Tension Inside India Women’s Dressing Room: ସ୍ମୃତି-ହରମନପ୍ରୀତଙ୍କ ମଧ୍ୟରେ ମତଭେଦ, ସାମ୍ନାକୁ ଆସିଲା ବଡ଼ ରିପୋର୍ଟ
ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଡ୍ରେସିଂ ରୁମ୍ରେ ମତଭେଦ। ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌରଙ୍କ ସମ୍ପର୍କରେ ଦୂରତା ନେଇ ଖବର ଆସିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱ ଛାଡ଼ିବା ପରେ ସ୍ମୃତି ମନ୍ଧାନାଙ୍କୁ ନୂଆ ଅଧିନାୟକ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଦଳ ଭିତରେ ଦୁଇ ଷ୍ଟାର୍ ଖେଳାଳିଙ୍କ ମଧ୍ୟରେ କିଛି ସମୟ ଧରି ମତଭେଦ ଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି।
ରିପୋର୍ଟ ଅନୁସାରେ, ଏହି ଦୂରତାର ପ୍ରଭାବ ଡ୍ରେସିଂ ରୁମ୍ର ପରିବେଶରେ ମଧ୍ୟ ଦେଖାଯାଇଥିଲା। ବିସିସିଆଇ ସହ ସମୀକ୍ଷା ବୈଠକ ପରେ ହରମନପ୍ରୀତ ସମସ୍ତ ଫର୍ମାଟର ଅଧିନାୟକ ପଦ ଛାଡ଼ିଥିବା କୁହାଯାଇଛି।
ଅନ୍ୟପଟେ, ୧୦ ହଜାରରୁ ଅଧିକ ଆନ୍ତର୍ଜାତୀୟ ରନ୍ କରିଥିବା ମନ୍ଧାନା ନୂଆ ନେତୃତ୍ୱ ଭୂମିକା ପାଇଁ ପ୍ରସ୍ତୁତ। ପୂର୍ବତନ ଅଧିନାୟକ ମିଥାଲି ରାଜ ମଧ୍ୟ ମନ୍ଧାନାଙ୍କୁ ଆଗରୁ ନେତୃତ୍ୱ ଦାୟିତ୍ୱ ଦେବା ଉଚିତ ଥିଲା ବୋଲି କହିଥିଲେ।
ଏବେ ହରମନପ୍ରୀତ ଖେଳାଳି ଭାବେ ଆଉ କିଛି ବର୍ଷ ଖେଳିବାକୁ ଚାହୁଁଥିବା ବେଳେ, ଦଳର ସ୍ୱାର୍ଥ ପାଇଁ ଉଭୟେ ପୁରୁଣା ମତଭେଦକୁ ପଛରେ ପକାଇ ପାରୁଛନ୍ତି କି ନାହିଁ, ତାହା ଉପରେ ରହିଛି ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।