tension in temple: କୁକୁର ବୁଲାଇବାକୁ ନେଇ ମନ୍ଦିର ପରିସରରେ ଉତ୍ତେଜନା

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ରାମେଶ୍ବର ମନ୍ଦିର ପରିସରରେ କୁକୁର ବୁଲାକୁ ନେଇ ଆଜି ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ସକାଳୁ ସ୍ବାମୀ-ସ୍ତ୍ରୀ ଦୁଇଟି ପୋଷା କୁକୁର ମନ୍ଦିର ପରିସରରେ ବୁଲାଇବା ବେଳେ ସେଠାରେ ମର୍ଣ୍ଣିଂ ୱାକ୍‌ ଓ ଆର୍‌ଏସ୍‌ଏସ୍‌ ଶାଖା ପକ୍ଷରୁ ପ୍ରାର୍ଥନା କରିବାକୁ ଯିବା ବେଳେ କୁକୁରକୁ ଦେଖି ଭୟଭୀତ ହୋଇଥିଲେ। ସେମାନେ ଦୁଇଜଣଙ୍କୁ ପ୍ରତିବାଦ କରି କୁକୁର ଏଠାରୁ ନେଇଯିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପିସିଆର୍‌କୁ ଫୋନ୍‌ କରିଥିଲା। ତେବେ ପିସିଆର୍‌ରେ ଆସିଥିବା ପୁଲିସ ଆର୍‌ଏସ୍‌ଏସ୍‌ ଶାଖା ପ୍ରାର୍ଥନା ବନ୍ଦ କରି ଆଲୋଚନା କରିବାକୁ ଉପସ୍ଥିତ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ଡାକିଥିଲା। ଏଏସ୍ଆଇ (କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ)ର କେଉଁଠି କୁକୁର ବୁଲାଇ ପାରିବନି ଗାଇଡ଼୍‌ ଲାଇନ୍‌ ଅଛି ବୋଲି ପୁଲିସ ପାଲଟା ପ୍ରଶ୍ନ କରିଥିଲା। ଏହା ପରେ ପୁଲିସ ଉପସ୍ଥିତିରେ ମହିଳା ଜଣକ କୁକରଙ୍କୁ ବୁଲାଇଥିଲା। ପୁଲିସ କୌଣସି ପ୍ରତିବାଦ କରିନଥିଲା।

RamTemple: ରାମ ମନ୍ଦିରରେ ଚାକିରି ପାଇଁ କମିସନ ବି ଖାଉଥିଲେ? କୁମ୍ଭମେଳା ସମୟରେ ହୋଇଥିଲା ସର୍ବାଧିକ ହେରଫେର

ସେଠାରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ପ୍ରତିବାଦ କରିଥିଲେ ହେଁ ପୁଲିସ କୌଣସି ପଦକ୍ଷେପ ନ ନେବାରୁ ଉତ୍ତେଜନା ସୃଷ୍ଟି ହେଇଥିଲା। କିଛି ସମୟ‌ ପରେ ଦୁଇ ଜଣ ପୋଷା କୁକୁରଙ୍କୁ ବାହାରକୁ ନେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପ୍ରକାଶ ଥାଉକି, ପୁରୁଣା ଭୁବନେଶ୍ବର ବକ୍ରେଶ୍ବର ମନ୍ଦିର ପରିସରରେ ଜଣେ ବ୍ୟକ୍ତି କୁକୁରକୁ ମଳତ୍ୟାଗ କରାଇ ଥାନାରେ ଫାଇନ୍‌ ଗଣିଥିଲା। ଏହା ପରେ ଏଏସ୍ଆଇ ପକ୍ଷରୁ ସେଠାରେ କାଓ କ୍ୟାଚର୍‌ ଲଗାଯାଇଥିଲା। ରାମେଶ୍ବର ମନ୍ଦିର ପରିସରରେ କାଓ କ୍ୟାଚର୍‌ ଲଗାନଯିବାରୁ ସେଠାରେ ବୁଲା କୁକୁର ମଧ୍ୟ ପଶୁଛନ୍ତି। ସ୍ୱଚ୍ଛତା ଦୃଷ୍ଟିରୁ ସେଠାରେ ଥିବା ପାର୍କ ଓ  ମନ୍ଦିର ପରିସରରେ ବୁଲା କୁକୁରଙ୍କ ଉପସ୍ଥିତି ସମସ୍ୟା ସୃଷ୍ଟି କରୁଛି ବୋଲି ସେବାୟତମାନେ କହିଛନ୍ତି। ମନ୍ଦିର ପରିସରରେ କୁକୁର ପ୍ରବେଶକୁ ନେଇ ସାଧାରଣତଃ ଧାର୍ମିକ ବିଶ୍ୱାସ ଏବଂ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ହିନ୍ଦୁ ଧର୍ମରେ ମନ୍ଦିରକୁ ଏକ ପବିତ୍ର ସ୍ଥାନ ବୋଲି ବିଶ୍ୱାସ କରାଯାଏ। ତେଣୁ କୁକୁର ଭଳି ପ୍ରାଣୀ ମନ୍ଦିର ପରିସର କିମ୍ବା ଗର୍ଭଗୃହକୁ ପ୍ରବେଶ କଲେ ଅଶୌଚ ହୋଇଥାଏ। ଏପରି ସ୍ଥିତିରେ ପୂଜକମାନେ ମନ୍ଦିର ପରିସରକୁ ଶୁଦ୍ଧ କରିବା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟ କରିଥାନ୍ତି। ରାମେଶ୍ବର ମନ୍ଦିର ଓ ପାର୍କ ପ୍ରବେଶ ପଥରେ କାଓ କ୍ୟାଚର୍‌ ନଥିବା ଓ କୌଣସି କର୍ମଚାରୀ ରହୁନଥିବାରୁ ଏଏସ୍ଆଇ ଯୋଗୁ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି।

Dog bites: ତିନି ବର୍ଷ ହେଲା ଘୋଷଣାରେ ଅଟକିଛି କୁକୁର ମଶାଣି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।